/odisha-reporter/media/post_attachments/uploads/2021/04/Rabindra-Nath-Ghosh-TMC-MLA.jpg)
Rabindra-Nath-Ghosh-TMC-MLA
କୋଲକାତା: ପଶ୍ଚିମବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ବିଧାନସଭା ପାଇଁ ମତଦାନ ଆରମ୍ଭ ହୋଇଛି। ରାଜ୍ୟର ୫ ଜିଲ୍ଲାର ୪୪ଟି ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ ହୋଇଛି, ଯେଉଁଥିରେ ଦକ୍ଷିଣ ପରଗନା, ହାଓ୍ୱାଡା, ହୁଗୁଳୀ, କୁଚବିହାର, ଅଲିପୁରଦ୍ୱାର ରହିଛି। ମୋଟ୍ ୧୫ ଲକ୍ଷ ୮୧ ହଜାର ୨୨ ଜଣ ମତଦାତା ୩୭୩ ପ୍ରାର୍ଥୀଙ୍କ ମଧ୍ୟରୁ ୪୪ ଜଣଙ୍କୁ ବିଧାୟକ ଭାବେ ବାଛିବେ। ମୋଟ୍ ଭୋଟରଙ୍କ ମଧ୍ୟରୁ ୫୮, ୮୨,୫୧୪ ଜଣ ପୁରୁଷ ଥିବା ବେଳେ ୫୬,୯୮,୨୧୮ ମହିଳା ଏବଂ ୨୯୦ ଜଣ କିନ୍ନର ରହିଛନ୍ତି।
ଆଜି ଭୋଟିଂ ଚାଲିଥିବା ବେଳେ କୁଚ ବିହାରର ଜିଲ୍ଲାରେ ଥିବା ନଟବରୀ ବିଧାନସଭା ନିର୍ବାଚନମଣ୍ଡଳୀର ଟିଏମସି ପ୍ରାର୍ଥୀ ରବୀନ୍ଦ୍ର ନାଥ ଘୋଷ ହେଲମେଟ୍ ପିନ୍ଧି ବିଭିନ୍ନ ବୁଥ ବୁଲୁଥିବା ଦେଖିବାକୁ ମିଳିଛି। ସେ କହିଛନ୍ତି ଯେ କୌଣସି ଅଘଟଣରୁ ରକ୍ଷା ପାଇବା ପାଇଁ ସେ ଏହାକୁ ପିନ୍ଧିଛନ୍ତି। ସାଧାରଣ ଲୋକଙ୍କ ଉପରେ ଭରସା ନାହିଁ ବୋଲି ସେ କହିଛନ୍ତି। ବିଜେପିର କର୍ମୀମାନେ ସ୍ଥାନୀୟ ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରୁଛନ୍ତି। ତେଣୁ ସେମାନେ ଆକ୍ରମଣ ଆଶଙ୍କା କରି ସେ ହେଲମେଟ୍ ପିନ୍ଧିଛନ୍ତି ବୋଲି କହିଛନ୍ତି।
https://twitter.com/ANI/status/1380714826398232577?s=20
ଶନିବାର ସକାଳେ ରବୀନ୍ଦ୍ର ନାଥ ଘୋଷ ତାଙ୍କ ଘରୁ ବାହାରିବା ବେଳେ ନୀଳରଙ୍ଗର ହେଲମେଟ୍ ପିନ୍ଧିଥିବାର ଦେଖିବାକୁ ମିଳିଛି। ସେ କାହିଁକି ହେଲମେଟ୍ ପିନ୍ଧିଛନ୍ତି ବୋଲି ପଚରାଯିବାରୁ ସେ ପ୍ରଥମେ ଥଟ୍ଟା କରି ଅପ୍ରାସଙ୍ଗିକ କଥା କହିଥିଲେ। ପରେ ବିଜେପି କର୍ମୀଙ୍କୁ ଡରି ଏଭଲି ହେଲମେଟ୍ ପିନ୍ଧିବାକୁ ବାଧ୍ୟ ହୋଇଛନ୍ତି ବୋଲି ସେ କହିଥିଲେ। ପରିସ୍ଥିତିର ଚାପ ଯୋଗୁଁ ତାଙ୍କୁ ହେଲମେଟ୍ ପିନ୍ଧିବାକୁ ପଡ଼ିବ ବୋଲି ସେ କହିଛନ୍ତି।
ରବୀନ୍ଦ୍ର ନାଥ କହିଛନ୍ତି, ମୁଁ ମୋ ମୁଣ୍ଡକୁ ସୁରକ୍ଷିତ ରଖିବାକୁ ଚାହେଁ। ଭୋଟ୍ ପାଇବା ପାଇଁ ବିଜେପି କିଛି ବି କରିପାରେ। ନିକଟରେ ଟିଏମସି କର୍ମୀ ସୁଜତା ଖାନଙ୍କୁ ଆକ୍ରମଣ କରାଯାଇଥିଲା। ତାହା ଦେଖି ମୁଁ ହେଲମେଟ୍ ପିନ୍ଧିଛି। ବିଜେପି ଯେତେ ଚେଷ୍ଟା କଲେ ମଧ୍ୟ ମମତା ବାନାର୍ଜୀ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
