Advertisment

ଗୋଟିଏ ଦିନରେ ଆତଙ୍କବାଦ ଉପରେ ଟ୍ରିପଲ୍ ଆଟାକ୍

ନୂଆଦିଲ୍ଲୀ: ଗୋଟିଏ ପଟେ ଆତଙ୍କବାଦ ବିରୋଧରେ ଭାରତ କଡା ପ୍ରହାର କରୁଛି। ଅନ୍ୟପଟେ ଭାରତରେ ନିଜର ନେଟଓ୍ୱର୍କ ବିଛାଇ ଆତଙ୍କବାଦର ଧୂଆଁକୁ ନିଆଁରେ ପରିଣତ କରି କ୍ଷତି ପହଞ୍ଚାଇବାକୁ ଯୋଜନା କରୁଛନ୍ତି ପାକିସ୍ତାନରେ ବସିଥିବା ଆତଙ୍କବାଦୀ। ମୁଖ୍ୟତଃ ଇସଲାମିକ୍ ଷ୍ଟେଟ୍ ଏବଂ ଅଲ-କାଏଦା ପରି ବିଶ୍ୱସ୍ତରୀୟ ଆତଙ୍କବାଦୀ ସଂଗଠନ ଏବେ ଭାରତ ଉପରେ ଲୋଲୁପ ଦୃଷ୍ଟି ପକାଇଛନ୍ତି। ହେଲେ ଭାରତରେ ଥିବା ବାହାଦୂର ଗୁଇନ୍ଦା ଅଧିକାରୀ, ପୁଲିସ ଏବଂ ସେନାର ବଳୟ ଆତଙ୍କବାଦର ଚକ୍ରବ୍ୟୁହୂକୁ ଭେଦି ସମସ୍ତ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ଗୋଟିଏ ଦିନରେ ଆତଙ୍କବାଦ ଉପରେ ଟ୍ରିପଲ୍ ଆଟାକ୍

terrorist

ନୂଆଦିଲ୍ଲୀ: ଗୋଟିଏ ପଟେ ଆତଙ୍କବାଦ ବିରୋଧରେ ଭାରତ କଡା ପ୍ରହାର କରୁଛି। ଅନ୍ୟପଟେ ଭାରତରେ ନିଜର ନେଟଓ୍ୱର୍କ ବିଛାଇ ଆତଙ୍କବାଦର ଧୂଆଁକୁ ନିଆଁରେ ପରିଣତ କରି କ୍ଷତି ପହଞ୍ଚାଇବାକୁ ଯୋଜନା କରୁଛନ୍ତି ପାକିସ୍ତାନରେ ବସିଥିବା ଆତଙ୍କବାଦୀ। ମୁଖ୍ୟତଃ ଇସଲାମିକ୍ ଷ୍ଟେଟ୍ ଏବଂ ଅଲ-କାଏଦା ପରି ବିଶ୍ୱସ୍ତରୀୟ ଆତଙ୍କବାଦୀ ସଂଗଠନ ଏବେ ଭାରତ ଉପରେ ଲୋଲୁପ ଦୃଷ୍ଟି ପକାଇଛନ୍ତି। ହେଲେ ଭାରତରେ ଥିବା ବାହାଦୂର ଗୁଇନ୍ଦା ଅଧିକାରୀ, ପୁଲିସ ଏବଂ ସେନାର ବଳୟ ଆତଙ୍କବାଦର ଚକ୍ରବ୍ୟୁହୂକୁ ଭେଦି ସମସ୍ତ ଗତିବିଧି ଉପରେ ରୋକ୍ ଲଗାଇବାରେ ସଫଳ ହେଉଛନ୍ତି।

Advertisment

ରବିବାର ଏଭଳି କିଛି ଘଟଣା ଘଟିଛି ଦେଶର ତିନି ରାଜ୍ୟରେ। ଯେଉଁଠୁ ଆତଙ୍କବାଦଙ୍କ ଏଜେଣ୍ଟ ଧରାପଡ଼ିବା ପରେ ଗିରଫ ହୋଇଛନ୍ତି। ଜମ୍ମୁ କଶ୍ମୀର, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ଲୁଚି ଷଡ଼ଯନ୍ତ୍ର କରୁଥିବା ଆତଙ୍କବାଦୀକୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି। କଶ୍ମୀରେ ଯେଉଁଠି ଇସଲାମିକ୍ ଷ୍ଟେଟର 'ଜିହାଦୀ ନିଯୁକ୍ତି ଯୋଜନା' ବିଫଳ ହୋଇଥିଲା, ସେଠାରେ ଦୁଇ ଅଲ-କଏଦା ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି ଏବଂ ୟୁପିର ଲକ୍ଷ୍ନୌରେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ଏହି ଆତଙ୍କବାଦୀମାନେ ଅଗଷ୍ଟ ୧୫ ପୂର୍ବରୁ ୟୁପିକୁ ଆତଙ୍କ କରାଇବାକୁ ଚେଷ୍ଟା କରୁଥିଲେ। ଏଥି ସହ ଜମାତ-ଉଲ-ମୁଜାହିଦ୍ଦିନ ବାଂଲାଦେଶ (ଜେଏମବି) ର ତିନି ଜଣ ଆତଙ୍କବାଦୀଙ୍କୁ କୋଲକାତାରୁ ଗିରଫ କରାଯାଇଛି।

ୟୁପି ପୁଲିସର ଏଟିଏସ ଲକ୍ଷ୍ନୌରେ ଅଲ କାଏଦା ସମର୍ଥି­­ତ 'ଅନସର ଗଜୱାଟୁଲ ହିନ୍ଦ' ସହ ଜଡିତ ଦୁଇ ଆତଙ୍କବାଦୀଙ୍କୁ ଗିରଫ କରିଛି। ସେମାନେ ୧୫ ଅଗଷ୍ଟରେ ଲକ୍ଷ୍ନୌ ସମେତ ଅନେକ ସହରରେ ବୋମା ପକାଇବାକୁ ଯୋଜନା କରିଥିଲେ। ଏଡିଜି (ଆଇନ) ପ୍ରଶାନ୍ତ କୁମାର କହିଛନ୍ତି ଯେ ଏଟିଏସ ଡୁବାଗା ନିବାସୀ ମୀନାଜ ଅହମ୍ମଦ ଏବଂ ମାଡିଆନଭ ନିବାସୀ ମାସିରୁଦ୍ଦିନଙ୍କୁ ଗିରଫ କରିଛି। ଏହି ଦୁଇ ଜଣଙ୍କ ଘରୁ ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ଏବଂ ପିସ୍ତଲ ଜବତ କରାଯାଇଛି। ଏଥିସହ ଆଇଇଡିକୁ ନିଷ୍କ୍ରିୟ କରାଯାଇଛି।ଏଥିସହ ଏକ ପ୍ରେସର କୁକର ବୋମା ମଧ୍ୟ ଉଦ୍ଧାର କରାଯାଇଛି। ସେ କହିଛନ୍ତି ଅଲକାଏଦର ୟୁପି ଏଜେଣ୍ଟ ନିର୍ଦ୍ଦେଶରେ ଏପରି ବିସ୍ଫୋରଣ କରି ଆତଙ୍କ ଖେଳାଇବାକୁ ଯୋଜନା ରହିଛି। ଲକ୍ଷ୍ନୌ ଏବଂ କାନପୁରର ଅନ୍ୟ କିଛି ବ୍ୟକ୍ତି ଏହି ଗ୍ୟାଙ୍ଗରେ ଜଡିତ ଅଛନ୍ତି। ସେମାନଙ୍କୁ ଖୋଜିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି।

Advertisment

[caption id="" align="aligncenter" width="640"]lucknow kashmir and kolkata isis al qaeda and jmb triple attack on terror - India Hindi News : Newssow ପ୍ରେସର କୁକୁର ବୋମା ଉଦ୍ଧାର[/caption]

ସେହିପରି ଦକ୍ଷିଣ କୋଲକାତାର ହରିଦେବପୁର ଅଞ୍ଚଳରୁ ତିନିଜଣ ସନ୍ଦିଗ୍ଧ ଜମାତ-ଉଲ-ମୁଜାହିଦ୍ଦିନ ବାଂଲାଦେଶ (ଜେଏମବି) ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ପୁଲିସ କହିଛି ଯେ କୋଲକାତା ପୁଲିସର ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଏହି ଗିରଫ କରିଛି। ଜେଏମବିର ଏହି ତିନି ଜଣ ସନ୍ଦିଗ୍ଧ ଆତଙ୍କବାଦୀ କିଛି ମାସ ଧରି ଏକ ଭଡା ଘରେ ରହୁଥିଲେ। ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ଗୁପ୍ତଚର ସୂଚନା ଦେବା ପରେ ତିନିଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଗିରଫ ଆତଙ୍କବାଦୀଙ୍କ ଫେସବୁକ ଆକାଉଣ୍ଟକୁ ତଦନ୍ତ କରାଯାଇଛି। ଏକ ଡାଏରୀ ମଧ୍ୟ ମିଳିଛି ଯେଉଁଥିରେ ଜେଏମବିର ବହୁ ଗୁରୁତ୍ୱପୂର୍ଣ୍ଣ ସଦସ୍ୟଙ୍କ ନାମ ଲେଖାଯାଇଛି।

ତେବେ ସବୁଠାରୁ ଦୁର୍ଦ୍ଦାନ୍ତ ଇସଲାମିକ୍ ଷ୍ଟେଟ୍ ଅଫ୍ ଇରାକ ଏବଂ ସିରିଆ (ଆଇଏସ୍) ଯୁବକଙ୍କୁ ନିଜ ଜାଲରେ ଫସାଇ ଦେଶରେ ହିଂସାକାଣ୍ଡ ଘଟାଇବାକୁ ଯୋଜନା କରିଛି। ଏନଆଇଏ ରବିବାର ଦକ୍ଷିଣ କଶ୍ମୀରର ଶ୍ରୀନଗର ଏବଂ ଅନନ୍ତନାଗରେ ସାତୋଟି ସ୍ଥାନରେ ଚଢ଼ାଉ କରି ଆଇଏସର ଏହି ଯୋଜନାକୁ ରୋକିବାରେ ସଫଳ ହୋଇଛି। ରବିବାର ସର୍ଚ୍ଚ ଅପରେସନ ବେଳେ ବହୁ ସଂଖ୍ୟକ ଅପରାଧୀକ ଡକ୍ୟୁମେଣ୍ଟ ଏବଂ ମୋବାଇଲ୍ ଫୋନ୍, ଟାବଲେଟ୍, ଲାପଟପ୍, ହାର୍ଡ ଡିସ୍କ ଏବଂ ଆଇଏସ୍ ଲୋଗୋ ଥିବା ଟି-ସାର୍ଟ ଉଦ୍ଧାର କରିଛି ଏନଆଇଏ।

Indian Army Terrorists Killed