Advertisment

ରାଜସ୍ଥାନ ଏବଂ ମହରାଷ୍ଟ୍ର କଂଗ୍ରେସର ଟ୍ୱିଟର ଆକାଉଣ୍ଟକୁ ଅଚଳ କଲା ଟ୍ୱିଟର

ନୂଆଦିଲ୍ଲୀ: ତେଜୁଛି କଂଗ୍ରେସ ଏବଂ ଟ୍ୱିଟର କଳି। ପ୍ରଥମେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଟ୍ୱିଟର ଆକାଉଣ୍ଟକୁ ଟ୍ୱିଟର ଅଚଳ କରିବା ପରେ କଂଗ୍ରେସ ଦଳର ଅଫିସିଆଲ ଟ୍ୱିଟର ଆକାଉଣ୍ଟ, ଏହାପରେ କିଛି ଦଳୀୟ ନେତାଙ୍କ ଆକାଉଣ୍ଟକୁ ଟ୍ୱିଟର ଅଚଳ କରିଥିଲା। ଏବେ ପୁଣି ରାଜସ୍ଥାନ ଏବଂ ମହାରାଷ୍ଟ୍ର କଂଗ୍ରେସର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟକୁ ଅଚଳ କରିଛି ଟ୍ୱିଟର। ମହାରାଷ୍ଟ୍ରର ଗୃହ ଓ ଆଇଟି ମନ୍ତ୍ରୀ ସତେଲ ପାଟିଲ ଦାବି କରିଛନ୍ତି ଯେ ମହାରାଷ୍ଟ୍ର କଂଗ୍ରେସର ଟ୍ୱିଟର […]

ଅଦ୍ୟତନ ହୋଇଛି
ଧାନକିଣାରେ ବ୍ୟାପକ ଦୁର୍ନୀତିର ତଦନ୍ତ ଲୋକାୟୁକ୍ତ କରନ୍ତୁ: କଂଗ୍ରେସ

congress1

Advertisment

ନୂଆଦିଲ୍ଲୀ: ତେଜୁଛି କଂଗ୍ରେସ ଏବଂ ଟ୍ୱିଟର କଳି। ପ୍ରଥମେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଟ୍ୱିଟର ଆକାଉଣ୍ଟକୁ ଟ୍ୱିଟର ଅଚଳ କରିବା ପରେ କଂଗ୍ରେସ ଦଳର ଅଫିସିଆଲ ଟ୍ୱିଟର ଆକାଉଣ୍ଟ, ଏହାପରେ କିଛି ଦଳୀୟ ନେତାଙ୍କ ଆକାଉଣ୍ଟକୁ ଟ୍ୱିଟର ଅଚଳ କରିଥିଲା। ଏବେ ପୁଣି ରାଜସ୍ଥାନ ଏବଂ ମହାରାଷ୍ଟ୍ର କଂଗ୍ରେସର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟକୁ ଅଚଳ କରିଛି ଟ୍ୱିଟର।

Advertisment

ମହାରାଷ୍ଟ୍ରର ଗୃହ ଓ ଆଇଟି ମନ୍ତ୍ରୀ ସତେଲ ପାଟିଲ ଦାବି କରିଛନ୍ତି ଯେ ମହାରାଷ୍ଟ୍ର କଂଗ୍ରେସର ଟ୍ୱିଟର ଆକାଉଣ୍ଟ ତଥା ବରିଷ୍ଠ ନେତା ତଥା ରାଜସ୍ୱ ମନ୍ତ୍ରୀ ବାଲାସାହେବ ଥୋରାଟଙ୍କ ଆକାଉଣ୍ଟକୁ ମଧ୍ୟ ଟ୍ୱିଟର ଅଚଳ କରି ଦେଇଛି। ମୋଟ୍ ଉପରେ କଂଗ୍ରେସ ନେତା ଏବଂ ସମର୍ଥକଙ୍କର ପାଞ୍ଚ ହଜାରରୁ ଅଧିକ ଆକାଉଣ୍ଟକୁ ଅଚଳ କରିଛି ଟ୍ୱିଟର। କଂଗ୍ରେସ କର୍ମୀ ଟ୍ୱିଟର ଗାଇଡ ଲାଇନକୁ ଉଲ୍ଲଂଘନ କରୁଥିବାରୁ ଏପରି ପଦକ୍ଷେପ ନିଆଯାଇଛି ବୋଲି ଟ୍ୱିଟର ପକ୍ଷରୁ ସୂଚନା ମିଳିଛି।

ଗୋଟିଏ ପରେ ଗୋଟିଏ ଟୁଇଟ୍ କରି ପାଟିଲ କହିଛନ୍ତି ଯେ କେନ୍ଦ୍ରରେ ବିଜେପି ସରକାର ଭୟଭୀତ ଅଛନ୍ତି ଏବଂ ସୋଶାଲ ମିଡିଆ ପ୍ଲାଟଫର୍ମକୁ ତାଙ୍କ ନିର୍ଦ୍ଦେଶରେ ନଚାଉଛନ୍ତି। କୋହ୍ଲାପୁରର ଏହି କଂଗ୍ରେସ ନେତା ଟୁଇଟ୍ କରି କହିଛନ୍ତି ଯେ ମୁଁ କଂଗ୍ରେସ ନେତାଙ୍କ ଟ୍ୱିଟର ଆକାଉଣ୍ଟକୁ ଅଚଳ ରଖିବା ପ୍ରକ୍ରିୟାକୁ ନିନ୍ଦା କରୁଛି। ଏଥିରୁ ସ୍ପଷ୍ଟ ଯେ ବିଜେପି ସରକାର ଭୟଭୀତ ଅଛନ୍ତି ଏବଂ ସେମାନଙ୍କର ଇଚ୍ଛା ପୂରଣ କରିବା ପାଇଁ ଟ୍ୱିଟର ଏପରି ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛି।

Advertisment

ପାଟିଲ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ବ୍ୟତୀତ ମହାରାଷ୍ଟ୍ର କଂଗ୍ରେସ ଏବଂ ରାଜସ୍ୱ ମନ୍ତ୍ରୀ ବାଲାସାହେବ ଥାରୋଟଙ୍କ ଆକାଉଣ୍ଟକୁ ମଧ୍ୟ ଅଚଳ କରାଯାଇଛି। ସେ କହିଛନ୍ତି ଯେ ଯିଏ ଏକଛତ୍ରବାଦ ଏବଂ ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିବ ତାକୁ ବିଜେପି ଚୁପ୍ କରାଇ ଦେବ।

ରାଜସ୍ଥାନ କଂଗ୍ରେସର ସଭାପତି ଗୋବିନ୍ଦ ସିଂ ଦାତାସୋରା ଗଣମାଧ୍ୟମକୁ କହିଛନ୍ତି ଯେ ପିସିସି ରାଜସ୍ଥାନର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟକୁ ଅଚଳ କରାଯାଇଛି। କେନ୍ଦ୍ର ସରକାରଙ୍କ ଚାପରେ ଟ୍ୱିଟର ଏପରି କରୁଛି। ଗଣତନ୍ତ୍ରରେ ଏହା ଆଦୌ ଗ୍ରହଣୀୟ ନୁହେଁ। ରାଜ୍ୟ କଂଗ୍ରେସ ମୁଖ୍ୟ କହିଛନ୍ତି, ଯେଉଁମାନେ କେନ୍ଦ୍ର ସରକାରଙ୍କ କଥା ଶୁଣନ୍ତି ନାହିଁ କିମ୍ବା ସେମାନଙ୍କର ଭୁଲ ନୀତିକୁ ବିରୋଧ କରନ୍ତି ସେମାନଙ୍କ ଉପରେ ଆଇଟି ରେଡ୍, ଅବକାରୀ ବିଭାଗ, ସିବିଆଇ ଇତ୍ୟାଦି ସଂସ୍ଥା ରେଡ୍ କରିବା କେନ୍ଦ୍ର ସରକାରଙ୍କ ଏହା ଅଭ୍ୟାସରେ ପରିଣତ ହୋଇଛି।

ସୂଚନାଯୋଗ୍ୟ, ସପ୍ତାହେ ହେବ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଟ୍ୱିଟର ଆକାଉଣ୍ଟକୁ ଅଚଳ କରି ଦେଇଛି ଟ୍ୱିଟର ଇଣ୍ଡିଆ। ପୀଡ଼ିତାଙ୍କ ପରିଚୟ ଉଜାଗର କରିଥିବାରୁ ରାହୁଲଙ୍କ ବିରୋଧରେ ଟ୍ୱିଟର ଏପରି କାର୍ଯ୍ୟାନୁଷ୍ଠାନ ନେଇଛି। ଏହାପରେ କଂଗ୍ରେସର ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ପୀଡ଼ିତାଙ୍କ ପରିଚୟ ସାର୍ବଜନୀନ କରାଯାଇଥିବା ଅଭିଯୋଗ ହୋଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe