ଓପିନିଅନ ପୋଲ: ପଶ୍ଚିମବଙ୍ଗରେ ଜିତିବେ ଦିଦି, ତାମିଲନାଡୁ ଓ ପୁଡୁଚେରୀରେ ବଦଳିବ ସରକାର

ନୂଆଦିଲ୍ଲୀ: ପୁଣିଥରେ ପଶ୍ଚିମବଙ୍ଗରେ ଦେଖିବାକୁ ମିଳିବ ମମତା ବାନାର୍ଜୀଙ୍କ ଜଲୱା। ବିଜେପିର ଘନଘନ ଆକ୍ରମଣ ଓ ପ୍ରଚାର ସତ୍ତ୍ୱେ ଦିଦି ରାଜ୍ୟରେ ତୃତୀୟଥର ପାଇଁ କ୍ଷମତା ଦଖଲ କରିବେ। ସେହିପରି କେରଳରେ ବାମନ୍ଥୀ ସରକାର ଓ ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନ ବାଜିମାତ କରିବେ। ଆସାମରେ ବିଜେପି ନେତୃତ୍ୱାଧୀନ ଏନଡିଏ ପୁଣି ରାଜ୍ୟକୁ ଶାସନ କରିବ। କିନ୍ତୁ ତାମିଲନାଡୁ ଓ ପୁଡୁଚେରୀରେ ସରକାର ବଦଳିବ। ଜାତୀୟ ଗଣମାଧ୍ୟମ ଟାଇମ୍ସ ନାଓ ପକ୍ଷରୁ କରାଯାଇଥିବା ଓପିନିଅନ ପୋଲରୁ ଏଭଳି ତଥ୍ୟ […]

opinion-poll

opinion-poll

Hemant Lenka
  • Published: Tuesday, 09 March 2021
  • Updated: 09 March 2021, 07:59 AM IST

Sports

Latest News

ନୂଆଦିଲ୍ଲୀ: ପୁଣିଥରେ ପଶ୍ଚିମବଙ୍ଗରେ ଦେଖିବାକୁ ମିଳିବ ମମତା ବାନାର୍ଜୀଙ୍କ ଜଲୱା। ବିଜେପିର ଘନଘନ ଆକ୍ରମଣ ଓ ପ୍ରଚାର ସତ୍ତ୍ୱେ ଦିଦି ରାଜ୍ୟରେ ତୃତୀୟଥର ପାଇଁ କ୍ଷମତା ଦଖଲ କରିବେ। ସେହିପରି କେରଳରେ ବାମନ୍ଥୀ ସରକାର ଓ ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନ ବାଜିମାତ କରିବେ।

ଆସାମରେ ବିଜେପି ନେତୃତ୍ୱାଧୀନ ଏନଡିଏ ପୁଣି ରାଜ୍ୟକୁ ଶାସନ କରିବ। କିନ୍ତୁ ତାମିଲନାଡୁ ଓ ପୁଡୁଚେରୀରେ ସରକାର ବଦଳିବ। ଜାତୀୟ ଗଣମାଧ୍ୟମ ଟାଇମ୍ସ ନାଓ ପକ୍ଷରୁ କରାଯାଇଥିବା ଓପିନିଅନ ପୋଲରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ବର୍ତ୍ତମାନ ତାମିଲନାଡୁରେ ବଜେପିର ସହଯୋଗୀ ଏଆଇଏଡିଏମକେ ଶାସନରେ ରହିଛି। ସେହିପରି ପୁଡୁଚେରୀରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି। ଏଠାରେ କଂଗ୍ରେସ ସରକାର ଗଠନ କରିଥିଲା। ହେଲେ ଦଳୀୟ ବିଧାୟକ ଇସ୍ତଫା ଦେବାରୁ ସରକାର ଭାଙ୍ଗି ଯାଇଛି।

ସି-ଭୋଟର ପକ୍ଷରୁ କରାଯାଇଥିବା ସର୍ଭେ ଅନୁଯାୟୀ, ପଶ୍ଚିମବଙ୍ଗରେ କ୍ଷମତାସୀନ ଟିଏମସି ପୁଣି ସରକାର ଗଠନ କରିବାକୁ ମ୍ୟାଜିକ ନମ୍ବର ହାସଲ କରିବ। ହେଲେ ଦଳର ଆସନ ସଂଖ୍ୟା ହ୍ରାସ ପାଇବ। ୨୯୪ଟି ଆସନରୁ ଟିଏମସି ୧୫୪ଟି ଆସନ ଦଖଲ କରିବ। ଗତ ନିର୍ବାଚନରେ ଦଳ ୨୧୧ଟି ଆସନ ଜିତିଥିଲା। ବିଜେପି ଗତଥର ଅପେକ୍ଷା ବହୁତ ଭଲ ପ୍ରଦର୍ଶନ କରିବ। ୨୦୧୬ରେ ଦଳ ମାତ୍ର ୩ଟି ଆସନ ଜିତିଥିଲା। ହେଲେ ଏଥର ବିଜେପିର ଆସନ ସଂଖ୍ୟା ୧୦୭ରେ ପହଞ୍ଚିବ।

ଆସନ ସଂଖ୍ୟା ବଢ଼ିବାକୁ ଥିଲେ ହେଁ ଏଠାରେ ବିଜେପି ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହାସଲ କରିପାରିବ ନାହିଁ। ସେହିପରି କଂଗ୍ରେସ-ବାମପନ୍ଥୀ ଓ ଆଇଏସ୍‌ଏଫ ମାତ୍ର ୩୩ଟି ଆସନ ଜିତିବାର ସମ୍ଭାବନା ଥିବା ସର୍ଭେ ସଂସ୍ଥା ପକ୍ଷରୁ ଆକଳନ କରାଯାଇଛି।

ତାମିଲନାଡୁରେ ବଡ଼ ପରିବର୍ତ୍ତନ ଘଟିବାର ସମ୍ଭାବନା ରହିଛି। ଏମକେ ଷ୍ଟାଲିନଙ୍କ ଡିଏମକେ ଓ ଏହାର ସହଯୋଗୀ କଂଗ୍ରେସ ବେଶ ଆରାମରେ ସରକାର ଗଠନ କରିବାକୁ ମ୍ୟାଜିକ ନମ୍ବର ହାସଲ କରିନେବେ। ୨୩୪ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନରେ ଡିଏମକେ ମେଣ୍ଟ ୧୫୮ଟିରେ ଜିତିବ। ସେହିପରି ବିଜେପି ଓ ଏଆଇଏଡିଏମକେ ମେଣ୍ଟ ମାତ୍ର ୬୫ଟି ଆସନରେ ସନ୍ତୁଷ୍ଟ ରହିବେ। ଅନ୍ୟ ଦଳମାନଙ୍କ ଖାତାକୁ ୧୧ଟି ଆସନ ଯିବାର ସମ୍ଭାବନା ରହିଛି।

କେରଳରେ ଏଲଡିଏଫ ପୁଣି ସମସ୍ତଙ୍କୁ ଚକମା ଦେଇ ସରକାର ଗଠନ କରିବ। ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନଙ୍କ ଦଳ ୧୪୦ଟି ବିଧାନସଭା ଆସନରୁ ଏକାକୀ ୮୨ଟିରେ ଜିତିବ। ସେହିପରି କଂଗ୍ରେସ ମେଣ୍ଟ କରିଥିବା ୟୁଡିଏଫ ୫୬, ବିଜେପି ୧ ଓ ଅନ୍ୟାନ୍ୟ ଦଳ ଗୋଟିଏ ଆସନ ଦଖଲ କରିବେ।

ଆସାମରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହାସଲ କରିନେବ। ୧୨୬ଟି ବିଧାନସଭା ଆସନରୁ କ୍ଷମତାସୀନ ଏନଡିଏମ ୬୭ଟିରେ ଜିତିବ। ହେଲେ ୨୦୧୬ ତୁଳନାରେ ଦଳର ଆସନ ସଂଖ୍ୟା ହ୍ରାସ ପାଇବ। ସେହିପରି କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ଖାତାକୁ ୫୭ ଓ ଅନ୍ୟାନ୍ୟ ଦଳ ୨ଟି ଆସନରେ ଜିତିବେ ବୋଲି ସର୍ଭେ ସଂସ୍ଥା କହିଛି।

ପୁଡୁଚେରୀରେ ନୂଆ ସରକାର ଗଠନ ହେବ। ବିଜେପି ନେତୃତ୍ୱାଧୀନ ଏନଡିଏ ୩୦ଟି ଆସନରୁ ୧୮ଟିରେ ଜିତି ବେଶ ଆରାମରେ ସରକାର ଗଠନ କରିବ। ପୂର୍ବରୁ ଏଠାରେ କ୍ଷମତାରେ ଥିବା କଂଗ୍ରେସ କେବଳ ୧୨ଟି ଆସନ ପାଇବ ବୋଲି ଓପିନିଅନ ପୋଲ ସର୍ଭେରୁ ସାମ୍ନାକୁ ଆସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos