Advertisment

ତିନି ବିଜେପି କର୍ମୀଙ୍କୁ ହତ୍ୟା କରିଥିବା ଆତଙ୍କବାଦୀ ଗିରଫ

ଶ୍ରୀନଗର: ବର୍ଷକ ପରେ ଧରାପଡିଲା ତିନି ବିଜେପି କର୍ମୀଙ୍କୁ ହତ୍ୟା କରିଥିବା ଆତଙ୍କବାଦୀ। ଜମ୍ମୁ-କାଶ୍ମୀର ପୁଳିସ କୁଲଗାମ ଜିଲ୍ଲାରେ ଗତବର୍ଷ ହୋଇଥିବା ୩ ବିଜେପି କର୍ମୀଙ୍କୁ ହତ୍ୟା କରିବା ମାମଲାରେ ଆଜି ଜଣେ ଆତଙ୍କବାଦୀକୁ ଗିରଫ କରିଛି। ଗିରଫ ଆତଙ୍କବାଦୀର ନାଁ ଟିଆରଏଫର ଜହୁର ଅହମ୍ମଦ ଓରଫ ଖାଲିଦ। ଶୁକ୍ରବାର ସାମ୍ବା ଜିଲ୍ଲାରୁ ଖାଲିଦକୁ ଗିରଫ କରାଯାଇଛି । କେବଳ ବିଜେପି କର୍ମୀ ନୁହେଁ ଜଣେ ପୁଲିସ କର୍ମୀଙ୍କୁ ମଧ୍ୟ ଖାଲିଦ ହତ୍ୟା କରିଥିବା ଅଭିଯୋଗ ହୋଇଛି […]

ଅଦ୍ୟତନ ହୋଇଛି
ତିନି ବିଜେପି କର୍ମୀଙ୍କୁ ହତ୍ୟା କରିଥିବା ଆତଙ୍କବାଦୀ ଗିରଫ

Lashkar-e-Taiba terrorist

Advertisment

ଶ୍ରୀନଗର: ବର୍ଷକ ପରେ ଧରାପଡିଲା ତିନି ବିଜେପି କର୍ମୀଙ୍କୁ ହତ୍ୟା କରିଥିବା ଆତଙ୍କବାଦୀ। ଜମ୍ମୁ-କାଶ୍ମୀର ପୁଳିସ କୁଲଗାମ ଜିଲ୍ଲାରେ ଗତବର୍ଷ ହୋଇଥିବା ୩ ବିଜେପି କର୍ମୀଙ୍କୁ ହତ୍ୟା କରିବା ମାମଲାରେ ଆଜି ଜଣେ ଆତଙ୍କବାଦୀକୁ ଗିରଫ କରିଛି। ଗିରଫ ଆତଙ୍କବାଦୀର ନାଁ ଟିଆରଏଫର ଜହୁର ଅହମ୍ମଦ ଓରଫ ଖାଲିଦ। ଶୁକ୍ରବାର ସାମ୍ବା ଜିଲ୍ଲାରୁ ଖାଲିଦକୁ ଗିରଫ କରାଯାଇଛି । କେବଳ ବିଜେପି କର୍ମୀ ନୁହେଁ ଜଣେ ପୁଲିସ କର୍ମୀଙ୍କୁ ମଧ୍ୟ ଖାଲିଦ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

Advertisment

[caption id="attachment_619123" align="aligncenter" width="650"]Bjp Worker ୩ ବିଜେପି କାର୍ଯ୍ୟକର୍ତ୍ତା ଫିଦା ହୁସେନ, ଉମେର ରଶିଦ ଓ ଉମର ରମଜାନଙ୍କୁ ହତ୍ୟା କରାଯାଇଥିଲା।[/caption]

କାଶ୍ମୀର ଜୋନ୍‌ର ପୁଲିସ ଆଇଜି ବିଜୟ କୁମାର କହିଛନ୍ତି ଯେ, ଖାଲିଦ ସାମ୍ବା ଅଞ୍ଚଳରେ ଥିବା ସୂଚନା ପାଇ ଚଢ଼ାଉ କରାଯାଇଥିଲା। ପରେ ୧୨ ତାରିଖ ବିଳମ୍ବିତ ରାତିରେ ସାମ୍ବାରୁ ଖାଲିଦକୁ ଗିରଫ କରିବାରେ ପୁଲିସ ସଫଳ ହୋଇଥିବା ନେଇ ଆଇଜି ସୂଚନା ଦେଇଛନ୍ତି ।

Advertisment

ବିଜୟ କୁମାର ଆହୁରି କହିଛନ୍ତି ଯେ, ଖାଲିଦ କୁଲଗାମରେ ୩ ବିଜେପି ନେତାଙ୍କ ସମେତ ଦକ୍ଷିଣ କାଶ୍ମୀରର ଫୁରାରେ ଜଣେ ପୁଲିସ କର୍ମୀଙ୍କୁ ହତ୍ୟା କରିଥିଲା । ଗତବର୍ଷ ଅକ୍ଟୋବର ୨୯ରେ କୁଲଗାମର ବାଇକ ପୋରା ଅଞ୍ଚଳରେ ୩ ବିଜେପି କାର୍ଯ୍ୟକର୍ତ୍ତା ଫିଦା ହୁସେନ, ଉମେର ରଶିଦ ଓ ଉମର ରମଜାନଙ୍କୁ ହତ୍ୟା କରାଯାଇଥିଲା। ଏହି ହତ୍ୟା ଘଟଣାରେ ଟିଆର୍‌ଏଫର ହାତ ଥିଲା। ସୂଚନାଯୋଗ୍ୟ, ଟିଆରଏଫ ହେଉଛି ଲଶ୍କର-ଏ-ତୋଏବାର ଏକ ସଙ୍ଗଠନ ।

Lashkar-e-Taiba Terrorist
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe