Advertisment

ଟ୍ୱିଟର ଆରମ୍ଭ କଲା ଏଡିଟ ବଟନର ପରୀକ୍ଷା, କିନ୍ତୁ ଦେବାକୁ ପଡ଼ିବ ଟଙ୍କା

ନୂଆଦିଲ୍ଲୀ: ବହୁ ପ୍ରତିକ୍ଷୀତ ଏଡିଟ ବଟନର ପରୀକ୍ଷାମୂଳକ ବ୍ୟବହାର ଆରମ୍ଭ କରିଛି ସୋଶାଲ ମିଡିଆ ଆପ୍‌ ଟ୍ୱିଟର। ଗୋଟିଏ ଟ୍ୱିଟ ଦ୍ୱାରା ଏହି ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ନୂଆ ଫିଚରର ପରୀକ୍ଷା ଆରମ୍ଭ କରାଯାଇଥିବା ସୂଚନା ଦେଇଛି। କମ୍ପାନୀ କହିଛି ଯେ “ଆପଣ ଏଡିଟେଡ ଟ୍ୱିଟ ଦେଖିପାରିବେ, କାରଣ ଆମେ ଏଡିଟ ବଟନର ଟେଷ୍ଟିଂ ଆରମ୍ଭ କରିଛୁ।” କମ୍ପାନୀ ଆହୁରି କହିଛି ଯେ ଯେଉଁମାନେ ଟଙ୍କା ଦେବାକୁ ରାଜି ଅଛନ୍ତି, ସେହି ଗ୍ରାହକମାନଙ୍କ ପାଇଁ ଏଡିଟ ବଟନ […]

ଟ୍ୱିଟର ଆରମ୍ଭ କଲା ଏଡିଟ ବଟନର ପରୀକ୍ଷା, କିନ୍ତୁ ଦେବାକୁ ପଡ଼ିବ ଟଙ୍କା

Twitter

Advertisment

ନୂଆଦିଲ୍ଲୀ: ବହୁ ପ୍ରତିକ୍ଷୀତ ଏଡିଟ ବଟନର ପରୀକ୍ଷାମୂଳକ ବ୍ୟବହାର ଆରମ୍ଭ କରିଛି ସୋଶାଲ ମିଡିଆ ଆପ୍‌ ଟ୍ୱିଟର। ଗୋଟିଏ ଟ୍ୱିଟ ଦ୍ୱାରା ଏହି ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ନୂଆ ଫିଚରର ପରୀକ୍ଷା ଆରମ୍ଭ କରାଯାଇଥିବା ସୂଚନା ଦେଇଛି। କମ୍ପାନୀ କହିଛି ଯେ “ଆପଣ ଏଡିଟେଡ ଟ୍ୱିଟ ଦେଖିପାରିବେ, କାରଣ ଆମେ ଏଡିଟ ବଟନର ଟେଷ୍ଟିଂ ଆରମ୍ଭ କରିଛୁ।”

Advertisment

କମ୍ପାନୀ ଆହୁରି କହିଛି ଯେ ଯେଉଁମାନେ ଟଙ୍କା ଦେବାକୁ ରାଜି ଅଛନ୍ତି, ସେହି ଗ୍ରାହକମାନଙ୍କ ପାଇଁ ଏଡିଟ ବଟନ ଉପଲବ୍ଧ ହେବ। ଏହାର ଅର୍ଥ ଏଡିଟ ବଟନର ବିକଳ୍ପ ମାଗଣାରେ ଟ୍ୱିଟର ବ୍ୟବହାରକାରୀଙ୍କୁ ମିଳିବ ନାହିଁ। ଅନ୍ୟ ସୋଶାଲ ମିଡିଆ ଆକାଉଣ୍ଟ ଭଳି ମାଗଣାରେ ଲୋକଙ୍କୁ ଏଡିଟ ସୁବିଧା ମିଳିବ ନାହିଁ।

କମ୍ପାନୀ ସ୍ପଷ୍ଟ କରିଛି ଯେ ଟେଷ୍ଟିଂ ପରେ ପ୍ରାଥମିକ ଅବସ୍ଥାରେ ଏଡିଟ ବଟନର ସୁବିଧା କେବଳ ବ୍ଲୁ ଟିକ ପାଇଥିବା ଗ୍ରାହକଙ୍କୁ ଯୋଗାଇ ଦିଆଯିବ। କମ୍ପାନୀ ଭିତରେ ଆମ ଟିମ ଏଡିଟ ଟ୍ୱିଟର ଟେଷ୍ଟ ଆରମ୍ଭ କରିଛି। ଆଗାମୀ କିଛି ସପ୍ତାହ ମଧ୍ୟରେ କେବଳ ବ୍ଲୁ ଟିକ୍‌ ସବସ୍କ୍ରାଇବରମାନଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ।

Advertisment

ଲୋକଙ୍କ ଅନୁରୋଧକ୍ରମେ ଆଜିକା ଦିନରେ ଏହା ଆମର ସବୁଠାରୁ ବଡ଼ ଫିଚର। ଆପଣ ଟେଷ୍ଟ ଗ୍ରୁପରେ ନଥିଲେ ମଧ୍ୟ ଆମେ ଆପଣମାନଙ୍କୁ ସବୁ କଥା କହିବୁ। ଆପଣମାନେ ସବୁ କଥା ଜାଣିପାରିବେ। ଯଦି କୌଣସି ଟ୍ୱିଟ ଏଡିଟ ହେବ, ତା’ହେଲେ ଏହାକୁ ସମସ୍ତେ ଦେଖିପାରିବେ ବୋଲି ଟ୍ୱିଟର ଗୋଟିଏ ବ୍ଲଗପୋଷ୍ଟ କରି କହିଛି।

ଏଡିଟ ବଟନ ଆସିଗଲେ ଜଣେ ବ୍ୟବହାରକାରୀ ଯେକୌଣସି ଟ୍ୱିଟରେ ସଂଶୋଧନ କରିପାରିବେ। କମ୍ପାନୀ କହିଛି ଗୋଟିଏ ଟ୍ୱିଟ ପୋଷ୍ଟ ହେବାର ୩୦ ମିନିଟ ମଧ୍ୟରେ ଏହାକୁ ଏଡିଟ କରାଯାଇ ପାରିବ। ଏଡିଟ ହୋଇଥିବା ଟ୍ୱିଟରେ ସ୍ୱତନ୍ତ୍ର ଆଇକନ ରହିବ। ଏହାର ଅର୍ଥ ଏହାକୁ ଏଡିଟ କରାଯାଇଛି ବୋଲି ସମସ୍ତେ ଜାଣିପାରିବେ।

ଆଇନକୁ କ୍ଲିକ କଲେ ଗ୍ରାହକମାନେ ଏଡିଟ ହୋଇଥିବା ଅଂଶକୁ ଦେଖିପାରିବେ। ସୀମିତ ସମୟ ଓ ଏଡିଟ ଅଂଶ ଏଠାରେ ବେଶ ଗୁରୁତ୍ୱପୂର୍ଣ୍ଣ। ଏ ବିଷୟରେ ସମସ୍ତେ ଜାଣିବା ଦରକାର। ତେଣୁ କମ୍ପାନୀ ଏପରି ବ୍ୟବସ୍ଥା କରିଥିବା କହିଛି।

ବର୍ତ୍ତମାନ ସବୁ ପ୍ରକାରର ସମସ୍ୟାର ସମାଧାନ ପାଇଁ ଗୋଟିଏ ଛୋଟିଆ ଗ୍ରୁପ ମଧ୍ୟରେ ଏଡିଟ ବଟନର ପରୀକ୍ଷାମୂଳକ ବ୍ୟବହାର କରାଯାଉଛି। କିନ୍ତୁ ଚଳିତ ମାସରେ ହିଁ ବ୍ଲୁ ଟିକ୍‌ ପାଇଥିବା ଟ୍ୱିଟର ବ୍ୟବହାରକାରୀଙ୍କ ପାଇଁ ଏହି ସେବା ଉପଲବ୍ଧ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe