Advertisment

ଲାଇନଚ୍ୟୁତ ହେଲା ଟ୍ରେନ୍‌ର ୫୩ ବଗି

ନୂଆଦିଲ୍ଲୀ: ଝାଡଖଣ୍ଡର କୋଡର୍ମା ନିକଟରେ ବଡ ଦୁର୍ଘଟଣା। ଗୁରପା ରେଲୱେ ଷ୍ଟେସନ ନିକଟରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍। ପାଖାପାଖି ୫୩ଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି। ଏହି ପୂରା ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। https://twitter.com/ndtvindia/status/1585184571649556481?s=20&t=OouOahcsbY9V3ih5SC3e2w ଲାଇନ୍‌ଚ୍ୟୁତ ହୋଇ ମଧ୍ୟ ଟ୍ରେନ୍‌ଟି ବିପଦପୂର୍ଣ୍ଣ ଭାବେ ଷ୍ଟେସନରେ ପହଞ୍ଚିଛି। ଏହାକୁ ନେଇ ଷ୍ଟେସନରେ ଆତଙ୍କ ଖେଳିଯାଇଛି। ରେଳ ଷ୍ଟେସନରେ ଉପସ୍ଥିତ ଥିବା କିଛି ଯାତ୍ରୀ ଟ୍ରେନ୍‌ର ଏଭଳି ଅବସ୍ଥା ଦେଖି ଭୟଭୀତ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଲାଇନଚ୍ୟୁତ ହେଲା ଟ୍ରେନ୍‌ର ୫୩ ବଗି

Train Derail

ନୂଆଦିଲ୍ଲୀ: ଝାଡଖଣ୍ଡର କୋଡର୍ମା ନିକଟରେ ବଡ ଦୁର୍ଘଟଣା। ଗୁରପା ରେଲୱେ ଷ୍ଟେସନ ନିକଟରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍। ପାଖାପାଖି ୫୩ଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି। ଏହି ପୂରା ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

https://twitter.com/ndtvindia/status/1585184571649556481?s=20&t=OouOahcsbY9V3ih5SC3e2w

ଲାଇନ୍‌ଚ୍ୟୁତ ହୋଇ ମଧ୍ୟ ଟ୍ରେନ୍‌ଟି ବିପଦପୂର୍ଣ୍ଣ ଭାବେ ଷ୍ଟେସନରେ ପହଞ୍ଚିଛି। ଏହାକୁ ନେଇ ଷ୍ଟେସନରେ ଆତଙ୍କ ଖେଳିଯାଇଛି। ରେଳ ଷ୍ଟେସନରେ ଉପସ୍ଥିତ ଥିବା କିଛି ଯାତ୍ରୀ ଟ୍ରେନ୍‌ର ଏଭଳି ଅବସ୍ଥା ଦେଖି ଭୟଭୀତ ହୋଇପଡିଛନ୍ତି।

Advertisment

ସେପଟେ ଟ୍ରେନ୍ ଲାଇନଚ୍ୟୁତ ହେବା ପରେ ଏହି ଲାଇନ୍‌ରେ ଅପ୍ ଆଣ୍ଡ ଡାଇନ୍ ଟ୍ରେନ୍ ଚଳାଚଳରେ ବାଧା ସୃଷ୍ଟି ହୋଇଛି। ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି। ଘଟଣାପରେ ବରବାଡିହ, ଗୟା, ନେସୁଚବୋ ଗୋମୋ ଓ ଧାନବାଦର ଏକ ଅଧିକାରୀଙ୍କ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି।

https://twitter.com/VatsNitin2/status/1585193340605468673?s=20&t=OouOahcsbY9V3ih5SC3e2w

ସୂଚନାନୁସାରେ, ବୁଧବାର ସକାଳେ ହାଜରବାଗ ଟାଉନରୁ ଏନଟିସିଡି (ନ୍ୟାସନାଲ ଥର୍ମାଲ ପାୱାର କର୍ପୋରେସନ, ଦାଦ୍ରି) କୁ ଯାଉଥିବା ୫୮ ୱାଗନ ଯୁକ୍ତ ଟ୍ରେନର ୫୩ ଟି ବଗି କୋଡର୍ମା ଏବଂ ମନପୁର ରେଳ ବିଭାଗ ମଧ୍ୟରେ ଲାଇନଚ୍ୟୁତ ହୋଇଥିଲା।