Advertisment

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ଆତଙ୍କୀ

ଶ୍ରୀନଗର: ଆତଙ୍କବାଦୀ ବିରୋଧୀ ଅଭିଯାନକୁ ପୁଣି ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଆଜି ଆଉ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଜମ୍ମୁ-କଶ୍ମୀରର ଅନନ୍ତନାଗ ଅନ୍ତର୍ଗତ କାୱାରିଗାମ ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରରେ ସୁରକ୍ଷାକର୍ମୀଙ୍କୁ ଏପରି ସଫଳତା ମିଳିଛି। ମୃତକ ଆତଙ୍କୀଙ୍କ ନିକଟରୁ ଏକେ ୪୭ ଓ ବିପୁଳ ପରିମାଣ ବିସ୍ଫୋରକ ଜବତ କରାଯାଇଛି। ସେନା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କାୱାରିଗାମ ଅଞ୍ଚଳରେ ଥିବା ଗୋଟିଏ ଗାଁରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା। ଏହାପରେ […]

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ଆତଙ୍କୀ

terrorist

Advertisment

ଶ୍ରୀନଗର: ଆତଙ୍କବାଦୀ ବିରୋଧୀ ଅଭିଯାନକୁ ପୁଣି ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଆଜି ଆଉ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଜମ୍ମୁ-କଶ୍ମୀରର ଅନନ୍ତନାଗ ଅନ୍ତର୍ଗତ କାୱାରିଗାମ ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରରେ ସୁରକ୍ଷାକର୍ମୀଙ୍କୁ ଏପରି ସଫଳତା ମିଳିଛି। ମୃତକ ଆତଙ୍କୀଙ୍କ ନିକଟରୁ ଏକେ ୪୭ ଓ ବିପୁଳ ପରିମାଣ ବିସ୍ଫୋରକ ଜବତ କରାଯାଇଛି।

Advertisment

ସେନା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କାୱାରିଗାମ ଅଞ୍ଚଳରେ ଥିବା ଗୋଟିଏ ଗାଁରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା। ଏହାପରେ ସ୍ଥଳସେନାର ଯବାନ, ଜମ୍ମୁ-କଶ୍ମୀର ପୁଲିସ୍‌ର କର୍ମଚାରୀ ଓ ସିଆରପିଏଫ ଯବାନମାନେ ମିଳିତ ଅପରେସନ ଆରମ୍ଭ କରିଥିଲେ।

ଆତଙ୍କବାଦୀମାନେ ଲୁଚି ଥିବା ଅଞ୍ଚଳକୁ ଯବାନମାନେ କର୍ଡନ କରୁଥିବା ବେଳେ ହଠାତ୍‌ ଗୁଳିମାଡ଼ର ସମ୍ମୁଖୀନ ହୋଇଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ପାଲଟା ଜବାବ ଦିଆଯାଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଏହି ଗୁଳି ବିନିମୟରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

Advertisment

ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ଏବେ ବି ଜାରି ରହିଛି। ମୃତ ଦୁଇ ଆତଙ୍କବାଦୀଙ୍କ ପରିଚୟ ଜାଣିବା ପାଇଁ ପ୍ରୟାସ କରାଯାଉଥିବା ସେନା ପକ୍ଷରୁ ସୂଚନା ମିଳିଛି।

ସୂଚନାଯୋଗ୍ୟ, ଦୁଇ ଦିନ ତଳେ କଶ୍ମୀରରେ ୫ ଜଣ ଆତଙ୍କବାଦୀ ନିହତ ହେବାର ଖବର ମିଳିଥିଲା। ୨୪ ଘଣ୍ଟା ମଧ୍ୟରେ କୁଲଗାମ ଓ ପୁଲୱାମାରେ ଘଟିଥିବା ଏକାଧିକ ଏନକାଉଣ୍ଟରରେ ସୁରକ୍ଷାକର୍ମୀ ୫ ଆତଙ୍କୀଙ୍କ ମୁଣ୍ଡ ଗଡ଼ାଇବାକୁ ସକ୍ଷମ ହୋଇଥିଲେ। ଏହି ଘଟଣା ପରେ ଆଜି ପୁଣିଥରେ ଅନନ୍ତନାଗରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe