Advertisment

ପୁଲିସ୍ ଗାଡ଼ି ଭାବି ବୋଲେରୋକୁ ଉଡ଼ାଇ ଦେଲେ ନକ୍ସଲ

ମାଲକାନଗିରି (ଜିତେନ୍ଦ୍ର ବେଉରା): ଛତିଶଗଡ଼ର ବିଜାପୁର ଜିଲ୍ଲା ବାସାଗୁଡ଼ା ଥାନା ଅନ୍ତର୍ଗତ ରାଜକୋଟ ନିକଟରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ପୋରଣରେ ଗୋଟିଏ ବୋଲେରୋ ନଷ୍ଟ ହୋଇଥିବା ବେଳେ ୨ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଗାଡ଼ି ଡ୍ରାଇଭର। ସେମାନେ ବାସାଗୁଡା ଅଭିମୁଖେ ଯାଉଥିବା ବେଳେ ମାଓବାଦୀଙ୍କ ଶିକାର ହୋଇଥିଲେ। ମାଓବାଦୀ ମାନେ ପୁଲିସ୍‌ ଗାଡ଼ି ଭାବି ଏପରି ବିସ୍ପୋରଣ କରିଥିବା ଅନୁମାନ କରାଯାଉଛି। ବାସାଗୁଡ଼ା ଥାନା ନିକଟରୁ ମାତ୍ର ୨ କିଲୋମିଟର ଦୂରରେ […]

author-image
Jitendra Garnayak
ଅଦ୍ୟତନ ହୋଇଛି
ପୁଲିସ୍ ଗାଡ଼ି ଭାବି ବୋଲେରୋକୁ ଉଡ଼ାଇ ଦେଲେ ନକ୍ସଲ

blast

ମାଲକାନଗିରି (ଜିତେନ୍ଦ୍ର ବେଉରା): ଛତିଶଗଡ଼ର ବିଜାପୁର ଜିଲ୍ଲା ବାସାଗୁଡ଼ା ଥାନା ଅନ୍ତର୍ଗତ ରାଜକୋଟ ନିକଟରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ପୋରଣରେ ଗୋଟିଏ ବୋଲେରୋ ନଷ୍ଟ ହୋଇଥିବା ବେଳେ ୨ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଗାଡ଼ି ଡ୍ରାଇଭର। ସେମାନେ ବାସାଗୁଡା ଅଭିମୁଖେ ଯାଉଥିବା ବେଳେ ମାଓବାଦୀଙ୍କ ଶିକାର ହୋଇଥିଲେ।

Advertisment

ମାଓବାଦୀ ମାନେ ପୁଲିସ୍‌ ଗାଡ଼ି ଭାବି ଏପରି ବିସ୍ପୋରଣ କରିଥିବା ଅନୁମାନ କରାଯାଉଛି। ବାସାଗୁଡ଼ା ଥାନା ନିକଟରୁ ମାତ୍ର ୨ କିଲୋମିଟର ଦୂରରେ ଏହି ଘଟଣା ଘଟିଛି।

ଏହିଘଟଣା ପରେ ଘଟଣା ସ୍ଥଳରେ ସୁରକ୍ଷା କର୍ମୀ ପହଞ୍ଚି ଅପରେସନ ଆରମ୍ଭ କରିଛନ୍ତି।

ବିସ୍ଫୋରଣରେ ଗୁରୁତର ଦୁଇ ବ୍ୟକ୍ତି- ବଳରାମ ପ୍ରଧାନ ଓ ମହମଦ୍ଦ ଏକବଲଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Advertisment

ଆଗକୁ ପଢନ୍ତୁ : ମହିଳାଙ୍କୁ ନିର୍ଘାତ ପିଟିଲେ ପଡ଼ୋଶୀ

Mao Attack Police