Advertisment

ବର ପହଞ୍ଚିଲା ବେଳକୁ ବେଦୀରେ ବସିଥିଲେ ଦୁଇ ଯାଁଳା ଭଉଣୀ, ଆଉ ତାପରେ...

ମୁମ୍ବାଇ: ଏକ ଅଜବ ସମ୍ପର୍କ। ଏକ ଅଦ୍ଭୁତ ବନ୍ଧନ। ଆଉ ଏକ ନିଆରା ବିବାହ। ଦୁଇ ଭଉଣୀଙ୍କ ସାତଜନମର ସାଥୀ ହୋଇଛନ୍ତି ଜଣେ ଯୁବକ। ମାନେ ଜଣେ ବରକୁ କନିଆ ଦୁଇ ଭଉଣୀ। ବାଜା ବାଣ ରୋଷଣୀ ସହ ବେଦୀରେ ମନ୍ତ୍ରପାଠ ମଧ୍ୟରେ ଏହି ବିବାହ ସମ୍ପନ୍ନ ହୋଇଛି। ଦୁଇ ଯାଁଳା ଭଉଣୀ ଜଣେ ବରକୁ ବାହା ହୋଇଛନ୍ତି। ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାରୁ ଏହି ଚିତ୍ର ଆସିଛି। ଉଭୟଙ୍କ ପରିବାର ସହମିତିରେ ଏହ ବିବାହ ସମ୍ପନ୍ନ ହୋଇଛି। […]

ଅଦ୍ୟତନ ହୋଇଛି
ବର ପହଞ୍ଚିଲା ବେଳକୁ ବେଦୀରେ ବସିଥିଲେ ଦୁଇ ଯାଁଳା ଭଉଣୀ, ଆଉ ତାପରେ...

marriage

Advertisment

ମୁମ୍ବାଇ: ଏକ ଅଜବ ସମ୍ପର୍କ। ଏକ ଅଦ୍ଭୁତ ବନ୍ଧନ। ଆଉ ଏକ ନିଆରା ବିବାହ। ଦୁଇ ଭଉଣୀଙ୍କ ସାତଜନମର ସାଥୀ ହୋଇଛନ୍ତି ଜଣେ ଯୁବକ। ମାନେ ଜଣେ ବରକୁ କନିଆ ଦୁଇ ଭଉଣୀ। ବାଜା ବାଣ ରୋଷଣୀ ସହ ବେଦୀରେ ମନ୍ତ୍ରପାଠ ମଧ୍ୟରେ ଏହି ବିବାହ ସମ୍ପନ୍ନ ହୋଇଛି। ଦୁଇ ଯାଁଳା ଭଉଣୀ ଜଣେ ବରକୁ ବାହା ହୋଇଛନ୍ତି। ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାରୁ ଏହି ଚିତ୍ର ଆସିଛି। ଉଭୟଙ୍କ ପରିବାର ସହମିତିରେ ଏହ ବିବାହ ସମ୍ପନ୍ନ ହୋଇଛି। କିନ୍ତୁ ବର ନାମରେ ଅକ୍ଲଚଜ୍‌ ପୁଲିସ ଷ୍ଟେସନରେ ଅଭିଯୋଗ ହୋଇଛି। ଆପିସି ଧାରା  ୪୯୪  ସଙ୍ଗୀନ ଦଫାରେ ମାମଲା ରୁଜୁ ହୋଇଛି।

Advertisment

ସ୍ୱାମୀ କିମ୍ବା ପତ୍ନୀ ଥାଇ ପୁଣି ଥରେ ବିବାହ କରିବା ଭଳି ଅପରାଧ ଏହି ଧାରାରେ ଅନ୍ତର୍ଭୁକ୍ତ। ଦୁଇ ଜଣ ଭଉଣୀ ଆଇଟି ପ୍ରଫେସନାଲ ହୋଇଥିବା ବେଳେ ବର ମଧ୍ୟ ସମାନ ବୃତ୍ତିର ବୋଲି ଜଣାପଡ଼ିଛି। କିଛି ଦିନ ପୂର୍ବେ ହୋଇଥିବା ଏହି ବିବାହର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ବରକୁ ୩୬ ବର୍ଷ ହୋଇଥିବା ବେଳେ ଦୁଇ କନିଆଙ୍କ ବୟସ ଜଣାପଡ଼ି ନାହିଁ।

ଦୁଇ ଭଉଣୀଙ୍କ ବାପା ଚାଲି ଯାଇଥିବା ବେଳେ ଦୁହେଁ ତାଙ୍କ ମାଙ୍କ ପାଖରେ ରହି ଆସୁଥିଲେ। ଏହି ବିବାହରେ ଦୁଇଙ୍କ ପରିବାରରେ ସମ୍ମତି ଥିବା ଜଣାପଡ଼ିଛି। କିନ୍ତୁ ସୋଶାଲ ମିଡିଆରେ ଏହି ବିବାହର ଭିଡିଓ ଭାଇରାଲ ହେବା ପରେ କେହି ଜଣେ ଥାନାରେ ଅଭିଯୋଗ କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe