Advertisment

ନିର୍ବାଚନ ପୂର୍ବରୁ ନୁସରତ୍‌ କରୋନା ସଂକ୍ରମିତ!

ପଶ୍ଚିମବଙ୍ଗ: ପାଖେଇ ଆସୁଛି ପଶ୍ଚିମବଙ୍ଗ ନିର୍ବାଚନ। ଏହାକୁ ନେଇ ଚରିଆଡେ ରାଜନୀତି ସରଗରମ ରହିଛି। ଏହାରି ଭିତରେ ତ୍ରୁଣମୂଳ କଂଗ୍ରେସ ସାଂସଦ ତଥା ବଙ୍ଗଳା ଅଭିନେତ୍ରୀ ନୁସରତ ଜାହାନ୍‌ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଖବର ସାମ୍ନାକୁ ଆସିଛି। ଏହି ଖବର ଭାଇରାଲ ହେବା ପରେ ତାଙ୍କର ସମସ୍ତ କାର୍ଯ୍ୟକ୍ରମ ଏବଂ ସଭା ଓ ଅନ୍ୟାନ୍ୟ ମିଟିଂକୁ ବାତିଲ କରିଦିଆଯାଇଛି। ସେପଟେ ନୁସରତ୍‌ଙ୍କ ସମସ୍ତ ଫ୍ୟାନମାନେ ଏହି ଖବର ଶୁଣି ଚିନ୍ତିତ ହୋଇପଡିଛନ୍ତି। ପ୍ରଶଂସକମାନେ ନୁସରତ୍‌ଙ୍କ ଆଶୁ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ନିର୍ବାଚନ ପୂର୍ବରୁ ନୁସରତ୍‌ କରୋନା ସଂକ୍ରମିତ!

Nushrat Jahan-2

ପଶ୍ଚିମବଙ୍ଗ: ପାଖେଇ ଆସୁଛି ପଶ୍ଚିମବଙ୍ଗ ନିର୍ବାଚନ। ଏହାକୁ ନେଇ ଚରିଆଡେ ରାଜନୀତି ସରଗରମ ରହିଛି। ଏହାରି ଭିତରେ ତ୍ରୁଣମୂଳ କଂଗ୍ରେସ ସାଂସଦ ତଥା ବଙ୍ଗଳା ଅଭିନେତ୍ରୀ ନୁସରତ ଜାହାନ୍‌ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଖବର ସାମ୍ନାକୁ ଆସିଛି। ଏହି ଖବର ଭାଇରାଲ ହେବା ପରେ ତାଙ୍କର ସମସ୍ତ କାର୍ଯ୍ୟକ୍ରମ ଏବଂ ସଭା ଓ ଅନ୍ୟାନ୍ୟ ମିଟିଂକୁ ବାତିଲ କରିଦିଆଯାଇଛି। ସେପଟେ ନୁସରତ୍‌ଙ୍କ ସମସ୍ତ ଫ୍ୟାନମାନେ ଏହି ଖବର ଶୁଣି ଚିନ୍ତିତ ହୋଇପଡିଛନ୍ତି। ପ୍ରଶଂସକମାନେ ନୁସରତ୍‌ଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Advertisment

ନୁସରତଙ୍କର କରୋନା ପଜିଟିଭ୍ ହେବା ପ୍ରଭାବ ପଶ୍ଚିମବଙ୍ଗ ନିର୍ବାଚନରେ ଦେଖିବାକୁ ମିଳିଛି । ସେପଟେ ଏହି ଖବରକୁ ଖଣ୍ଡନ କରିଛନ୍ତି ଟିଏମସି ସାଂସଦ ନୁସରତ୍‌। ଏକ ୱେବସାଇଟ୍ ସହ କଥାବାର୍ତ୍ତା କରୁଥିବାବେଳେ, ନୁସରତ ସେ କରୋନା ସଂକ୍ରମିତ ହୋଇଥିବା କଥାକୁ ଅସ୍ୱୀକାର କରିଛନ୍ତି ।

ସେ କହିଛନ୍ତି, ମୋତେ କେବଳ ଜ୍ୱର ହୋଇଥିଲା। ଏଥିପାଇଁ ମୁ ମୋର ଚିକିତ୍ସା କରାଇବା ପରେ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ଖାଉଛି। କରୋନା ଟେଷ୍ଟ ପାଇଁ ବର୍ତ୍ତମାନ ଯାଏଁ ଡାକ୍ତର କହି ନାହାନ୍ତି। ଏଭଳି ସ୍ଥିତିରେ ମୁଁ କିପରି କୋଭିଡ ପଜିଟିଭ ହେଲି ବୋଲି ସେ ପ୍ରଶ୍ନ କରିଛନ୍ତି। ଖୁବ ଶୀଘ୍ର କରୋନା ପରୀକ୍ଷା କରାଇବି, ଯଦି ଟେଷ୍ଟ ରିପୋର୍ଟ ପଜିଟିଭ ଆସେ ତା'ହେଲେ ଜଣାଇବି ବୋଲି ନୁସରତ କହିଛନ୍ତି।

Advertisment

ସୂଚନାଯୋଗ୍ୟ ଯେ, ନୁସରତ ମନୋରଞ୍ଜନ ଦୁନିଆ ସମେତ ରାଜନୀତିରେ ମଧ୍ୟ ବେଶ ଆକ୍ଟିଭ ରୁହନ୍ତି। ୨୦୧୯ ଠିକ ନିର୍ବାଚନ ପୂର୍ବରୁ ସେ ଟିଏମସିରେ ଯୋଗ ଦେଇଥିଲେ। ପରେ ସେ ପଶ୍ଚିମବଙ୍ଗ ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ମଧ୍ୟ ଜିତିଥିଲେ। ସେ ଅଧିକାଂଶ ସମୟରେ ସଭା ସମିତି ହେଉ ଅବା ସୋଶାଲ ମିଡିଆ, ସେ ବିଜେପିକୁ ଟାର୍ଗେଟ କରନ୍ତି।

ରାଜନୀତି ବ୍ୟତୀତ ନୁସରତ ନିଜ ବୈବାହିକ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚାରେ ଅଛନ୍ତି। ନୁସରତଙ୍କୁ ତାଙ୍କ ସ୍ୱାମୀ ଛାଡପତ୍ର ନୋଟିସ ପଠାଇଥିଲେ ।  କିନ୍ତୁ ନୁସରତ ଏହାକୁ ଅମାନ୍ୟ କରିଥିଲେ । ଛାଡପତ୍ର ଖବର ମଧ୍ୟରେ ନୁସରତଙ୍କ ନାମ ୟଶ ଦାସଗୁପ୍ତାଙ୍କ ସହ ଯୋଡା ହୋଇଥିଲା । ଯାହା ବିଷୟରେ ଏକ ଇଣ୍ଟରଭ୍ୟୁରେ ନୁସରତ କହିଥିଲେ, ‘ମୋର ବ୍ୟକ୍ତିଗତ ଜୀବନର ମାମଲା ପବ୍ଲିକ୍ ଚର୍ଚ୍ଚା ପାଇଁ ନୁହେଁ । ମୁଁ ଏହା ବିଷୟରେ କିଛି କହିବାକୁ ଚାହୁଁ ନାହିଁ ।  ଲୋକମାନେ ମୋ କାମ କୁ ନେଇ ଜଜ କରନ୍ତୁ । ମୋର ବ୍ୟକ୍ତିଗତ ଜୀବନକୁ ମୁଁ କାହା ସହିତ ସେୟାର କରିବି ନାହିଁ ବୋଲି କହିଥିଲେ।

Nusrat Jahan