Advertisment

ଟିଆରପି ମାମଲା: ତଦନ୍ତ ବେଳେ ସଚିନ ବାଜେର କଳା କାରନାମା ଇଡି ହାତରେ

ମୁମ୍ୱାଇ: ଆଣ୍ଟେଲିଆରେ ବୋମା ଭର୍ତ୍ତି କାର ରଖିବା ଏବଂ ମନସୁଖ ହିରେନ ମୃତ୍ୟୁ ମାମଲାରେ ବିଚାର ବିଭାଗୀୟ ହେପାଜତରେ ନିଲମ୍ୱିତ ପୁଲିସ ଅଧିକାରୀ ସଚିନ ବାଜେ। ବହୁ ଚର୍ଚ୍ଚିତ ଟିଆରପି ଘୋଟାଲାର ତଦନ୍ତ କରୁଥିବା ଏହି ଅଧିକାରୀଙ୍କ ବିରୋଧରେ ବଡ଼ ପ୍ରମାଣ ପାଇଛି ଇଡି। ଯେଉଁ ବଟି ଆଦାୟ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ରହିଛି। ଏବେ ସମାନ ପ୍ରସଙ୍ଗ ଟିଆରପି ମାମଲାର ଯୋଡ଼ି ହୋଇଥିବା ଦେଖିବାକୁ ମିଳିଛି। ବାରମ୍ବାର ଜେରା କରିବାକୁ ଡକାଯିବନି କହି ଟିଆରପି […]

ଅଦ୍ୟତନ ହୋଇଛି
ଟିଆରପି ମାମଲା: ତଦନ୍ତ ବେଳେ ସଚିନ ବାଜେର କଳା କାରନାମା ଇଡି ହାତରେ

ED ON SACHIN VAZE

Advertisment

ମୁମ୍ୱାଇ: ଆଣ୍ଟେଲିଆରେ ବୋମା ଭର୍ତ୍ତି କାର ରଖିବା ଏବଂ ମନସୁଖ ହିରେନ ମୃତ୍ୟୁ ମାମଲାରେ ବିଚାର ବିଭାଗୀୟ ହେପାଜତରେ ନିଲମ୍ୱିତ ପୁଲିସ ଅଧିକାରୀ ସଚିନ ବାଜେ। ବହୁ ଚର୍ଚ୍ଚିତ ଟିଆରପି ଘୋଟାଲାର ତଦନ୍ତ କରୁଥିବା ଏହି ଅଧିକାରୀଙ୍କ ବିରୋଧରେ ବଡ଼ ପ୍ରମାଣ ପାଇଛି ଇଡି। ଯେଉଁ ବଟି ଆଦାୟ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ରହିଛି। ଏବେ ସମାନ ପ୍ରସଙ୍ଗ ଟିଆରପି ମାମଲାର ଯୋଡ଼ି ହୋଇଥିବା ଦେଖିବାକୁ ମିଳିଛି। ବାରମ୍ବାର ଜେରା କରିବାକୁ ଡକାଯିବନି କହି ଟିଆରପି ମାପୁଥିବା ସଂସ୍ଥା ବାର୍କ ପାଖରୁ ସଚିନ ବାଜେ ୩୦ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଇଡି ଜାଣିବାକୁ ପାଇଛି। ବାର୍କର ଶୀର୍ଷ ଅଧିକାରୀ ଇଡି ଆଗରେ ଏହାକୁ ସ୍ୱୀକାର କରିଥିବା ଜଣାପଡ଼ିଛି।

Advertisment

ସଚିନ ବାଜେ ଏହି ଟଙ୍କା ପୁରା ଫିଲ୍ମ ଷ୍ଟାଇଲରେ ବାର୍କ ପାଖରୁ ନେଇଥିବା ଜଣାପଡ଼ିଛି। ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ ବାରମ୍ବାର ଜେରାରୁ ବର୍ତ୍ତିବାକୁ ଚାହୁଁଥିଲେ ୩୦ ଲକ୍ଷ ଟଙ୍କା ବଟି ଦେବାକୁ ହେବ ବୋଲି ସଚିନ ବାଜେ ବାର୍କ ଅଧିକାରୀଙ୍କୁ କହିଥିଲା। ଆଉ ଏହି ମାନସିକ ନିର୍ଯାତନାରୁ ବର୍ତ୍ତିବା ପାଇଁ ବାର୍କ ଅଧିକାରୀ ସଚିନ ବାଜେକୁ ୩୦ ଲକ୍ଷ ଟଙ୍କା ଦେବା ପାଇଁ ନିଜ କ୍ୟାମ୍ପସରେ ଏକ ନିର୍ମାଣ କାମ ଆରମ୍ଭ କରିଛନ୍ତି ବୋଲି ରେକର୍ଡ ବୁକରେ ଦେଖାଇଥିଲେ। ଏହି ଟଙ୍କା ଏକ ଡମି ଆକାଉଣ୍ଟରେ କ୍ରେଡିଟ୍ ହେବା ପରେ ଏହାକୁ ଚାରିଟି ଅତିରିକ୍ତ ସେଲ୍ କମ୍ପାନୀ (ପଞ୍ଜିକୃତ ହୋଇଥିବ କିନ୍ତୁ ଅଫିସ ନଥିବା)କୁ ହସ୍ତାନ୍ତର କରାଯାଇଥିଲା। ଏହାପରେ ଏହି ଟଙ୍କା ହାୱାଲା ଅପରେଟରଙ୍କ ଆକାଉଣ୍ଟରେ ଜମା କରାଯାଇଥିଲା। ପରେ ଏହି ଟଙ୍କା ହାୱାଲା ଅପରେଟରଙ୍କ ଦ୍ୱାରା ବାର୍କ ଅଧିକାରୀଙ୍କୁ ଦିଆଯାଇଥିଲା। ଆଉ ଏହି ଟଙ୍କା ମୁମ୍ବାଇ କ୍ରାଇମ୍ ଶାଖା ଇନ୍ସପେକ୍ଟରଙ୍କୁ ହସ୍ତାନ୍ତର କରାଯାଇଥିଲା। ଆଉ ଏହି ଇନସପେକ୍ଟରଙ୍କ ଠାରୁ ସଚିନ ବାଜେ ପଇସା ନେଇଥିଲା।

ବାର୍କ ଅଧିକାରୀଙ୍କୁ ସଚିନ ବାଜେ ଜେରା କରିବାକୁ ଡାକି ଅଫିସ ବାହାରେ ବସାଇ ବସାଇ ଫେରାଇ ଦେଉଥିବା ଇଡି ଆଗରେ ବାର୍କ ଅଧିକାରୀ କହିଥିବା ସୂଚନା ରହିଛି। ସେହିପରି ଜେରା ବେଳେ ସଚିନ ବାଜେ ବାଡେଇ ପାରିବେ ବୋଲି ଏକ ଚିନ୍ତାଧାରା ତିଆରି କରିଥିଲା ସଚିନ ବାଜେ। ଆଉ ଏସବୁ ଝାମେଲାରୁ ବର୍ତ୍ତିବା ପାଇଁ ୩୦ ଲକ୍ଷ ଟଙ୍କା ଦେବାକୁ ବାର୍କ ଅଧିକାରୀ ନିଷ୍ପତ୍ତି ନେଇଥିଲେ ବୋଲି ଜଣାପଡ଼ିଛି।

Advertisment

ଏବେ ଇଡି ସଚିନ ବାଜେ ଏବଂ ମୁମ୍ବାଇ କ୍ରାଇମ ଶାଖା ଇନ୍ସପେକ୍ଟରଙ୍କୁ ଏହି ମାମଲାରେ ଜେରା କରିବାକୁ ନିଷ୍ପତ୍ତି ନେଇଥିବା ସୂଚନା ରହିଛି। ସୂଚନା ଅନୁଯାୟୀ, ଖୁବଶୀଘ୍ର ଇଡି ଟିଆରପି ମାମଲାରେ ଆସିଥିବା ମନି ଲଣ୍ଡରିଂ ମାମଲାରେ ପ୍ରଥମ ଚାର୍ଜସିଟ୍ ଦାଖଲ କରିବ।

ଏହାପୂର୍ବରୁ ଇଡି ମନି ଲଣ୍ଡରିଂ କାରବାର ମାମଲାରେ ଫକ୍ତ ମରାଠୀ,ବକ୍ସ ସିନେମା ଏବଂ ମହା ମୁଭିର ସମ୍ପତି ଜବତ କରିଥିଲା। ସୂଚନାଯୋଗ୍ୟ, ଟିଆରପି ଘୋଟାଲାରେ ରିପବ୍ଲିକ ଟିଭି ସଂପୃକ୍ତ ରହିଛି ବୋଲି ତତ୍କାଳୀନ ମୁମ୍ୱାଇ ପୁଲିସ କମିଶନର ପରମବୀର ସିଂହ ପ୍ରେସ କନଫରେନସ କରିଥିଲେ। ଏହାପରେ ଏହି ମାମଲାରେ ତଦନ୍ତ ସଚିନ ବାଜେ ନେଇଥିଲେ। ଏହାରି ଭିତରେ ମୁମ୍ୱାଇ ପୁଲିସ କୋର୍ଟରେ ଚାର୍ଜଶିଟ୍ ଦାଖଲ କରିଛି। ହେଲେ ରିପବ୍ଲିକ ଟିଭି କିମ୍ୱା ପ୍ରତିଷ୍ଠାତା ଅର୍ଣ୍ଣବ ଗୋସ୍ୱାମୀଙ୍କୁ ସନ୍ଦେହ ଘେରରେ ରଖିଥିବା ବେଳେ ପ୍ରମାଣ ଦାଖଲ କରିପାରି ନାହିଁ।

TRP Scam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe