Advertisment

ମୋଦିଙ୍କ ଭିଡିଓକୁ ବିକୃତ କରିଥିବା କୁନାଲଙ୍କ ପାଇଁ ବଢ଼ିଲା ଅଡ଼ୁଆ

ନୂଆଦିଲ୍ଲୀ: ଷ୍ଟାଣ୍ଡଅଫ୍‌ କମେଡିଆନ କୁନାଲ କାମରାଙ୍କ ପାଇଁ ବଢ଼ିଲା ଅଡ଼ୁଆ। ବର୍ଲିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଦେଶାତ୍ମବୋଧ ଗୀତ ଗାଇ ପ୍ରଶଂସା ପାଇଥିବା ଜଣେ ୭ ବର୍ଷର ଶିଶୁଙ୍କ ଭିଡିଓକୁ ବିକୃତ କରିବା ଅଭିଯୋଗରେ କାହିଁକି କାର୍ଯ୍ୟାନୁଷ୍ଠାନ ହୋଇନଥିବା ପ୍ରଶ୍ନ ଉଠାଇଛି  ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ (ଏନସିପିସିଆର)। ଟ୍ୱିଟରରେ ଏହି ବ୍ୟଙ୍ଗତ୍ମାକ ଭିଡିଓ ପୋଷ୍ଟ ହୋଇଥିବା ବେଳେ ଟ୍ୱିଟର ଇଣ୍ଡିଆ କମ୍ୟୁନିକେଶନ ଡାଇରେକ୍ଟରଙ୍କୁ ସମନ କରିଛି ଏନସିପିସିଆର । ଗତ ମେ ୫ […]

ଅଦ୍ୟତନ ହୋଇଛି
ବେଙ୍ଗାଲୁର ମନା କଲା, ମଧ୍ୟପ୍ରଦେଶ ଡାକିଲା...ଅଫର ଦେଲେ ଦିଗବିଜୟ ସିଂ

kunal

Advertisment

ନୂଆଦିଲ୍ଲୀ: ଷ୍ଟାଣ୍ଡଅଫ୍‌ କମେଡିଆନ କୁନାଲ କାମରାଙ୍କ ପାଇଁ ବଢ଼ିଲା ଅଡ଼ୁଆ। ବର୍ଲିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଦେଶାତ୍ମବୋଧ ଗୀତ ଗାଇ ପ୍ରଶଂସା ପାଇଥିବା ଜଣେ ୭ ବର୍ଷର ଶିଶୁଙ୍କ ଭିଡିଓକୁ ବିକୃତ କରିବା ଅଭିଯୋଗରେ କାହିଁକି କାର୍ଯ୍ୟାନୁଷ୍ଠାନ ହୋଇନଥିବା ପ୍ରଶ୍ନ ଉଠାଇଛି  ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ (ଏନସିପିସିଆର)।

Advertisment

ଟ୍ୱିଟରରେ ଏହି ବ୍ୟଙ୍ଗତ୍ମାକ ଭିଡିଓ ପୋଷ୍ଟ ହୋଇଥିବା ବେଳେ ଟ୍ୱିଟର ଇଣ୍ଡିଆ କମ୍ୟୁନିକେଶନ ଡାଇରେକ୍ଟରଙ୍କୁ ସମନ କରିଛି ଏନସିପିସିଆର । ଗତ ମେ ୫ ତାରିଖରେ  ଏନସିପିସିଆର କୁନାଲ କାମରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠିଲେଖିଥିଲେ ଏନସିପିସିଆର। ତେବେ ତାଙ୍କ ବିରୋଧରେ

କାର୍ଯ୍ୟାନୁଷ୍ଠାନ ବିଳମ୍ବ ହୋଇଥିବାରୁ ଏବେ ଟ୍ୱିଟର ଇଣ୍ଡିଆ କମ୍ୟୁନିକେଶନଙ୍କୁ ସମନ କରିଛି ଏନସିପିସିଆର। କୁନାଲ କାମରାଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ବିଷୟରେ ସବିଶେଷ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଛି। ସୂଚନା ଅନୁଯାୟୀ, ମୋଦିଙ୍କ ବର୍ଲିନ୍ ଗସ୍ତ ବେଳେ ତାଙ୍କୁ ୭ ବର୍ଷୀୟ ଆଶୁତୋଷ ନାମକ ଶିଶୁ  ଦେଶାତ୍ମବୋଧ ଗୀତ ଗାଈ ଶୁଣାଇଥିଲେ। ଯାହା ସୋଶାଲ ମଡିଆରେ ଭାଇରାଲ ହୋଇଥିଲା। ହେଲେ ଏହି ଭିଡିଓକୁ ବ୍ୟଙ୍ଗନାମରେ ବିକୃତ କରି ନିଜ ସୋଶାଲ ମଡିଆରେ ପୋଷ୍ଟ କରିଥିଲେ କୁନାଲ।  ଏହାକୁ ନେଇ କାମରାଙ୍କୁ ତୀବ୍ର ସମାଲୋଚନା କରିଥିଲେ ଶିଶୁ ବାପା।  ଆଉ ଏହି ମାମଲାକୁ ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ ଏନସିପିସିଆର ମଧ୍ୟ ଦୃଷ୍ଟିକୁ ନେଇଛନ୍ତି । ମୋଦିଙ୍କ ବର୍ଲିନ୍ ଗସ୍ତ ବେଳେ, ତାଙ୍କୁ ଭେଟି ହେ ଜନ୍ମଭୂମି ଭାରତ ଗୀତ ଗାଇଥିଲେ ପ୍ରବାସୀ ଭାରତୀୟ ପରିବାରର ଶିଶୁ ୭ ବର୍ଷୀୟ ଆଶୁତୋଷ । ମୋଦି ବି ଗୀତରେ ତାଳ ମିଳାଇଥିଲେ ।

Advertisment

ହେଲେ କୁନାଲ ସେହି ଭିଡିଓ ସହିତ ୨୦୧୦ ଫିଲ୍ମ ପିପଲି ଲାଇଭରେ ମେହେଙ୍ଗାଇ ଡାୟନ୍ ଗୀତକୁ ଯୋଡ଼ି ସୋସିଆଲ୍ ମିଡିଆରେ ଭାଇରାଲ୍ କରିଥିବା ଅଭିଯୋଗ ହୋଇ ଥିଲା । ଜବାବରେ, ଆଶୁତୋଷଙ୍କ ବାପା ଗଣେଶ ପଲ୍ କାମରାଙ୍କୁ କଚରା ବୋଲି ସମାଲୋଚନା କରିଥିଲେ। କୁନାଲଙ୍କ ବିରୋଧରେ ଏହି ଅଭିଯୋଗ ଆସିବା ପରେଅ ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ-ଏନସିପିଓଆର ଟ୍ୱିଟର ଇଣ୍ଡିଆକୁ ଚିଠି ଲେଖି  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Narendra Modi Kunal Kamra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe