Advertisment

ନୂଆ ଡିଜିଟାଲ ଆଇନ ମାନିବାକୁ ଟ୍ୱିଟର ରାଜି, ମାଗିଲା ସପ୍ତାହେ ସମୟ

ନୂଆଦିଲ୍ଲୀ: ଭାରତର ନୂଆ ଡିଜିଟାଲ ଆଇନକୁ ଅନୁପାଳନ କରିବାକୁ ପଛଘୁଞ୍ଚା ଦେଉଥିବା ସୋଶାଲ ମିଡିଆ ସଂସ୍ଥା ଟ୍ୱିଟର ଶେଷରେ ଏଥିରେ ରାଜି ହୋଇଛି। କିଛି ଦିନ ତଳେ ଭାରତ ସରକାର ଟ୍ୱିଟରକୁ ଶେଷ ନୋଟିସ ଜାରି କରି ନୂଆ ଆଇନ ପାଳନ କରିବାକୁ ଚେତାବନୀ ଦେଇଥିଲେ। ଯଦି ଟ୍ୱିଟର ଏହାକୁ ପାଳନ ନ କରିବ, ତା’ହେଲେ ସଂସ୍ଥା ବିରୋଧରେ ଆଇନଗତ ଉପାୟରେ ପଦକ୍ଷେପ ନିଆଯିବ ବୋଲି ଭାରତ ସରକାର ଚେତାଇ ଦେଇଥିଲେ। ଏହି ନୋଟିସର ଜବାବ ଦେଇ […]

ଅଦ୍ୟତନ ହୋଇଛି
ନୂଆ ଡିଜିଟାଲ ଆଇନ ମାନିବାକୁ ଟ୍ୱିଟର ରାଜି, ମାଗିଲା ସପ୍ତାହେ ସମୟ

Twitter

Advertisment

ନୂଆଦିଲ୍ଲୀ: ଭାରତର ନୂଆ ଡିଜିଟାଲ ଆଇନକୁ ଅନୁପାଳନ କରିବାକୁ ପଛଘୁଞ୍ଚା ଦେଉଥିବା ସୋଶାଲ ମିଡିଆ ସଂସ୍ଥା ଟ୍ୱିଟର ଶେଷରେ ଏଥିରେ ରାଜି ହୋଇଛି। କିଛି ଦିନ ତଳେ ଭାରତ ସରକାର ଟ୍ୱିଟରକୁ ଶେଷ ନୋଟିସ ଜାରି କରି ନୂଆ ଆଇନ ପାଳନ କରିବାକୁ ଚେତାବନୀ ଦେଇଥିଲେ

Advertisment

ଯଦି ଟ୍ୱିଟର ଏହାକୁ ପାଳନ ନ କରିବ, ତା’ହେଲେ ସଂସ୍ଥା ବିରୋଧରେ ଆଇନଗତ ଉପାୟରେ ପଦକ୍ଷେପ ନିଆଯିବ ବୋଲି ଭାରତ ସରକାର ଚେତାଇ ଦେଇଥିଲେ। ଏହି ନୋଟିସର ଜବାବ ଦେଇ ଟ୍ୱିଟର ନୂଆ ଆଇନ ମାନିବାକୁ ଯଥା ସମ୍ଭବ ଚେଷ୍ଟା କରୁଥିବା କହିଛି। ଏଥିସହ ଭାରତ ସରକାରଙ୍କ ନିକଟରେ ବିସ୍ତୃତ ତଥ୍ୟ ଦାଖଲ କରିବାକୁ ଆଉ ସପ୍ତାହେ ସମୟ ମାଗିଛି।

ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ଆମେ ନିୟମର କାର୍ଯ୍ୟକାରିତାର ଗୁରୁତ୍ୱକୁ ବୁଝିପାରୁଛୁ। ଆମେ ମଧ୍ୟ ଯଥା ସମ୍ଭବ ଏହାକୁ ପାଳନ କରିବାକୁ ସ୍ୱଚ୍ଛତାର ସହ ଚେଷ୍ଟା କରୁଛୁ। ଗାଇଡଲାଇନ ଅନୁଯାୟୀ ଆମେ ଭାରତରୁ କର୍ମଚାରୀ ମଧ୍ୟ ନିଯୁକ୍ତ କରିବା ପ୍ରକ୍ରିୟା ଆରମ୍ଭ କରିଛୁ।

Advertisment

ଗାଇଡଲାଇନ ସମ୍ପର୍କରେ ଫେବୃଆରୀ ୨୫ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ସମୟରେ ମହାମାରୀ ବିଶ୍ୱସ୍ତରରେ ବ୍ୟାପିଥିବାରୁ ଆମେ ଏହାକୁ କାର୍ଯ୍ୟକାରୀ କରିବାରେ ସମସ୍ୟା ଭୋଗିଥିଲୁ। ଆମେ କଣ୍ଟ୍ରାକ୍ଟ ଢାଞ୍ଚାରେ ନୋଟାଲ ଓ ସ୍ଥାନୀୟ ଅଭିଯୋଗ ଶୁଣାଣି କରିବାକୁ ଥିବା ଅଫିସର ନିଯୁକ୍ତି କରିଛୁ। ଅଭିଯୋଗୁ ଶୁଣି ଏହାର ସମାଧାନ କରିବାକୁ ମୁଖ୍ୟ ଅଧିକାରୀଙ୍କ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏବେ ଏହା ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି। ଆଉ କିଛି ଦିନ ମଧ୍ୟ ଆମେ ଭାରତ ସରକାରଙ୍କୁ ବିସ୍ତୃତ ତଥ୍ୟ ଦେବୁ।

ଏଥିପାଇଁ ଆମକୁ ୭ ଦିନର ସମୟ ଦରକାର। ଭାରତୀୟଙ୍କୁ ସେବା ଯୋଗାଇ ଦେବାକୁ ଟ୍ୱିଟର ସବୁ ବେଳେ କାର୍ଯ୍ୟ କରି ଆସିଛି। ବିଶେଷ କରି କଠିନ ଓ ଜରୁରୀ କାଳୀନ ସମୟରେ ଏହି ପ୍ଲାଟଫର୍ମ ଲୋକଙ୍କର ସମସ୍ୟା ଦୂର କରିପାରିଛି। ତେଣୁ ଆଗକୁ ମଧ୍ୟ ସଂସ୍ଥା ଭାରତ ସରକାରଙ୍କ ନିୟମକୁ ଅନୁପାଳନ କରି କାର୍ଯ୍ୟ କରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

Twitter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe