Advertisment

ବିଚ ରାସ୍ତାରେ ଫୁଟିଲା ଗୁଳି, ପ୍ରାଣ ହରାଇଲେ ଟିଏମସି ନେତା

କୋଲକାତା: ପଶ୍ଚିମବଙ୍ଗରେ ଟିଏମସି ଓ ବିଜେପି ମଧ୍ୟରେ ବିବାଦ ଚାଲିଥିବା ବେଳେ ଏବେ ପୁଣି ଆସିଛି ହିଂସାର ଖବର। ଶନିବାର ଉତ୍ତର ୨୪ ପାରଗନା ଜିଲ୍ଲାରେ ଶାସକ ଦଳର ନେତା ହତ୍ୟାର ଶିକାର ହୋଇଛନ୍ତି। ଆଉ ହତ୍ୟା ପଛରେ ବିରୋଧୀ ବିଜେପି ବୋଲି ଅଭିଯୋଗ ହୋଇଛି। ପୁଲିସ ଏହି ମାମଲାରେ ୫ ଜଣଙ୍କୁ ଗିରଫ କରିଛି। ଶନିବାର ଜଣେ ପୁଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଖାରଦାହ (Khardaha) ବିଧାନସଭା ଆସନରୁ ଜିତିଥିବା କାଜଲ ସିହ୍ନାଙ୍କ ଘନିଷ୍ଠ […]

ଅଦ୍ୟତନ ହୋଇଛି
ବିଚ ରାସ୍ତାରେ ଫୁଟିଲା ଗୁଳି, ପ୍ରାଣ ହରାଇଲେ ଟିଏମସି ନେତା

TMC

Advertisment

କୋଲକାତା: ପଶ୍ଚିମବଙ୍ଗରେ ଟିଏମସି ଓ ବିଜେପି ମଧ୍ୟରେ ବିବାଦ ଚାଲିଥିବା ବେଳେ ଏବେ ପୁଣି ଆସିଛି ହିଂସାର ଖବର। ଶନିବାର ଉତ୍ତର ୨୪ ପାରଗନା ଜିଲ୍ଲାରେ ଶାସକ ଦଳର ନେତା ହତ୍ୟାର ଶିକାର ହୋଇଛନ୍ତି। ଆଉ ହତ୍ୟା ପଛରେ ବିରୋଧୀ ବିଜେପି ବୋଲି ଅଭିଯୋଗ ହୋଇଛି। ପୁଲିସ ଏହି ମାମଲାରେ ୫ ଜଣଙ୍କୁ ଗିରଫ କରିଛି। ଶନିବାର ଜଣେ ପୁଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି।

Advertisment

ଖାରଦାହ (Khardaha) ବିଧାନସଭା ଆସନରୁ ଜିତିଥିବା କାଜଲ ସିହ୍ନାଙ୍କ ଘନିଷ୍ଠ ସହଯୋଗୀ ହେଉଛନ୍ତି ରଣଜୟ କୁମାର ଶ୍ରୀବାସ୍ତବ (Ranajoy Kumar Shrivastava)। ଶନିବାର ସେ ଟିଟାଗଡ଼ଠାରେ ହତ୍ୟାର ଶିକାର ହୋଇଛନ୍ତି। କହିରଖୁଛୁ କାଜଲ ସିହ୍ନା ମଧ୍ୟ କରୋନାରେ ପ୍ରାଣ ହରାଇସାରିଛନ୍ତି।

ପୁଲିସ ଅଧିକାରୀ କହିଛନ୍ତି ଯେ କିଛି ଅଜ୍ଞାତ ବ୍ୟକ୍ତି ପ୍ରଥମେ ଶ୍ରୀବାସ୍ତବଙ୍କ କାରକୁ ଅଟକାଇଥିଲେ। ଏହାପରେ ତାଙ୍କ ଉପରକୁ ବୋମା ଫିଙ୍ଗିଥିଲେ। ପ୍ରାଣ ଭୟରେ ଏହି ଟିଏମସି ନେତା କାରରୁ ବାହାରି ଦୌଡି ପଳାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଦୁର୍ବୃତ୍ତଙ୍କ କବଳରୁ ନିଜକୁ ସୁରକ୍ଷିତ ରଖିପାରିନଥିଲେ ଟିଏମସି ଯୁବ ହିନ୍ଦୀ ସେଲର ସଭାପତି ଶ୍ରୀବାସ୍ତବ। ସେ ଦୌଡୁଥିବା ବେଳେ ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳି ମାଡ଼ କରିଥିଲେ। ଏହାପରେ ଶ୍ରୀବାସ୍ତବଙ୍କୁ ପ୍ରଥମେ ସ୍ଥାନୀୟ ଡାକ୍ତରଖାନା ନିଆଯାଇଥିଲା ଏବଂ ସେଠାରୁ କୋଲକାତାର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଥିବା ବେଳେ ମଝି ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା।

Advertisment

ଉତ୍ତର ୨୪ ପାରଗନାର ଟିଏମସି ସଭାପତି ଜ୍ୟୋତିପ୍ରିଓ ମଲ୍ଲିକ ଅଭିଯୋଗ କରିଛନ୍ତି ଯେ ଏହି ଅଞ୍ଚଳରେ ଶାସକ ଦଳର କର୍ମୀଙ୍କ ମଧ୍ୟରେ ଭୟ ସୃଷ୍ଟି କରିବାକୁ ବିରୋଧୀ ବିଜେପି ଚାହୁଁଛି। ତେଣୁ ଏହି ହତ୍ୟା ପଛରେ ବିଜେପି ହିଁ ଷଡଯନ୍ତ୍ରକାରୀ ବୋଲି ସେ କହିଛନ୍ତି। ବିଧାନସଭା ନିର୍ବାଚନ ପୂର୍ବରୁ ଶ୍ରୀବାସ୍ତବ ବିଜେପି ଛାଡି ଟିଏମସିରେ ସାମିଲ ଦେଇଥିବାରୁ ରାଗ ରଖି ବିଜେପି ଏହି ହତ୍ୟାକାଣ୍ଡ ଭିଆଇଛି ବୋଲି ସେ କହିଛନ୍ତି।

ତେବେ ଟିଏମସିର ଅଭିଯୋଗକୁ ବିଜେପି ପ୍ରତ୍ୟାଖ୍ୟାନ କରିଛି। ବାରକପୁରର ବିଜେପି ସାଂସଦ ଅର୍ଜୁନ ସିଂ ଦାବି କରିଛନ୍ତି ଯେ ଶ୍ରୀବାସ୍ତବ କେବେ ବି ବିଜେପିର ସଦସ୍ୟ ନୁହନ୍ତି। ସେ ଦାବି କରିଛନ୍ତି ଯେ ଏହି ମାମଲାରେ ଗିରଫ ହୋଇଥିବା ୫ ଜଣ ହେଉଛନ୍ତି ଟିଏମସି ସଦସ୍ୟ। ବଟି ଆଦାୟକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି। ଗିରଫ ଅଭିଯୁକ୍ତ ଟିଏମସି ବିଧାୟକ ତଥା ମୁଖ୍ୟ ସଚେତକ ନିର୍ମଳ ଘୋଷଙ୍କ ନିକଟତମ ବ୍ୟକ୍ତି।

ସୂଚନାଯୋଗ୍ୟ, କାଜଲ ସିହ୍ନା ଜିତିବା ପାଇଁ ଶ୍ରୀବାସ୍ତବ ଅନେକ ପରିଶ୍ରମ କରିଥିଲେ। କିନ୍ତୁ ଭୋଟ୍ ଦେବା ପରେ ଏବଂ ଫଳାଫଳ ଘୋଷଣା ହେବା ପୂର୍ବରୁ କାଜଲ ସିହ୍ନା କୋଭିଡରେ ପ୍ରାଣ ହରାଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe