Advertisment

ଟିଏମସି ଛାଡ଼ି ଦଳକୁ ଫେରିଥିଲେ, ପୁଣି ଦଳ ଛାଡ଼ି ବିଜେପିରେ ମିଶିଲେ ଏହି ବିଧାୟକ

କୋଲକାତା: ପ୍ରଥମେ ଡିସେମ୍ବର ମାସରେ ପଶ୍ଚିମବଙ୍ଗ କ୍ଷମତାସୀନ ଟିଏମସିର ଜଣେ ବିଧାୟକ ଦଳ ଛାଡ଼ିବାର ୨୪ ଘଣ୍ଟା ମଧ୍ୟରେ କମବ୍ୟାକ୍‌ କରିଥିଲେ। ତେବେ ନାଟକୀୟ ଢଙ୍ଗରେ ସେ ମମତା ବାନାର୍ଜୀଙ୍କ ଟିଏମସିକୁ ପୁଣିଥରେ ଛାଡ଼ି ଆଜି ବିଜେପିରେ ମିଶିଛନ୍ତି। ବେଙ୍ଗଲ ବିଧାନସଭାର ମାତ୍ର କିଛି ଦିନ ପୂର୍ବରୁ ଟିଏମସି ବିଧାୟକ ଜିତେନ୍ଦ୍ର ତିୱାରୀଙ୍କ ଏଭଳି ଦଳ ବଦଳ ରାଜନୀତିକ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପାଣ୍ଡବେଶ୍ୱରରୁ ବିଧାୟକ ହୋଇଥିବା ଜିତେନ୍ଦ୍ର ଆସନସୋଲରେ ଟିଏମସିର ଜଣେ ଚର୍ଚ୍ଚିତ ଚେହେରା ଥିଲେ। […]

author-image
Hemant Lenka
ଅଦ୍ୟତନ ହୋଇଛି
ଟିଏମସି ଛାଡ଼ି ଦଳକୁ ଫେରିଥିଲେ, ପୁଣି ଦଳ ଛାଡ଼ି ବିଜେପିରେ ମିଶିଲେ ଏହି ବିଧାୟକ

Jitendra-Tiwari

କୋଲକାତା: ପ୍ରଥମେ ଡିସେମ୍ବର ମାସରେ ପଶ୍ଚିମବଙ୍ଗ କ୍ଷମତାସୀନ ଟିଏମସିର ଜଣେ ବିଧାୟକ ଦଳ ଛାଡ଼ିବାର ୨୪ ଘଣ୍ଟା ମଧ୍ୟରେ କମବ୍ୟାକ୍‌ କରିଥିଲେ। ତେବେ ନାଟକୀୟ ଢଙ୍ଗରେ ସେ ମମତା ବାନାର୍ଜୀଙ୍କ ଟିଏମସିକୁ ପୁଣିଥରେ ଛାଡ଼ି ଆଜି ବିଜେପିରେ ମିଶିଛନ୍ତି। ବେଙ୍ଗଲ ବିଧାନସଭାର ମାତ୍ର କିଛି ଦିନ ପୂର୍ବରୁ ଟିଏମସି ବିଧାୟକ ଜିତେନ୍ଦ୍ର ତିୱାରୀଙ୍କ ଏଭଳି ଦଳ ବଦଳ ରାଜନୀତିକ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପାଣ୍ଡବେଶ୍ୱରରୁ ବିଧାୟକ ହୋଇଥିବା ଜିତେନ୍ଦ୍ର ଆସନସୋଲରେ ଟିଏମସିର ଜଣେ ଚର୍ଚ୍ଚିତ ଚେହେରା ଥିଲେ। ଆଜି ସେ ବିଜେପିରେ ବିଧିବଦ୍ଧ ଭାବେ ଯୋଗଦେଇଛନ୍ତି।

Advertisment

ତାଙ୍କୁ ଦଳକୁ ସ୍ୱାଗତ କରି ବିଜେପିର ପଶ୍ଚିମବଙ୍ଗ ମୁଖ୍ୟ ଦିଲ୍ଲୀପ ଘୋଷ କହିଛନ୍ତି, ଜିତେନ୍ଦ୍ର ତିୱାରୀ ଆଜି ତାଙ୍କ ଦଳ ପରିବର୍ତ୍ତନ କରିଛନ୍ତି। ସେ ଟିଏମସି ପାଇଁ କଠିନ ପରିଶ୍ରମ କରିଥିଲେ। କିନ୍ତୁ ବେଙ୍ଗଲରେ ଏବେ ପରିବର୍ତ୍ତନ ଆରମ୍ଭ ହୋଇଛି। ଗୋଟିଏ ପରିବର୍ତ୍ତନ ପରେ ଆଗକୁ ଆହୁରି ପରିବର୍ତ୍ତନ ହେବ।

ରାଜୀବ ବାନାର୍ଜୀ ଓ ପ୍ରବୀର ଘୋଷାଲ(ପୂର୍ବତନ ଟିଏମସି) ମଧ୍ୟ ଏଠାରେ ଆମ ସହ ରହିଛନ୍ତି। ଆମ ଦଳ ପ୍ରତିଦିନ ଆଗକୁ ବଢ଼ୁଛି। ଆମେ ବେଙ୍ଗଲରେ ମଧ୍ୟ ସଶକ୍ତ ହେଉଛୁ। ଜିତେନ୍ଦ୍ର ତିୱାରୀ ଜଣେ ବଡ଼ ନେତା। କିନ୍ତୁ ଆଜି ସେ ଆମ ସହ ଗୋଟିଏ ଛୋଟ ଷ୍ଟେଜରେ ସାମିଲ ହୋଇଛନ୍ତି ବୋଲି ଦିଲ୍ଲୀପ ଘୋଷ କହିଛନ୍ତି।

Advertisment

ମିଶ୍ରଣ ପର୍ବରେ ଜିତେନ୍ଦ୍ର ତିୱାରୀ ‘ଜୟ ଶ୍ରୀରାମ’ ନାରା ଦେଇ କହିଛନ୍ତି, “ଏକଥା କହିବାକୁ ମୁଁ ପିଲାଟି ବେଳକୁ ଅପେକ୍ଷା କରିଥିଲି। ଆଜି ମୁଁ ଷ୍ଟେଜ ଉପରେ ଏକଥା କହିବାକୁ ସୁଯୋଗ ପାଇଛି। ମୁଁ ନିଜକୁ ଧନ୍ୟ ମନେ କରୁଛି ଯେ ବିଜେପି ତା’ ପରିବାରରେ ମୋତେ ସାମିଲ କରିଛି ଓ ଦଳର ସେବା କରିବାକୁ ମୋତେ ସୁଯୋଗ ଦେଇଛି। ମୁଁ ଯାହା ଅନୁଭବ କରିବି, ସେକଥା କହିପାରିବି। ମୁଁ କୌଣସି ଅଭିଯୋଗ କରିବି ନାହିଁ। କିନ୍ତୁ ଏତିକି କହିବାକୁ ଚାହେଁ ଯେ ଦୁଇ ବର୍ଷ ହେଲାଣି ମୋ ମୁଣ୍ଡରେ କ’ଣ ଚାଲିଥିଲା, ସେକଥା କାହାକୁ କହିପାରୁ ନଥିଲି। ବିଜେପି ମୋତେ ମୋ ଭାବନା ପ୍ରକାଶ କରିବାକୁ ଦେଇଥିବାରୁ ମୁଁ ଦଳକୁ ଧନ୍ୟବାଦ ଜଣାଉଛି।”

ଡିସେମ୍ବର ମାସରେ ତିୱାରୀ ଟିଏମସିରୁ ଇସ୍ତଫା ଦେଇ ବିଜେପିରେ ମିଶିବାକୁ ଲକ୍ଷ୍ୟ ରଖିଥିଲେ। ହେଲେ ବିଜେପିର ଆସନସୋଲ ସାଂସଦ ବାବୁଲ ସୁପ୍ରିୟୋ ଏହାକୁ ବିରୋଧ କରିଥିଲେ। ବିଜେପି ନେତାମାନେ ଜିତେନ୍ଦ୍ର ତିୱାରୀ କୋଇଲା ଦୁର୍ନୀତିରେ ସାମିଲ ଥିବା ଅଭିଯୋଗ କରିଥିଲେ। ଏହାର ତଦନ୍ତ ସିବିଆଇ କରୁଛି। ସେ ବିଜେପିରେ ମିଶିଲେ ଦଳର ଛବି ଖରାପ ହେବ ବୋଲି ବାବୁଲ କହିଥିଲେ।

ଏହାକୁ କେନ୍ଦ୍ର କରି ତିୱାରୀ ପୁଣି ଟିଏମସିରେ ରହିଥିଲେ। ହେଲେ ଆଜି ସେ ବିଜେପିରେ ମିଶିଛନ୍ତି। ତେବେ ସେ ଆସନସୋଲ ନୁହେଁ ବରଂ ହୁଗୁଳିରେ ବିଜେପିରେ ସାମିଲ ହୋଇଛନ୍ତି।

West Bengal Assembly Election