Advertisment

ଆଜି ଶେଷ ହେଉଛି ଅବଧି, ବନ୍ଦ ହେବ କି ଫେସବୁକ ଓ ଟ୍ୱିଟର?

ନୂଆଦିଲ୍ଲୀ: ଫେବୃଆରୀରେ କିଛି ନିୟମ ପାଳନ କରିବାକୁ ସୋଶାଲ ମିଡିଆ କମ୍ପାନୀ ଗୁଡ଼ିକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଏହି କମ୍ପାନୀ ଗୁଡ଼ିକୁ ସରକାର ତିନି ମାସର ସମୟ ଦେଇଥିଲେ। ଯାହାର ଅବଧି ମେ ୨୬ ରେ ଶେଷ ହେବାକୁ ଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ସୋଶାଲ ମିଡିଆ କମ୍ପାନୀଗୁଡିକ ଏପର୍ଯ୍ୟନ୍ତ ସରକାରଙ୍କ ନିୟମ ପାଳନ କରିନାହାଁନ୍ତି। ତେଣୁ ଏହି କାରଣ ପାଇଁ ଆସନ୍ତା ଦୁଇ ଦିନ ମଧ୍ୟରେ ଫେସବୁକ, ଟ୍ୱିଟର ଏବଂ ଇନଷ୍ଟାଗ୍ରମ […]

ଅଦ୍ୟତନ ହୋଇଛି
ଆଜି ଶେଷ ହେଉଛି ଅବଧି, ବନ୍ଦ ହେବ କି ଫେସବୁକ ଓ ଟ୍ୱିଟର?

facebook-twitter

Advertisment

ନୂଆଦିଲ୍ଲୀ: ଫେବୃଆରୀରେ କିଛି ନିୟମ ପାଳନ କରିବାକୁ ସୋଶାଲ ମିଡିଆ କମ୍ପାନୀ ଗୁଡ଼ିକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଏହି କମ୍ପାନୀ ଗୁଡ଼ିକୁ ସରକାର ତିନି ମାସର ସମୟ ଦେଇଥିଲେ। ଯାହାର ଅବଧି ମେ ୨୬ ରେ ଶେଷ ହେବାକୁ ଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ସୋଶାଲ ମିଡିଆ କମ୍ପାନୀଗୁଡିକ ଏପର୍ଯ୍ୟନ୍ତ ସରକାରଙ୍କ ନିୟମ ପାଳନ କରିନାହାଁନ୍ତି। ତେଣୁ ଏହି କାରଣ ପାଇଁ ଆସନ୍ତା ଦୁଇ ଦିନ ମଧ୍ୟରେ ଫେସବୁକ, ଟ୍ୱିଟର ଏବଂ ଇନଷ୍ଟାଗ୍ରମ ଆଦିର ସେବା ବନ୍ଦ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

Advertisment

କେନ୍ଦ୍ର ସରକାରଙ୍କ ଆଇଟି ମନ୍ତ୍ରାଳୟ ତରଫରୁ ଡିଜିଟାଲ କଣ୍ଟେଣ୍ଟକୁ ନିୟନ୍ତ୍ରଣ କରିବା ପାଇଁ କମ୍ପ୍ଲେନ୍ସ ଅଫିସର, ନୋଡାଲ ଅଫିସର ଇତ୍ୟାଦି ନିଯୁକ୍ତ କରିବାକୁ କୁହାଯାଇଥିଲା। ଏହି ସମସ୍ତ ଅଧିକାରୀ ଭାରତୀୟ ହୋଇଥିବେ ବୋଲି ସରକାର କହିଥିଲେ। ହେଲେ ଏହି ସୋଶାଲ ମିଡିଆ କମ୍ପାନୀମାନେ କିନ୍ତୁ ଏପର୍ଯ୍ୟନ୍ତ ଏହି ନିୟମ କାର୍ଯ୍ୟକାରୀ କରିନାହାଁନ୍ତି।  ତେଣୁ କୁହାଯାଉଛି କମ୍ପାନୀ ଯଦି ଏହି ନିୟମ ପାଳନ କରିବାରେ ବିଫଳ ହୁଏ, ତେବେ ଦେଶରେ ଏହି ସୋଶାଲ ମିଡିଆ କମ୍ପାନୀରେ ସରକାର ତାଲା ଲଗାଇ ଦେଇପାରନ୍ତି। ଏଥିସହ ସେମାନଙ୍କ ବିରୋଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇପାରେ।

ସୂଚନାଯୋଗ୍ୟ, ଫେସବୁକ ଓ ଟ୍ୱିଟରରେ ଅନେକ ସମୟରେ ହିଂସାକୁ ଉସକାଉଛି। କିଛି ୟୁଜର ମାନେ ଫେସବୁକ, ଟ୍ୱିଟର ଜରିଆରେ ଏହି ହିଂସାକୁ ଉସକାଉଛନ୍ତି। ତେଣୁ ଏହା ଉପରେ ରୋକ୍ ଲାଗିବା ଦରକାର ବୋଲି କେନ୍ଦ୍ର ସରକାର କହିଛନ୍ତି।ଏ ନେଇ ରାଜ୍ୟସଭାରେ କେନ୍ଦ୍ର ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଥିଲେ, ବାକ୍‌ ସ୍ୱାଧୀନତା ରହିଛି। କିନ୍ତୁ ସମ୍ବିଧାନର ଧାରା ୧୯ ଏରେ କିଛି କ୍ଷେତ୍ରରେ କଟକଣା ମଧ୍ୟ ଲାଗୁ କରାଯାଇଛି।

Advertisment

ସୋଶାଲ ମିଡିଆ ପ୍ଲାଟଫର୍ମରେ ପେକ୍‌ ନ୍ୟୁଜ କିମ୍ବା ହିଂସା ସୃଷ୍ଟି କରିବା ଭଳି ପୋଷ୍ଟ ଶେୟାର କଲେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭାରତୀୟ ଆଇନକୁ ଯିଏ ବି ଉଲ୍ଲଙ୍ଘନ କରିବ, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପେବୃଆରୀ ୧୧ରେ ରାଜ୍ୟସଭାରେ କହିଥିଲେ କେନ୍ଦ୍ର ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦ।

ଏହାପରେ ଫେବୃଆରୀ ୨୫ରେ ଭାରତ ସରକାର ଏକ ବିଜ୍ଞପ୍ତି ପ୍ରକାଶ କରି ସୋଶାଲ ମିଡିଆ କମ୍ପାନୀମାନଙ୍କୁ ଏକ ଗାଇଡ୍ ଲାଇନ୍ ଦେଇଥିଲେ। ଆଉ ସରକାରଙ୍କ ନିୟମ ଅନୁଯାୟୀ ସୋଶାଲ ମିଡ଼ିଆ କମ୍ପାନୀ ଭାରତରେ କାମ କରିବା ଦରକାର ବୋଲି କହିଥିଲେ।

Twitter Facebook
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe