Advertisment

ଡରାଇଲା କରୋନାର ୩ୟ ୱେଭ, ପଜିଟିଭି ପରେ ହସ୍ପିଟାଲରେ ଭର୍ତ୍ତି ହେଲେ ୨୦ ପିଲା

ପୁଡୁଚେରୀ: ମହାମାରୀ କରୋନାର ସମ୍ଭାବ୍ୟ ୩ୟ ୱେଭ ଏବେ ଡରାଇବା ଆରମ୍ଭ କଲାଣି। ୩ୟ ୱେଭ ବେଳେ ଛୋଟ ପିଲା ଅଧିକ ସଂକ୍ରମିତ ହେବାର ଆଶଙ୍କା ଥିବାରୁ ଏବେ ସମସ୍ତଙ୍କ ଛାତି ଧଡ଼ଧଡ଼ ହେବାରେ ଲାଗିଛି। କାରଣ ପୁଡୁଚେରୀରେ ୨୦ ଜଣ ଛୋଟ ପିଲା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ସମସ୍ତଙ୍କୁ ହସ୍ପିଟାଲରେ ଆଡମିଟ ହେବାକୁ ପଡ଼ିଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ଆଜି ସମସ୍ତଙ୍କ ଛୋଟ ପିଲାଙ୍କ […]

ଅଦ୍ୟତନ ହୋଇଛି
ଡରାଇଲା କରୋନାର ୩ୟ ୱେଭ, ପଜିଟିଭି ପରେ ହସ୍ପିଟାଲରେ ଭର୍ତ୍ତି ହେଲେ ୨୦ ପିଲା

Corona

Advertisment

ପୁଡୁଚେରୀ: ମହାମାରୀ କରୋନାର ସମ୍ଭାବ୍ୟ ୩ୟ ୱେଭ ଏବେ ଡରାଇବା ଆରମ୍ଭ କଲାଣି। ୩ୟ ୱେଭ ବେଳେ ଛୋଟ ପିଲା ଅଧିକ ସଂକ୍ରମିତ ହେବାର ଆଶଙ୍କା ଥିବାରୁ ଏବେ ସମସ୍ତଙ୍କ ଛାତି ଧଡ଼ଧଡ଼ ହେବାରେ ଲାଗିଛି। କାରଣ ପୁଡୁଚେରୀରେ ୨୦ ଜଣ ଛୋଟ ପିଲା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ସମସ୍ତଙ୍କୁ ହସ୍ପିଟାଲରେ ଆଡମିଟ ହେବାକୁ ପଡ଼ିଛି।

Advertisment

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ଆଜି ସମସ୍ତଙ୍କ ଛୋଟ ପିଲାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ସେମାନଙ୍କୁ ଇନ୍ଦିରା ଗାନ୍ଧି ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କରୋନାରେ ଆକ୍ରାନ୍ତ ହୋଇଥିବା ପିଲାମାନଙ୍କ ବୟସ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି। ସେହିପରି ସେମାନେ କେମିତି ସଂକ୍ରମିତ ହେଲେ ଓ ସେମାନଙ୍କ ସଂସ୍ପର୍ଶରେ କିଏ ଆସିଛନ୍ତି କି ନାହିଁ, ତା’ର ମଧ୍ୟ ଯାଞ୍ଚ କରାଯାଉଥିବା ବିଭାଗ ପକ୍ଷରୁ କୁହାଯାଇଛି।

ସ୍ୱାସ୍ଥ୍ୟ ବିଭାଗ ପିଲାମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ବିସ୍ତୃତ ସୂଚନା ଦେଇନାହିଁ। ହେଲେ ହସ୍ପିଟାଲ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସମସ୍ତ କରୋନା ଆକ୍ରାନ୍ତ ଛୋଟ ପିଲାଙ୍କ ଅବସ୍ଥା ସ୍ଥିର ରହିଛି। ଅଧିକାଂଶ ପିଲାଙ୍କ ଶରୀରରେ ଲକ୍ଷଣ ଦେଖାଯାଇଛି। ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ସେମାନଙ୍କ ଚିକିତ୍ସା କରୁଛନ୍ତି।

Advertisment
Third Wave Of Corona
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe