Advertisment

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ଆତଙ୍କବାଦୀ

ଜମ୍ମୁ: ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ଆତଙ୍କବାଦୀ। ଜମ୍ମୁ କଶ୍ମୀରର କୁପୱାରାଠାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ସମ୍ପୃକ୍ତ ୨ ଆତଙ୍କବାଦୀଙ୍କଠାରୁ  ୨ଟି ଏକେ-୪୭, ୨ଟି ପିସ୍ତଲ ଏବଂ ୪ଟି ଗ୍ରେନେଡ ଜବତ କରାଯାଇଛି । ତେବେ ଆତଙ୍କବାଦୀଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନଥିବା ବେଳେ ଏହି ଅଞ୍ଚଳରେ ସୁରକ୍ଷା ବାହିନୀର ସର୍ଚ୍ଚ ଅପରେସନ ଚାଲିଛି। କୁପୱାରାରେ ମାଛିଲ ଅଞ୍ଚଳରେ ଥିବା ଏଲଓସି ଟେକରୀ ନରରେ ଭାରତୀୟ ସେନା ଏବଂ ଜମ୍ମୁ କଶ୍ମୀର ପୁଲିସର […]

ଅଦ୍ୟତନ ହୋଇଛି
ଆତଙ୍କବାଦୀ ଆକ୍ରମଣରେ ଜଣେ ସିଆରପିଏଫ ଯବାନ ସହିଦ

terrorist

Advertisment

ଜମ୍ମୁ: ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ଆତଙ୍କବାଦୀ। ଜମ୍ମୁ କଶ୍ମୀରର କୁପୱାରାଠାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ସମ୍ପୃକ୍ତ ୨ ଆତଙ୍କବାଦୀଙ୍କଠାରୁ  ୨ଟି ଏକେ-୪୭, ୨ଟି ପିସ୍ତଲ ଏବଂ ୪ଟି ଗ୍ରେନେଡ ଜବତ କରାଯାଇଛି । ତେବେ ଆତଙ୍କବାଦୀଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନଥିବା ବେଳେ ଏହି ଅଞ୍ଚଳରେ ସୁରକ୍ଷା ବାହିନୀର ସର୍ଚ୍ଚ ଅପରେସନ ଚାଲିଛି। କୁପୱାରାରେ ମାଛିଲ ଅଞ୍ଚଳରେ ଥିବା ଏଲଓସି ଟେକରୀ ନରରେ ଭାରତୀୟ ସେନା ଏବଂ ଜମ୍ମୁ କଶ୍ମୀର ପୁଲିସର ମିଳିତ ଅପରେସନରେ ଏହି ଏନକାଉଣ୍ଟର କରାଯାଇଥିଲା। ମୃତ ଆତଙ୍କବାଦୀଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡିନାହିଁ। ଯବାନମାନେ ସେମାନଙ୍କଠାରୁ ଦୁଇଟି ଏକେ-୪୭, ଦୁଇଟି ପିସ୍ତଲ ଏବଂ ଚାରିଟି ଗ୍ରେନେଡ ଜବତ କରିଛନ୍ତି। ଏ ସମ୍ପର୍କରେ  ଜମ୍ମୁ କାଶ୍ମୀର ପୁଲିସ ସୂଚନା ଦେଇଛି।

Advertisment

ଏହା ପୂର୍ବରୁ ସେପ୍ଟେମ୍ବର ୧୪ରେ, ଏନକାଉଣ୍ଟରରେ ସୁରକ୍ଷା ବାହିନୀ ଦୁଇ ଆତଙ୍କବାଦୀଙ୍କୁ ନିପାତ କରିଥିଲେ। ନିହତ ଆତଙ୍କବାଦୀମାନେ ଗଜୱତ-ଉଲ-ହିନ୍ଦ ସହିତ ଜଡିତ ଥିଲେ। ସେପ୍ଟେମ୍ବର ୨ରେ ପଶ୍ଚିମବଙ୍ଗର ଜଣେ ଶ୍ରମିକଙ୍କୁ ଆକ୍ରମଣ କରିବାରେ ଏହି ଆତଙ୍କବାଦୀମାନେ ସମ୍ପୃକ୍ତ ଥିବା ଜମ୍ମୁ କାଶ୍ମୀର ପୁଲିସ କହିଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe