/odisha-reporter/media/post_attachments/uploads/2021/08/CBI-OFFICERS.jpg)
CBI-OFFICERS
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ନିର୍ବାଚନୀ ହିଂସା ଘଟଣାରେ ସିବିଆଇ ତଦନ୍ତ କରୁଛି। ହେଲେ ଟିଏମସି କର୍ମୀ ସିବିଆଇ ତଦନ୍ତରେ ବାଧକ ସାଜିଥିବା ସୂଚନା ରହିଛି। ସିବିଆଇ ଅଧିକାରୀ ଆଜି ନଦିଆ ଜିଲ୍ଲାରେ ତଦନ୍ତ କରୁଥିବା ବେଳେ ଟିଏମସି କର୍ମୀ ସିବିଆଇ ଅଫିସର ବ୍ୟବହାର କରୁଥିବା ଗାଡ଼ିର ଚକ ପମ୍ପଚର କରିଥିବା ଅଭିଯୋଗ ହୋଇଛି।
ଆଜି ନଦିଆ ଜିଲ୍ଲାରେ ନିର୍ବାଚନୀ ପରବର୍ତ୍ତୀ ହିଂସା ଘଟଣାର ତଦନ୍ତ କରିବାକୁ ସିବିଆଇ ପହଞ୍ଚିଥିଲା। ଏହି ସମୟରେ ଟିଏମସି ସମର୍ଥକ ସିବିଆଇ ବିରୋଧରେ ଏବଂ ବିଜେପି ବିରୋଧରେ ନାରା ଦେଇଥିବା ଅଭିଯୋଗ ହୋଇଛି। ଏହା ଉପରେ ପ୍ରତିକ୍ରିୟା ରଖି ବିଜେପି ରାଜ୍ୟ ସରକାରଙ୍କୁ ପୁଣିଥରେ ଟାର୍ଗେଟ କରିଛି। ସତକୁ ଲୁଚାଇବା ପାଇଁ ଟିଏମସି ସମସ୍ତ ପ୍ରକାର ପ୍ରୟାସ କରୁଛି ବୋଲି ବିଜେପି କହିଛି।
ତେବେ ଶନିବାର ଯେଉଁ ଘଟଣା ଘଟିଛି ତାକୁ ଆଗାମୀ ଦିନରେ ହାଇକୋର୍ଟରେ କହିପାରେ ବୋଲି ସୂଚନା ରହିଛି। ସିବିଆଇ ଏହି ମାମଲାର ତଦନ୍ତ କରି ହାଇକୋର୍ଟ ପାଖରେ ଏକ ରିପୋର୍ଟ ଦେବ। ଯେଉଁଥିରେ ତଦନ୍ତ ବେଳେ ବାଧା ଉପୁଜାଇବାକୁ ପ୍ରୟାସ ହୋଇଥିଲା, ଯେଉଁମାନେ ବାଧା ଉପୁଜାଉଥିଲେ ସେମାନେ ସିବିଆଇ ବିରୋଧରେ ନାରା ଦେଉଥିଲେ ବୋଲି ସିବିଆଇ ରିପୋର୍ଟରେ ଉଲ୍ଲେଖ କରିପାରେ। ତେବେ ନଦିଆ ଜିଲ୍ଲାର ସ୍ଥାନୀୟ ଲୋକମାନେ ସିବିଆଇ ଅଧିକାରୀ ଯାଉଥିବା ଗାଡିର ଟାୟାରକୁ ପମ୍ପଚର କରାଯାଇଥିବା ଖବରକୁ ଖଣ୍ଡନ କରିଥିଲେ। ତେବେ ଏ ନେଇ ପଶ୍ଚିମବଙ୍ଗ ପୁଲିସ ଏହି ଘଟଣା ସମ୍ପର୍କରେ କୌଣସି ବିବୃତ୍ତି ରଖିନାହିଁ।
ସିବିଆଇ ନିର୍ବାଚନୀ ହିଂସା ଘଟଣାର ତଦନ୍ତ ପାଇଁ ଚାରୋଟି କମ୍ପାନୀ ନିୟୋଜିତ କରିଛି। ଏଯାବତ ଏହି ମାମଲାରେ ୧୧ ଟି ପୃଥକ ମାମଲା ଶୁକ୍ରବାର ସୁଦ୍ଧା ରୁଜୁ କରିଥିଲା ସିବିଆଇ। ତେବେ ଶନିବାର ଦିନ ଆଉ ୧୦ଟି ମାମଲା ସିବିଆଇ ରୁଜୁ କରିଥିବା ସୂଚନା ରହିଛି। ଏହାକୁ ମିଶାଇ ମୋଟ ୨୧ଟି ମାମଲା ରୁଜୁ ହୋଇଛି। ଶନିବାର ଏହି ହିଂସା ମାମଲାରେ ସିବିଆଇ ଦୁଇ ଜଣଙ୍କୁ ଗିରଫ କରିଥିବା ସୂଚନା ରହିଛି।
ସୂଚନାଯୋଗ୍ୟ, ଅଗଷ୍ଟ ୧୯ରେ କୋଲକତା ହାଇକୋର୍ଟର ପାଞ୍ଚ ଜଣିଆ ବେଞ୍ଚ ସିବିଆଇକୁ ନିର୍ବାଚନୀ ହିଂସା ଘଟଣାରେ ହୋଇଥିବା ଦୁଷ୍କର୍ମ ଏବଂ ହତ୍ୟା ଭଳି ଗୁରୁତର ଅପରାଧର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
