Advertisment

ନୂଆ ଆଇଟି ନିୟମ ପାଳନ କରିବା ପାଇଁ ୮ ସପ୍ତାହ ସମୟ ମାଗିଲା ଟ୍ୱିଟର

ନୂଆଦିଲ୍ଲୀ: ଭାରତ ସରକାରଙ୍କ ନୂଆ ଆଇଟି ନିୟମ ପାଳନ କରିବାକୁ ଆଉ ୮ ସପ୍ତାହ ସମୟ ମାଗିଛି ଟ୍ୱିଟର। ୮ ସପ୍ତାହ ମଧ୍ୟରେ ସଂସ୍ଥା ପକ୍ଷରୁ ଭାରତରେ ଅଭିଯୋଗ ନିବାରଣ ଅଧିକାରୀ ନିଯୁକ୍ତ କରାଯିବ। ଏଥିପାଇଁ କମ୍ପାନୀ ପ୍ରକ୍ରିୟା ଆରମ୍ଭ କରିଛି। ଏଥିସହ ଭାରତରେ ମଧ୍ୟ ନୂଆ ନିୟମ ଅନୁଯାୟୀ ଗୋଟିଏ ଲିଆସନ ଅଫିସ ପ୍ରତିଷ୍ଠା କରିବାକୁ ବ୍ୟବସ୍ଥା କରାଯାଉଥିବା ଟ୍ୱିଟର ପକ୍ଷରୁ ସତ୍ୟପାଠ ଜରିଆରେ ଦିଲ୍ଲୀ ହାଇକୋର୍ଟଙ୍କୁ ଅବଗତ କରାଯାଇଛି। ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ଜୁଲାଇ […]

ଅଦ୍ୟତନ ହୋଇଛି
ନୂଆ ଆଇଟି ନିୟମ ପାଳନ କରିବା ପାଇଁ ୮ ସପ୍ତାହ ସମୟ ମାଗିଲା ଟ୍ୱିଟର

Twitter

Advertisment

ନୂଆଦିଲ୍ଲୀ: ଭାରତ ସରକାରଙ୍କ ନୂଆ ଆଇଟି ନିୟମ ପାଳନ କରିବାକୁ ଆଉ ୮ ସପ୍ତାହ ସମୟ ମାଗିଛି ଟ୍ୱିଟର। ୮ ସପ୍ତାହ ମଧ୍ୟରେ ସଂସ୍ଥା ପକ୍ଷରୁ ଭାରତରେ ଅଭିଯୋଗ ନିବାରଣ ଅଧିକାରୀ ନିଯୁକ୍ତ କରାଯିବ। ଏଥିପାଇଁ କମ୍ପାନୀ ପ୍ରକ୍ରିୟା ଆରମ୍ଭ କରିଛି। ଏଥିସହ ଭାରତରେ ମଧ୍ୟ ନୂଆ ନିୟମ ଅନୁଯାୟୀ ଗୋଟିଏ ଲିଆସନ ଅଫିସ ପ୍ରତିଷ୍ଠା କରିବାକୁ ବ୍ୟବସ୍ଥା କରାଯାଉଥିବା ଟ୍ୱିଟର ପକ୍ଷରୁ ସତ୍ୟପାଠ ଜରିଆରେ ଦିଲ୍ଲୀ ହାଇକୋର୍ଟଙ୍କୁ ଅବଗତ କରାଯାଇଛି।

Advertisment

ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ଜୁଲାଇ ୮ ତାରିଖ ସୁଦ୍ଧା ନୂଆ ଆଇଟି ନିୟମକୁ ଅନୁପାଳନ କରିବାକୁ କମ୍ପାନୀ କ’ଣ ସବୁ ପଦକ୍ଷେପ ନେଇଛି, ସେ ବିଷୟରେ ବିସ୍ତୃତ ତଥ୍ୟ ଦେବାକୁ ଟ୍ୱିଟରକୁ କହିଥିଲେ। ଏହାର ଜବାବରେ କୋର୍ଟଙ୍କୁ ଟ୍ୱିଟର କହିଛି ଯେ ସ୍ଥାନୀୟ ଅଭିଯୋଗ ନିବାରଣ ଅଧିକାରୀଙ୍କୁ ନିଯୁକ୍ତି ଦେବା ପାଇଁ କମ୍ପାନୀ ଆଉ ୮ ସପ୍ତାହର ସମୟ ଚାହୁଁଛି।

ଭାରତରେ ଗୋଟିଏ ଲିଆସନ ଅଫିସ ପ୍ରତିଷ୍ଠା କରିବା ପାଇଁ ମଧ୍ୟ କମ୍ପାନୀ ପ୍ରକ୍ରିୟା ଆରମ୍ଭ କରିଛି। ଏହି ଲିଆସନ ଅଫିସ ହିଁ ସମସ୍ତ ଯୋଗାଯୋଗାର ସ୍ଥାନୀୟ ଠିକଣା ହେବ। ସେହିପରି କମ୍ପାନୀ ପକ୍ଷରୁ ନୂଆ ଡିଡିଟାଲ ନିୟମ ଅନୁଯାୟୀ ନିଆଯାଇଥିବା ପଦକ୍ଷେପର ମାସିକ ରିପୋର୍ଟ ଜୁଲାଇ ୧୧ ତାରିଖ ସୁଦ୍ଧା ସାର୍ବଜନୀନ କରାଯିବ ବୋଲି କମ୍ପାନୀ କହିଛି।

Advertisment

ଏହି ରିପୋର୍ଟରେ କଣ୍ଟେଣ୍ଟ ନିୟମ ଉଲ୍ଲଙ୍ଘନ କରିଥିବା ବ୍ୟକ୍ତିଙ୍କ ବିରୋଧରେ କ’ଣ ସବୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ସେ ବିଷୟରେ ଟ୍ୱିଟର ଉଲ୍ଲେଖ କରିବ।

Twitter New IT Act
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe