Advertisment

'୩୦% ମୁସଲମାନ ଏକାଠି ହେଲେ ୪ଟି ପାକିସ୍ତାନ ତିଆରି ହେବ'

କୋଲକାତା: ବିଧାନସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗର ରାଜନୀତିକ ମାହୋଲ ଗରମ ରହିଛି। ମୁଖ୍ୟତଃ ବିଜେପି ଏବଂ ଟିଏମସି ମଧ୍ୟରେ ଆରୋପ ପ୍ରତ୍ୟାରୋପ ରାଜନୀତିକୁ ସରଗରମ କରି ରଖିଛି। ପ୍ରଚାର କରିବା ବେଳେ ଶାସକ ଦଳ ଟିଏମସି ନେତା ଶେଖ ଆଲମ ଏହି ସମୟରେ ବିବାଦୀୟ ବୟାନ ଦେଇଛନ୍ତି। ଆଉ ଭାରତରେ ରହି ପାକିସ୍ତାନ ତିଆରି କରିବା ପାଇଁ ଲୋକଙ୍କୁ ଆହ୍ୱାନ କରିଛନ୍ତି। ମୁସଲମାନ ମାନେ ଅଧିକରୁ ଅଧିକ ଛୁଆ ଜନ୍ମ କରି ନୂଆ ପାକିସ୍ତାନ ତିଆରି କରିବା […]

ଅଦ୍ୟତନ ହୋଇଛି
'୩୦% ମୁସଲମାନ ଏକାଠି ହେଲେ ୪ଟି ପାକିସ୍ତାନ ତିଆରି ହେବ'

tmc-leader-controversial-re

Advertisment

କୋଲକାତା: ବିଧାନସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗର ରାଜନୀତିକ ମାହୋଲ ଗରମ ରହିଛି। ମୁଖ୍ୟତଃ ବିଜେପି ଏବଂ ଟିଏମସି ମଧ୍ୟରେ ଆରୋପ ପ୍ରତ୍ୟାରୋପ ରାଜନୀତିକୁ ସରଗରମ କରି ରଖିଛି। ପ୍ରଚାର କରିବା ବେଳେ ଶାସକ ଦଳ ଟିଏମସି ନେତା ଶେଖ ଆଲମ ଏହି ସମୟରେ ବିବାଦୀୟ ବୟାନ ଦେଇଛନ୍ତି। ଆଉ ଭାରତରେ ରହି ପାକିସ୍ତାନ ତିଆରି କରିବା ପାଇଁ ଲୋକଙ୍କୁ ଆହ୍ୱାନ କରିଛନ୍ତି। ମୁସଲମାନ ମାନେ ଅଧିକରୁ ଅଧିକ ଛୁଆ ଜନ୍ମ କରି ନୂଆ ପାକିସ୍ତାନ ତିଆରି କରିବା ଦରକାର ବୋଲି ଶେଖ ଆଲାମ କହିଛନ୍ତି। ଯାହାକୁ ନେଇ ପଶ୍ଚିମବଙ୍ଗରେ ଭୋଟ୍ ବ୍ୟାଙ୍କ ରାଜନୀତି ଜୋରଦାର ହୋଇଛି।

Advertisment

ଶେଖ ଆଲମ କହିଛନ୍ତି ଆମେ ସାରା ଭାରତରେ ୩୦ ପ୍ରତିଶତ ସେମାନେ ୭୦ ପ୍ରତିଶତ ରହିଛନ୍ତି। ସେମାନେ ୭୦ ପ୍ରତିଶତ ଭୋଟ୍ ପାଇ କ୍ଷମତାକୁ ଆସିବେ। ଯଦି ଆମେ ସମସ୍ତେ ମୁସଲମାନ ଏକାଠି ହୋଇ ୪ଟି ଲେଖାଏଁ ଛୁଆ ଜନ୍ମ କଲେ ୪ଟି ପାକିସ୍ତାନ ତିଆରି କରିପାରିବୁ। ଆଉ ଯଦି ମୁସଲନମାନ ମାନେ ଏକାଠି ହେବେ ତାହେଲେ ୭୦ ପ୍ରତିଶତ ଲୋକମାନେ କୁଆଡେ ଯିବେ ବୋଲି ସପ୍ରଶ୍ନ କରିଛନ୍ତି ମମତା ବାନାର୍ଜୀଙ୍କ ଦଳର ଏହି ନେତା। ବିରଭୁମ ଜିଲ୍ଲାଲ ନାନୁର ବିଧାନସଭାର ଟିଏମସି ପ୍ରାର୍ଥୀ ବିଧାନଚନ୍ଦ୍ର ମାଝୀଙ୍କ ପାଇଁ ଶେଖ ଆଲମ ପ୍ରଚାର କରିବା ବେଳେ ଏଭଳି ମନ୍ତବ୍ୟ ରଖିଛନ୍ତି।

https://twitter.com/ANI/status/1375018304968876035?s=20

ଆଲାମଙ୍କ ଏଭଳି ବିବାଦୀୟ ବୟାନକୁ ନେଇ ମଧ୍ୟ ପଶ୍ଚିମବଙ୍ଗ ବିଜେପି ପ୍ରଭାରୀ ତଥା ଦଳର ମହାସଚିବ କୌଳାଶ ବିଜୟଭର୍ଗିଆ ପ୍ରତିକ୍ରିୟା ରଖିଛନ୍ତି। ଟ୍ୱିଟ୍ କରି ସେ କହିଛନ୍ତି, ମମତା ବାନାର୍ଜୀ ଭୋଟ୍ ପାଇବା ପାଇଁ ଯାହା କରୁଛନ୍ତି ତାହା ଆଶ୍ଚର୍ଯ୍ୟଜନକ।

Advertisment

https://twitter.com/KailashOnline/status/1375017818765225988?s=20

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ବିଜେପି ଏବଂ ଟିଏମସି ମୁଖ୍ୟତଃ ଧର୍ମକୁ ନେଇ ରାଜନୀତି ଚାଲିଛି। ବିଜେପି କଟ୍ଟର ହିନ୍ଦୁତ୍ୱର କାର୍ଡ ଖେଳି ନିର୍ବାଚନ ଲଢ଼ୁଥିବା ବେଳେ ଟିଏମସି ମୁସଲିମ ସମ୍ପ୍ରଦାୟର ଭୋଟ୍ ବ୍ୟାଙ୍କକୁ ଆଖି ଆଗରେ ରଖି ରାଜନୀତି କରୁଛନ୍ତି। ରାଜ୍ୟରେ ମମତା ତୁଷ୍ଟିକରଣ ରାଜନୀତି କରୁଛନ୍ତି ବୋଲି ବିଜେପି ବାରମ୍ବାର ଅଭିଯୋଗ କରୁଛି। ହେଲେ ମମତା ବିଜେପିର ଅଭିଯୋଗକୁ ଖଣ୍ଡନ କରିବା ସହିତ ସେ ଜଣେ ହିନ୍ଦୁ ଝିଅ ବୋଲି କହିଛନ୍ତି। ଏମିତିକି ସେ ପ୍ରତିଦିନ ଘରୁ ବାହାରିବା ପୂର୍ବରୁ ଚଣ୍ଡିପାଠ କରନ୍ତି।

West Bengal Election 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe