Advertisment

ବଢ଼ିଲା ଟ୍ୱିଟରର ଅଡ଼ୁଆ, ଭାରତରେ ଆଇନଗତ ସୁରକ୍ଷା ହରାଇଲା

ନୂଆଦିଲ୍ଲୀ: ସୋଶାଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରର ଅଡ଼ୁଆ ବଢ଼ିଛି। ଭାରତ ସରକାର ପ୍ରଣୟନ କରିଥିବା ନୂଆ ଆଇଟି ଆଇନକୁ ପାଳନ ନ କରିବା କମ୍ପାନୀକୁ ମହଙ୍ଗା ପଡ଼ିଛି। ଏଥିପାଇଁ ଟ୍ୱିଟର ଭାରତରେ ପାଉଥିବା ଆଇନଗତ ସୁରକ୍ଷା ହରାଇଛି। ଏହାର ଅର୍ଥ ଯଦି କୌଣସି ଲୋକ ଟ୍ୱିଟରରେ ଅପରାଧିକ, ବିଭ୍ରାନ୍ତିକର କିମ୍ବା ଉତ୍ତେଜନା ସୃଷ୍ଟି କରିବା ଭଳି ବୟାନ ପୋଷ୍ଟ କରିବେ, ତା’ହେଲେ କମ୍ପାନୀର ବରିଷ୍ଠ ଅଧିକାରୀମାନଙ୍କୁ ଆଇପିସିର ବିଭିନ୍ନ ଦଫାରେ ପୁଲିସ୍‌ ଜେରା କରିପାରିବ। ଆମେରିକାର ଏକମାତ୍ର […]

author-image
Hemant Lenka
ଅଦ୍ୟତନ ହୋଇଛି
ବଢ଼ିଲା ଟ୍ୱିଟରର ଅଡ଼ୁଆ, ଭାରତରେ ଆଇନଗତ ସୁରକ୍ଷା ହରାଇଲା

Twitter

ନୂଆଦିଲ୍ଲୀ: ସୋଶାଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରର ଅଡ଼ୁଆ ବଢ଼ିଛି। ଭାରତ ସରକାର ପ୍ରଣୟନ କରିଥିବା ନୂଆ ଆଇଟି ଆଇନକୁ ପାଳନ ନ କରିବା କମ୍ପାନୀକୁ ମହଙ୍ଗା ପଡ଼ିଛି। ଏଥିପାଇଁ ଟ୍ୱିଟର ଭାରତରେ ପାଉଥିବା ଆଇନଗତ ସୁରକ୍ଷା ହରାଇଛି। ଏହାର ଅର୍ଥ ଯଦି କୌଣସି ଲୋକ ଟ୍ୱିଟରରେ ଅପରାଧିକ, ବିଭ୍ରାନ୍ତିକର କିମ୍ବା ଉତ୍ତେଜନା ସୃଷ୍ଟି କରିବା ଭଳି ବୟାନ ପୋଷ୍ଟ କରିବେ, ତା’ହେଲେ କମ୍ପାନୀର ବରିଷ୍ଠ ଅଧିକାରୀମାନଙ୍କୁ ଆଇପିସିର ବିଭିନ୍ନ ଦଫାରେ ପୁଲିସ୍‌ ଜେରା କରିପାରିବ।

Advertisment

ଆମେରିକାର ଏକମାତ୍ର କମ୍ପାନୀ ଭାବେ ଟ୍ୱିଟର ଭାରତରେ ଆଇନଗତ ସୁରକ୍ଷା ହରାଇଛି। ସମସ୍ତ ବିଦେଶ କମ୍ପାନୀଗୁଡ଼ିକ ଆଇଟି ଆକ୍ଟ ସେକସନ ୭୯ ଅନୁଯାୟୀ ଆଇନଗତ ସୁରକ୍ଷା ଯୋଗାଇ ଦିଆଯାଇଥାଏ। ଟ୍ୱିଟରକୁ ଛାଡ଼ି ଦେଲେ ଭାରତରେ ସେବା ଯୋଗାଉଥିବା ଗୁଗଲ, ୟୁଟ୍ୟୁବ, ଫେସବୁକ, ଇନଷ୍ଟାଗ୍ରାମ ଓ ହ୍ୱାଟସଆପ ଆଇନଗତ ସୁରକ୍ଷା ପାଇବେ।

ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ ନୂଆ ଗାଇଡଲାଇନ ପାଳନ କରିବାକୁ ଟ୍ୱିଟରକୁ ଅଧିକ ସମୟ ଦିଆଯାଇଥିଲା। ସରକାର ବାରମ୍ବାର ଗାଇଡଲାଇନ ପାଳନ କରିବାକୁ ନୋଟିସ କରିଥିଲେ ହେଁ ନୂଆ ଆଇଟି ନିୟମକୁ ପାଳନ କରିବାକୁ ଟ୍ୱିଟର ଇଚ୍ଛା ପ୍ରକାଶ କରି ନଥିଲା। ଏହି କାରଣ ପାଇଁ ଟ୍ୱିଟର ଭାରତରେ ପାଇଥିବା ଆଇନଗତ ସୁରକ୍ଷା କବଚକୁ ହରାଇଛି। ଏବେ ଥାର୍ଡ ପାର୍ଟିର ଯେକୌଣସି ବେଆଇନ କାର୍ଯ୍ୟ ପାଇଁ ଟ୍ୱିଟର ଆଇପିସିର ବିଭିନ୍ନ ଧାରା ଅନୁଯାୟୀ ତଦନ୍ତ ପରିସର ଭୁକ୍ତ ହେବ।

Advertisment

ଅନ୍ୟପକ୍ଷରେ ନୂତନ ଆଇଟି ନିୟମ ପାଳନ ନ କରି ଟ୍ୱିଟର ତା’ର ଆଇନଗତ ସୁରକ୍ଷା ହରାଇଥିବାରୁ ଅବଦୁଲ ସମାଦ ମାମଲାରେ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରେ। ଅବଦୁଲ ସାମଦଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ତେବେ ଏହା ନକଲି ଥିଲା ବୋଲି କୁହାଯାଉଛି। କିନ୍ତୁ ଟ୍ୱିଟର ଏହାକୁ ମ୍ୟାନୁପଲେଟ୍‌ ଟ୍ୟାଗ ଦେଇ ନଥିବାରୁ ସଂସ୍ଥା ବିରୋଧରେ ଏଫଆଇଆର କରାଯାଇଛି। ଗାଜିଆବାଦର ଲୋନି ପୁଲିସ ଧାର୍ମିକ ଭାବନାକୁ ଆଘାତ ପହଞ୍ଚଇବା ଘଟଣାରେ ଟ୍ୱିଟର ସମେତ ୯ ଜଣ ବିରୋଧରେ ମାମଲା ରୁଜୁ କରିଛି।

Twitter New IT Act