Advertisment

ଉପନିର୍ବାଚନରେ ବିଜେପି ଜିତିବ: ଟିଏମସି ନେତା ମୁକୁଲ ରୟ

କୋଲକାତା: ନିକଟରେ ବିଜେପି ଛାଡ଼ି ଟିଏମସିରେ ସାମିଲ ହୋଇଛନ୍ତି ମୁକୁଲ ରୟ। ସେ ବିଜେପି ଟିକେଟ୍‌ରେ କ୍ରିଷ୍ଣାନଗର ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଯଦିଓ ମୁକୁଲ ବିଜେପି ଛାଡ଼ିଛନ୍ତି, କିନ୍ତୁ ବିଧାୟକ ପଦରୁ ଇସ୍ତଫା ଦେଇ ନାହାନ୍ତି। ଅନ୍ୟପକ୍ଷରେ ବିଜେପି ପ୍ରତି ମୁକୁଲଙ୍କର ଏବେ ବି ଦୁର୍ବଳତା ଥିବା ଜଣାପଡ଼ିଛି। ଏବେ ବି ବିଭିନ୍ନ ସମୟରେ ସେ ବିଜେପି ବାବଦରେ ଚିନ୍ତା କରୁଥିବା ଜଣାପଡ଼ିଛି। ତାଙ୍କ ମତ ଓ ମନ୍ତବ୍ୟରୁ ଏଭଳି ଆକଳନ କରାଯାଉଛି। […]

author-image
Subhransu Sekhar
ଅଦ୍ୟତନ ହୋଇଛି
ଉପନିର୍ବାଚନରେ ବିଜେପି ଜିତିବ: ଟିଏମସି ନେତା ମୁକୁଲ ରୟ

Mukul-Ray

କୋଲକାତା: ନିକଟରେ ବିଜେପି ଛାଡ଼ି ଟିଏମସିରେ ସାମିଲ ହୋଇଛନ୍ତି ମୁକୁଲ ରୟ। ସେ ବିଜେପି ଟିକେଟ୍‌ରେ କ୍ରିଷ୍ଣାନଗର ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଯଦିଓ ମୁକୁଲ ବିଜେପି ଛାଡ଼ିଛନ୍ତି, କିନ୍ତୁ ବିଧାୟକ ପଦରୁ ଇସ୍ତଫା ଦେଇ ନାହାନ୍ତି। ଅନ୍ୟପକ୍ଷରେ ବିଜେପି ପ୍ରତି ମୁକୁଲଙ୍କର ଏବେ ବି ଦୁର୍ବଳତା ଥିବା ଜଣାପଡ଼ିଛି। ଏବେ ବି ବିଭିନ୍ନ ସମୟରେ ସେ ବିଜେପି ବାବଦରେ ଚିନ୍ତା କରୁଥିବା ଜଣାପଡ଼ିଛି। ତାଙ୍କ ମତ ଓ ମନ୍ତବ୍ୟରୁ ଏଭଳି ଆକଳନ କରାଯାଉଛି। ଶୁକ୍ରବାର ବି ସେ ଏମିତି କିଛି ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ଯେ ପଶ୍ଚିମବଙ୍ଗରେ ଖାଲି ପଡ଼ିଥିବା ୭ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେଲେ ବିଜେପି ଜିତିବ।

Advertisment

ଟିଏମସି ଅଫିସରେ ମୁକୁଲ ରୟ ଗଣମାଧ୍ୟମକୁ ଏହି ପ୍ରତିକ୍ରିୟା ଦେଇଥିଲେ। ସେ ଆହୁରି କହିଥିଲେ ଯେ ତ୍ରିପୁରାରେ ବିଜେପି ଜିତିବ। ଏଥିରେ କୌଣସି ସନ୍ଦେହ ନାହିଁ।

ମୁକୁଲଙ୍କ ମୁହଁରୁ ଏଭଳି ପ୍ରତିକ୍ରିୟା ଶୁଣିବା ପରେ ଉପସ୍ଥିତ ରିପୋର୍ଟର ହତବାକ୍ ହୋଇଯାଇଥିଲେ। ଏହାପରେ ସେ ସଙ୍ଗେ ସଙ୍ଗେ ନିଜ ମତ ବଦାଳଇ କହିଥିଲେ ଯେ ଉପନିର୍ବାଚନରେ ଟିଏମସି ଜିତିବ। ଏଥିରେ କୌଣସି ସନ୍ଦେହ ନାହିଁ। ବିଜେପି ରାଜ୍ୟରେ ମାଟି କାମୁଡିବ। ‘ମା ମାଟି ମାନୁଷ’ ଦଳ ଟିଏମସି ରାଜ୍ୟରେ ଉପନିର୍ବାଚନ ସହିତ ତ୍ରିପୁରାରେ ବିଜୟୀ ହେବ।

Advertisment

ଅନ୍ୟପକ୍ଷରେ ବିଜେପି ପକ୍ଷରୁ କୁହାଯାଇଛି ଯେ ଇଚ୍ଛା ନଥିଲେ ବି ମୁକୁଲ ସତ କଥା କହିଛନ୍ତି।

ସୂଚନାଯୋଗ୍ୟ, ମୁକୁଲ ରୟ ଟିଏମସିର ସାଂସଦ ଭାବରେ ରାଜ୍ୟସଭାକୁ ନିର୍ବାଚିତ ହୋଇ ୟୁପିଏ ସରକାରରେ କେନ୍ଦ୍ର ରେଳମନ୍ତ୍ରୀ ହୋଇଥିଲେ। ହେଲେ ମମତାଙ୍କ ସହ ମତାନ୍ତର ହେବା ପରେ ୨୦୧୮ରେ ସେ ଟିଏମସି ଛାଡି ବିଜେପିରେ ସାମିଲ୍ ହୋଇଥିଲେ। ବିଜେପି ତାଙ୍କୁ ଦଳରେ ଜାତୀୟ ଉପାଧ୍ୟକ୍ଷ ପଦରେ ବସାଇଥିଲା। ଏହାପରେ ଲୋକସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗ ବିଜେପିର ସେ ମଙ୍ଗ ଧରିଥିଲେ। ବିଜେପି ଭଲ ରେଜଲ୍ଟ ମଧ୍ୟ କରିଥିଲା। ବିଧାନସଭା ନିର୍ବାଚନରେ ସେ ବିଜେପି ଟିକେଟରୁ ମଧ୍ୟ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। ପରେ କିନ୍ତୁ ସେ ବିଜେପିକୁ ବାଏ ବାଏ କହି ଟିଏମସିରେ ସାମିଲ୍ ହୋଇଛନ୍ତି। ହେଲେ ବିଧାୟକ ପଦରୁ ଇସ୍ତଫା ଦେଇ ନାହାନ୍ତି, ଯାହାକୁ ନେଇ ବିବାଦ ଚାଲିଛି।