Advertisment

ସୁଡ଼ଙ୍ଗ ଭିତରୁ ଏଯାଏଁ ମିଳିଲାଣି ୮ ମୃତଦେହ

ଡେରାଡୁନ: ଉତ୍ତରାଖଣ୍ଡର ଚମୋଲିରେ ଘଟିଥିବା ଜଳପ୍ରଳୟରେ ବର୍ତ୍ତମାନ ଯାଏଁ ୫୩ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ ସୂଚନା ମିଳିଛି। ତପୋବନର ଏନଟିପିସି ସୁଡଙ୍ଗ ଭିତରୁ ୮ ଏବଂ ବାହାରୁ ୨ଟି ମୃତଦେହ ଉଦ୍ଧାର ହୋଇଛି। ସୁଡଙ୍ଗ ଭିତରେ ପ୍ରାୟ ୩୫ ଜଣ ଫସି ରହିଥିବା ନେଇ ଆଶଙ୍କା କରାଯାଉଛି। ଏହା ବ୍ୟତୀତ ପୂରା ଅଞ୍ଚଳରେ ଏ ପର୍ଯ୍ୟନ୍ତ ୧୫୪ ଜଣ ନିଖୋଜ ଅଛନ୍ତି। ତପୋବନ ସୁଡ଼ଙ୍ଗ ଭିତରେ ଗତ ୯ ଦିନ ହେବ ଉଦ୍ଧାର କାର୍ଯ୍ୟ ଜାରି […]

ସୁଡ଼ଙ୍ଗ ଭିତରୁ ଏଯାଏଁ ମିଳିଲାଣି ୮ ମୃତଦେହ

Uttarakhand-Flood

Advertisment

ଡେରାଡୁନ: ଉତ୍ତରାଖଣ୍ଡର ଚମୋଲିରେ ଘଟିଥିବା ଜଳପ୍ରଳୟରେ ବର୍ତ୍ତମାନ ଯାଏଁ ୫୩ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ ସୂଚନା ମିଳିଛି। ତପୋବନର ଏନଟିପିସି ସୁଡଙ୍ଗ ଭିତରୁ ୮ ଏବଂ ବାହାରୁ ୨ଟି ମୃତଦେହ ଉଦ୍ଧାର ହୋଇଛି। ସୁଡଙ୍ଗ ଭିତରେ ପ୍ରାୟ ୩୫ ଜଣ ଫସି ରହିଥିବା ନେଇ ଆଶଙ୍କା କରାଯାଉଛି। ଏହା ବ୍ୟତୀତ ପୂରା ଅଞ୍ଚଳରେ ଏ ପର୍ଯ୍ୟନ୍ତ ୧୫୪ ଜଣ ନିଖୋଜ ଅଛନ୍ତି।

Advertisment

[caption id="attachment_619490" align="aligncenter" width="650"]Tapovan-Tunel Tapovan Tunel[/caption]

ତପୋବନ ସୁଡ଼ଙ୍ଗ ଭିତରେ ଗତ ୯ ଦିନ ହେବ ଉଦ୍ଧାର କାର୍ଯ୍ୟ ଜାରି ରହିଛି, କିନ୍ତୁ ବଡ ଧରଣର ଭଗ୍ନାବଶେଷ ଏବଂ ମାଟି କାଦୁଅ ସୁଡଙ୍ଗ ଭିତରେ ଜମା ହୋଇଥିବା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି। ଫଳରେ ଏହା ଧିମେଇ ଯାଇଛି। ଟନଲ ଭିତରେ ଏଯାଏଁ ୧୪୦ ମିଟର ପର୍ଯ୍ୟନ୍ତ ଖୋଦେଇ ହୋଇଛି।

Advertisment

ସେପଟେ ସୁଡଙ୍ଗ ଭିତରୁ ନିଖୋଜ ଶ୍ରମିକଙ୍କ ମୃତଦେହ ମିଳିବା ପରେ ମୃତକଙ୍କ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି। ରବିବାର ସୁଡଙ୍ଗ ଭିତରୁ ଆଲମ ପୁଣ୍ଡରୀ ନାମକ ଜଣେ ଇଲେକଟ୍ରିସିଆନଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏହାପରେ ତାଙ୍କ ପରିବାର ଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ଆଲମ ପୁଣ୍ଡରୀଙ୍କ ଭାଇ କହିଛନ୍ତି, ଯେ, ଭାଇଙ୍କ ମୃତ ଖବର ଶୁଣି ମୋର ସବୁ ଆଶା ଆଉ ଭରସା ମଉଳି ଯାଇଛି।

ସେହିପରି ଟନଲରେ ଫସି ରହିଥିବା ସହରାନପୁରର ଇଂଜିନିଅର ସାଦିକ ଅଲ୍ଲିଙ୍କ ବାପା ସୁଡଙ୍ଗ ଭିତରୁ ଗୋଟିଏ ପରେ ଗୋଟିଏ ମୃତଦେହ ଉଦ୍ଧାର ହେଉଥିବା ଦେଖି ତାଙ୍କ ଆଖି ଛଳ ଛଳ ହୋଇପଡିଛି। ସେ ଭୟରେ ଥିରି ଉଠିଛନ୍ତି ଏବଂ ତାଙ୍କ ପୁଅ ଜୀବିତ ଥିବା ଅଶା ମଧ୍ୟ ଧୀରେ ଧୀରେ ମଉଳିବାକୁ ଲାଗିଥିବା ସେ କହିଛନ୍ତି।

ସୂଚନାଯୋଗ୍ୟ ଯ, ଗତ ୭ ତାରିଖରେ ଉତ୍ତରାଖଣ୍ଡର ଚମୋଲିରେ ହିମସ୍ଖଳନ ହୋଇଥିଲା। ଏହାପରେ ଭୟଙ୍କର ଜଳପ୍ରଳୟ ସୃଷ୍ଟି ହୋଇଥିଲା। ପାଣି ମାଡରେ ଅନେକ ଲୋକ ଭାସି ଯାଇଥିଲେ। ସେହିପରି ରେନି ଗାଁ ପୁରାପୁରି ନଷ୍ଟ ହୋଇଯାଇଛି। ପୋଲ ଭାଙ୍ଗିବା ଯୋଗୁଁ ମଲାରୀ ସମେତ ଅନେକ ଗାଁ ମୁଖ୍ୟସ୍ରୋତରୁ ବିଚ୍ଛିନ୍ନ ହୋଇଛି। ଆଇଟିବିପି ଯବାନମାନେ ଲଗାତାର ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

Uttarakhand Flood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe