Advertisment

ଶାଶୁର ତିନି ଆଙ୍ଗୁଠି କାମୁଡି ଛିଣ୍ଡାଇ ଦେଲା ବୋହୂ

ମୁମ୍ବାଇ: ସାଧାରଣତଃ ଶାଶୁ-ବୋହୂ, ଭାଉଜ-ନଣନ୍ଦ ମଧ୍ୟରେ ଛୋଟମୋଟ କଥାକୁ ନେଇ ତୁ-ତୁ-ମେଁ ମେଁ ଲାଗି ରହିଥାଏ। କଥା କଟାକଟି ଏପରିକି ବେଳେ ବେଳେ ବଡ ଧରଣର ଝଗଡା ମଧ୍ୟ ହୋଇଯାଏ। ଏକଥା ସମସ୍ତେ ଜାଣନ୍ତି ଯେ, ଶାଶୁ-ବୋହୂ ଓ ଭାଉଜ-ନଣନ୍ଦ ଗୋଟିଏ ଘରେ ଥିଲେ କଳି ଝଗଡା ହେବା ସ୍ୱାଭାବିକ କଥା। କିନ୍ତୁ ବେଳେ ବେଳେ ଏହି ଝଡଗା ଉଗ୍ର ରୂପ ଧାରଣ କରିଥାଏ। ଏପରକି ରକ୍ତାକ୍ତ ହୋଇପଡନ୍ତି ଉଭୟ। ନିକଟରେ ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ଏଭଳି […]

ଶାଶୁର ତିନି ଆଙ୍ଗୁଠି କାମୁଡି ଛିଣ୍ଡାଇ ଦେଲା ବୋହୂ

Mother and daughter in law

Advertisment

ମୁମ୍ବାଇ: ସାଧାରଣତଃ ଶାଶୁ-ବୋହୂ, ଭାଉଜ-ନଣନ୍ଦ ମଧ୍ୟରେ ଛୋଟମୋଟ କଥାକୁ ନେଇ ତୁ-ତୁ-ମେଁ ମେଁ ଲାଗି ରହିଥାଏ। କଥା କଟାକଟି ଏପରିକି ବେଳେ ବେଳେ ବଡ ଧରଣର ଝଗଡା ମଧ୍ୟ ହୋଇଯାଏ। ଏକଥା ସମସ୍ତେ ଜାଣନ୍ତି ଯେ, ଶାଶୁ-ବୋହୂ ଓ ଭାଉଜ-ନଣନ୍ଦ ଗୋଟିଏ ଘରେ ଥିଲେ କଳି ଝଗଡା ହେବା ସ୍ୱାଭାବିକ କଥା। କିନ୍ତୁ ବେଳେ ବେଳେ ଏହି ଝଡଗା ଉଗ୍ର ରୂପ ଧାରଣ କରିଥାଏ। ଏପରକି ରକ୍ତାକ୍ତ ହୋଇପଡନ୍ତି ଉଭୟ। ନିକଟରେ ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ଏଭଳି ହିଁ କିଛି ଘଟଣା ଘଟିଥିବା କଥା ସାମ୍ନାକୁ ଆସିଛି। ଟିଭି ରିମୋଟ୍‌କୁ ନେଇ ଶାଶୁର ଆଙ୍ଗୁଠି କାମୁଡି ଛିଣ୍ଡାଇ ଦେଇଛି ବୋହୂ।

Advertisment

ମହାରାଷ୍ଟ୍ରର ହାଇ ପ୍ରୋଫାଇଲ୍‌ ସୋସାଇଟିରେ ରୁହନ୍ତି କୁଲକର୍ଣ୍ଣି ପରିବାର। ସୋମବାର ସକାଳୁ ଶାଶୁ ବୃଷାଲୀ କୁଲକର୍ଣ୍ଣି ଭଜନ ପଢ଼ୁଥିଲେ। ସେହି ସମୟରେ ତାଙ୍କ ବୋହୂ ବିଜୟା କୁଲକର୍ଣ୍ଣି ଟିଭି ଦେଖୁଥିଲେ। ଶାଶୁ ଟିଭି ସାଉଣ୍ଡ ଶୁଣି ବିରକ୍ତି ହୋଇଥଇଲେ ଓ ବୋହୂକୁ ସାଉଣ୍ଡ କମ୍‌ କରିବାକୁ କହିଥିଲେ।

ଏହାପରେ ଶାଶୁ-ବୋହୁ ମଧ୍ୟରେ ଆରମ୍ଭ ହୋଇଥିଲା ତୁ ତୁ ମେଁ ମେଁ। ଦେଖୁ ଦେଖୁ ଏହା ଉଗ୍ର ରୂପ ନେଇଥିଲା। ଟିଭି ସାଉଣ୍ଡ କମ୍‌ କରିବା ବଦଳରେ ବୋହୂ ଆହୁରି ତାକୁ ବଢ଼ାଇ ଦେଇଥିଲେ। ପରେ ଶାଶୁ ରାଗିଯାଇ ଟିଭି ବନ୍ଦ କରିଦେଇଥିଲେ। ଏହାକୁ ଦେଖି ଭୀଷଣ ରାଗି ଯାଇଥିଲେ ବୋହୂ। ଝଗଡା ବଢ଼ିବାକୁ ଲାଗିଥିଲା। ରାଗରେ ନିଜ ହିତାହିତ ଜ୍ଞାନ ଭୁଲି ଯାଇଥିଲେ ବୋହୂ। ସ୍ୱାମୀ ଆସି  ବୁଝାଇବା ପରେ ବି କିଛି ବୁଝି ନଥିଲେ ବିଜୟା। ଏହାପରେ ଶାଶୁର ଡାହାଣ ହାତର ତିନୋଟି ଆଙ୍ଗୁଠିକୁ ବୋହୂ ବିଜୟ କାମୁଡି ଛିଣ୍ଡାଇ ଦେଇଥିଲେ।

Advertisment

ଶିବାଜୀନଗର ଥାନାରେ ବିଜୟାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପୁଲିସ ବିଜୟାଙ୍କୁ ଥାନାକୁ ଡକାଇ ପଚରାଉଚରା କରିବା ସହ ତଦନ୍ତ ଆରମ୍ଭ କରିଛି। ସେପଟେ ଶାଶୁଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe