Advertisment

ଅଳ୍ପଦିନର କମ୍ପାନୀ, ଚମକାଇ ଦେଲେ ଫାଲଗୁନି

ନୂଆଦିଲ୍ଲୀ: ବ୍ୟୁଟି କମ୍ପାନୀ Nykaa ଜବରଦସ୍ତ ସଫଳତା ହାସଲ କରିଛି । ରାତାରାତି ମାଲେମାଲ ହୋଇଛନ୍ତି କମ୍ପାନୀର ସିଇଓ ଫାଲଗୁନି ନାୟାର। ଫାଲଗୁନିଙ୍କୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ତାଙ୍କ ପରିଚାଳିତ  ଫେସନ ଏବଂ ଇ-କମର୍ସ ଭେଞ୍ଚର ସେୟାର ବଜାରରେ ଧମକାଦାର ଲିଷ୍ଟରେ ସାମିଲ ହୋଇଛି। ଫଳରେ ଫାଲଗୁନି ବିଶ୍ୱର ଧନୀ ତାଲିକାରେ ସାମିଲ ହୋଇଯାଇଛନ୍ତି । ବୁଧବାର ଷ୍ଟକ ଏକ୍ସଚେଞ୍ଚରେ ଚାର ଚାନ୍ଦ ଲଗାଇଥିବା ଫାଲଗୁନିଙ୍କ କଂପାନି ୬୫୦ କୋଟି ଡଲାର ସମ୍ପତ୍ତିର ମାଲିକାଣୀ ହୋଇଯାଇଛନ୍ତି […]

ଅଦ୍ୟତନ ହୋଇଛି
ଅଳ୍ପଦିନର କମ୍ପାନୀ, ଚମକାଇ ଦେଲେ ଫାଲଗୁନି

tio

Advertisment

ନୂଆଦିଲ୍ଲୀ: ବ୍ୟୁଟି କମ୍ପାନୀ Nykaa ଜବରଦସ୍ତ ସଫଳତା ହାସଲ କରିଛି । ରାତାରାତି ମାଲେମାଲ ହୋଇଛନ୍ତି କମ୍ପାନୀର ସିଇଓ ଫାଲଗୁନି ନାୟାର। ଫାଲଗୁନିଙ୍କୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ତାଙ୍କ ପରିଚାଳିତ  ଫେସନ ଏବଂ ଇ-କମର୍ସ ଭେଞ୍ଚର ସେୟାର ବଜାରରେ ଧମକାଦାର ଲିଷ୍ଟରେ ସାମିଲ ହୋଇଛି। ଫଳରେ ଫାଲଗୁନି ବିଶ୍ୱର ଧନୀ ତାଲିକାରେ ସାମିଲ ହୋଇଯାଇଛନ୍ତି । ବୁଧବାର ଷ୍ଟକ ଏକ୍ସଚେଞ୍ଚରେ ଚାର ଚାନ୍ଦ ଲଗାଇଥିବା ଫାଲଗୁନିଙ୍କ କଂପାନି ୬୫୦ କୋଟି ଡଲାର ସମ୍ପତ୍ତିର ମାଲିକାଣୀ ହୋଇଯାଇଛନ୍ତି ।

Advertisment

ଭାରତର ପ୍ରଥମ ମହିଳା ଉଦ୍ୟୋଗୀ ଭାବେ ଫାଲାଗୁନିଙ୍କ ଷ୍ଟାର୍ଟ ଅପ କମ୍ପାନୀ ଷ୍ଟକ ବଜାରରେ ବିରଳ ସଫଳତା ହାସଲ କରିଛି। ବ୍ୟାଙ୍କ ଚାକିରି  ଛାଡ଼ି ନାୟାର ଷ୍ଟାର୍ଟଅପ କମ୍ପାନୀ ଆରମ୍ଭ କରିଥିଲେ । ବ୍ୟବସାୟ ଆରମ୍ଭର ମାତ୍ର ଅଳ୍ପ ଦିନରେ ଦେଶର ବିତ୍ତଶାଳୀ ମହିଳା ହୋଇପାରିଛନ୍ତି ଫାଲଗୁନି।

୫୦ ବର୍ଷରେ ପାଦ ଥାପିବା ପୂର୍ବରୁ ୨୦୧୨ରେ ଫାଲଗୁନି ଇ-କମର୍ଷ ପ୍ଲାଟଫର୍ମ ଆରମ୍ଭ କରିଥିଲେ। ମୋବାଇଲ ଆପ ଏବଂ ୱେବସାଇଟ୍ ଜରିଆରେ ଫାଲଗୁନି ବ୍ୟୁଟି ଏବଂ ପର୍ସନାଲ କେୟାର ପ୍ରଡକ୍ଟ ବିକ୍ରି ଆରମ୍ଭ କରିଥିଲେ।  ଖୁବ୍ କମ ଦିନରେ ସଫଳତାର ଶିଖରକୁ ଛୁଇଁପାରିଥିବା ଫାଲଗୁନି କହିଛନ୍ତି ଯେ, ମହିଳାମାନଙ୍କୁ  ଆର୍ଥିକ ଶସକ୍ତ ପାଇଁ ଅଧିକ ସୁଯୋଗ ଦିଆଯିବା ଉଚିତ। ସେମାନଙ୍କୁ ସୁଯୋଗ ମିଳିଲେ   ମୋ ଭଳି ଅନେକ ମହିଳା ସେମାନଙ୍କ ସ୍ୱପ୍ନ ପୂରଣ କରିପାରିବେ ବୋଲି ସେ କହିଛନ୍ତି।

Advertisment
Inspiration Story
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe