Advertisment

ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ପରପାରିରେ ବିଧାୟକ ପ୍ରାର୍ଥୀ

କୋଲକାତା: କୋଭିଡକୁ ନେଇ ସାରା ଦେଶ ଏବେ ହାହା କାର। ପରିସ୍ଥିତି ଦିନକୁ ଦିନ ସାଂଘାତିକ ହେଉଛି। ସ୍ଥିତି ଏମିତି ଯେ ଏବେ ଏହି ଘାତକ ମହାମାରୀ ଥମିବାର ନାଁ ନେଉନାହିଁ। କି ଗରିବ କି ଧନୀ କେହି ବି କୋଭିଡ କୋପରୁ ବର୍ତ୍ତିପାରୁ ନାହାନ୍ତି। ମହାରାଷ୍ଟ୍ର, ଛତିଶଗଡ଼, ଦିଲ୍ଲୀ, ୟୁପି ପରେ ଏବେ କୋଭିଡର ହଟସ୍ପଟ ପାଲଟିଛି ପଶ୍ଚିମବଙ୍ଗ। ପ୍ରତି ଦୁଇ ଜଣେ ଜଣେ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ରହିଛି। ଏହାରି ଭିତରେ ଟିଏମସିର […]

ଅଦ୍ୟତନ ହୋଇଛି
ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ପରପାରିରେ ବିଧାୟକ ପ୍ରାର୍ଥୀ

TMC-Candidate

Advertisment

କୋଲକାତା: କୋଭିଡକୁ ନେଇ ସାରା ଦେଶ ଏବେ ହାହା କାର। ପରିସ୍ଥିତି ଦିନକୁ ଦିନ ସାଂଘାତିକ ହେଉଛି। ସ୍ଥିତି ଏମିତି ଯେ ଏବେ ଏହି ଘାତକ ମହାମାରୀ ଥମିବାର ନାଁ ନେଉନାହିଁ। କି ଗରିବ କି ଧନୀ କେହି ବି କୋଭିଡ କୋପରୁ ବର୍ତ୍ତିପାରୁ ନାହାନ୍ତି। ମହାରାଷ୍ଟ୍ର, ଛତିଶଗଡ଼, ଦିଲ୍ଲୀ, ୟୁପି ପରେ ଏବେ କୋଭିଡର ହଟସ୍ପଟ ପାଲଟିଛି ପଶ୍ଚିମବଙ୍ଗ। ପ୍ରତି ଦୁଇ ଜଣେ ଜଣେ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ରହିଛି।

Advertisment

ଏହାରି ଭିତରେ ଟିଏମସିର ବିଧାୟକ ପ୍ରାର୍ଥୀ କାଜଲ ସିହ୍ନାଙ୍କର ପରଲୋକ ହୋଇଛି। ଖାରଦା ବିଧାନସଭା ନିର୍ବାଚନମଣ୍ଡଳୀର ଏହି ବିଧାୟକ ପ୍ରାର୍ଥୀ ଦୁଇ ଦିନ ତଳେ କରୋନାରେ ସଂକ୍ରମିତ ହୋଇଥିଲେ। ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ତାଙ୍କୁ ବେଲିଘାଟ ଆଇଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରବିବାର ସକାଳେ କିନ୍ତୁ ତାଙ୍କର ପରଲୋକ ହୋଇଛି।

https://twitter.com/MamataOfficial/status/1386197731274760193?s=20

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଟ୍ୱିଟ୍ କରି କାଜଲଙ୍କ ମୃତ୍ୟୁ ଖବର ତାଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି କହିଛନ୍ତି। ଏଥିସହ ମୃତକଙ୍କ ପରିବାରଙ୍କୁ ସମବେଦନା ଜଣାଇଛନ୍ତି। ସେ ଜଣେ ସଚ୍ଚୋଟ ଟିଏମସି କର୍ମୀ ଥିଲେ। ନିର୍ବାଚନ ବେଳେ ଦିନ ରାତି ୨୪ ଘଣ୍ଟା ଦଳ ପାଇଁ ପ୍ରଚାର କରୁଥିଲେ ବୋଲି ମମତା କହିଛନ୍ତି।

Advertisment

ସବୁଠୁ ବଡ଼ କଥା ହେଲେ କାଜଲ ସିହ୍ନା ଯେଉଁ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ହୋଇଥିଲେ ସେହି ଆସନ ପାଇଁ ଏପ୍ରିଲ ୨୨ରେ ଭୋଟ୍ ପଡ଼ିଥିଲା। ତେଣୁ ଆଉ କିଛି ଦିନ ପରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ଥିଲା। ଏହା ପୂର୍ବରୁ କିନ୍ତୁ କାଜଲ ସିହ୍ନା ପରପାରୀକୁ ଚାଲିଯାଇଛନ୍ତି। କାଜଲଙ୍କ ବିୟୋଗରେ ତାଙ୍କ ନିର୍ବାଚନମଣ୍ଡଳୀରେ ଶୋକର ଛାୟା ଖେଳି ଯାଇଛି।

ସୂଚନାଯୋଗ୍ୟ, କରୋନାର ତୃତୀୟ ଷ୍ଟ୍ରେନ ବେଙ୍ଗଲରେ ଚିହ୍ନଟ ହୋଇଥିବା ବୈଜ୍ଞାନିକମାନେ ଦାବି କରିଛନ୍ତି। ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଓ ଭୋଟିଂ ଚାଲିଛି। ଏହି ସମୟରେ ବିଭିନ୍ନ ରାଜନୀତିକ ଦଳ ଦ୍ୱାରା ହୋଇଥିବା ରାଲି ବେଳେ କରୋନା ନିୟମ ଉଲ୍ଲଂଘନ ହୋଇଥିବା ଦେଖିବାକୁ ମିଳିଛି। ତେଣୁ ପଶ୍ଚିମବଙ୍ଗରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରତିଦିନ ହୁ ହୁ ହୋଇ ବଢ଼ୁଥିବା ଦେଖିବାକୁ ମିଳିଛି।

West Bengal Assembly Election West Bengal Election 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe