Advertisment

ନନ୍ଦିଗ୍ରାମରେ ମାଟି କାମୁଡିଲେ ମମତା, ଶୁଭେନ୍ଦୁ ଚାମ୍ପିୟନ୍

କୋଲକାତା: ପଶ୍ଚିମବଙ୍ଗରେ ଟିଏମସିର ସବୁ ଅଙ୍କ ଭୁଲ୍ ହୋଇଗଲା। ଯେଉଁ ନନ୍ଦିଗ୍ରାମ ଆସନକୁ ନେଇ ମମତା ଏତେ ତମ୍ୱି ତୋଫାନ କରୁଥିଲେ ଏବେ ସଦ୍ୟ ରିପୋର୍ଟ ଅନୁଯାୟୀ ମମତା ବିଜେପି ପ୍ରାର୍ଥୀ ତଥା ତାଙ୍କର ପୂର୍ବତନ ସହଯୋଗୀ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ୧୯୫୬ ଖଣ୍ଡ ଭୋଟରେ ପରାସ୍ତ ହୋଇଛନ୍ତି। ଏହାପୂର୍ବରୁ କିନ୍ତୁ ମମତା ନିଜ ପ୍ରତିଦ୍ୱନ୍ଦୀଙ୍କ ପାଖରୁ ୧୨୦୦ ଭୋଟରେ ବିଜୟୀ ହୋଇଥିଲେ ବୋଲି କୁହାଯାଇଥିଲା। ଆଜି ଏହି ଆସନରେ ପ୍ରାରମ୍ଭିକ ଭୋଟ ଗଣତି ବେଳେ ୮୦୦୦ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ନନ୍ଦିଗ୍ରାମରେ ମାଟି କାମୁଡିଲେ ମମତା, ଶୁଭେନ୍ଦୁ ଚାମ୍ପିୟନ୍

mamata vs subhendu

କୋଲକାତା: ପଶ୍ଚିମବଙ୍ଗରେ ଟିଏମସିର ସବୁ ଅଙ୍କ ଭୁଲ୍ ହୋଇଗଲା। ଯେଉଁ ନନ୍ଦିଗ୍ରାମ ଆସନକୁ ନେଇ ମମତା ଏତେ ତମ୍ୱି ତୋଫାନ କରୁଥିଲେ ଏବେ ସଦ୍ୟ ରିପୋର୍ଟ ଅନୁଯାୟୀ ମମତା ବିଜେପି ପ୍ରାର୍ଥୀ ତଥା ତାଙ୍କର ପୂର୍ବତନ ସହଯୋଗୀ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ୧୯୫୬ ଖଣ୍ଡ ଭୋଟରେ ପରାସ୍ତ ହୋଇଛନ୍ତି। ଏହାପୂର୍ବରୁ କିନ୍ତୁ ମମତା ନିଜ ପ୍ରତିଦ୍ୱନ୍ଦୀଙ୍କ ପାଖରୁ ୧୨୦୦ ଭୋଟରେ ବିଜୟୀ ହୋଇଥିଲେ ବୋଲି କୁହାଯାଇଥିଲା। ଆଜି ଏହି ଆସନରେ ପ୍ରାରମ୍ଭିକ ଭୋଟ ଗଣତି ବେଳେ ୮୦୦୦ ରୁ ଅଧିକ ଭୋଟରେ ଶୁଭେନ୍ଦୁ ଆଗରେ ଥିଲେ। ସବୁଠୁ ବଡ଼ କଥା ହେଲା ରାଜ୍ୟରେ ଟିଏମସି ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ବେଳେ ନିଜେ ମମତା ହାରିଛନ୍ତି।

Advertisment

https://twitter.com/PTI_News/status/1388924230838865920?s=20

ତେବେ ନନ୍ଦିଗ୍ରାମରେ ପରାଜୟକୁ ସ୍ୱୀକାର କରିଛନ୍ତି ମମତା ବାନାର୍ଜୀ। ସେ କହିଛନ୍ତି ଯାହା ହୋଇଛି ଭୁଲି ଯାଅ। ନନ୍ଦିଗ୍ରାମ ବିଷୟରେ ଚିନ୍ତା କର ନାହିଁ। ନନ୍ଦିଗ୍ରାମରେ ବିଜୟୀ ହେବା ପାଇଁ ସମସ୍ତ ପ୍ରକାର ସଂଘର୍ଷ କରିଥିଲି ଏଠାରେ ଆନ୍ଦୋଳନ କରି ଲୋକଙ୍କୁ ମଧ୍ୟ ନ୍ୟାୟ ଦେଇଛି। ହେଲେ ଫଳାଫଳକୁ ସ୍ୱୀକାର କରୁଛି। ନନ୍ଦିଗ୍ରାମ ଲୋକମାନେ ଯାହା ଚାହାଁଲେ ତାହା ହୋଇଛି। ମୋର କିଛି ଆପତ୍ତି ନାହିଁ। ଆମେ ୨୨୧ ରୁ ଅଧିକ ଆସନରେ ଜିତିଛୁ ଏବଂ ବିଜେପି ନିର୍ବାଚନରେ ହାରିଛି ବୋଲି ମମତା କହିଛନ୍ତି।

https://twitter.com/ANI/status/1388844071217553415?s=20

ତେବେ ଶୁୁଭେନ୍ଦୁ ଅଧିକାରୀ ଟ୍ୱିଟ୍ କରି ନିଜ ବିଜୟ ବାବଦରେ ସୂଚନା ଦେଇଛନ୍ତି। ମମତା ଏବଂ ଅନ୍ୟ ପ୍ରାର୍ଥୀ କେଉଁ ଆସନରୁ କେତେ ଭୋଟ୍ ପାଇଛନ୍ତି ସେ ବାବଦରେ ଟ୍ୱିଟ୍ କରି କହିଛନ୍ତି ଶୁଭେନ୍ଦୁ। ନନ୍ଦିଗ୍ରାମବାସୀ ତାଙ୍କୁ ଭୋଟ୍ ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Advertisment

https://twitter.com/SuvenduWB/status/1388861969097138177?s=20

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ଟିଏମସି ପୁଣିଥରେ ସରକାର ଗଢ଼ିବା ଏକ ପ୍ରକାର ସ୍ପଷ୍ଟ ହେବାକୁ ଯାଉଛି। ବିଜେପି ୨୦୦ରୁ ଅଧିକ ଆସନରେ ବିଜୟୀ ହୋଇ ଜିତିବ ବୋଲି ଯେଉଁ ଆକଳନ କରୁଥିଲା ତାହା ଏକ ପ୍ରକାର ଫେଲ୍ ମାରିଛି। ହେଲେ ରାଜ୍ୟରେ ବିଜେପି ଏକ ଶକ୍ତିଶାଳୀ ଦଳ ଭାବରେ ଉଭା ହୋଇଛି।

୨୦୧୬ରେ ମାତ୍ର ୩ଟି ଆସନରେ ବିଜୟୀ ହୋଇଥିବା ବିଜେପି ଚଳିତଥର ୧୦୦ ପାଖାପାଖି ଆସନରେ ବିଜୟୀ ହେବ ବୋଲି ଜଣାପଡ଼ିଛି। ତେବେ ଟିଏମସି ଓ ବିଜେପି ଲଢ଼େଇରେ କଂଗ୍ରେସ ଏବଂ ବାମ ଦଳ ସଫା ହୋଇଯାଇଛି।

West Bengal Assembly Election West Bengal Election 2021