Advertisment

କହ୍ନେୟା ଲାଲ ହତ୍ୟାକାଣ୍ଡ: ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ୨ ଅଭିଯୁକ୍ତ

ଜୟପୁର: ରାଜସ୍ଥାନ ଉଦୟପୁରରେ ଦରଜୀ କହ୍ନେୟା ଲାଲ୍‌ଙ୍କୁ ନାରକୀୟ ଭାବେ ହତ୍ୟା କରିଥିବା ୨ ଅଭିଯୁକ୍ତ ଆତଙ୍କବାଦୀଙ୍କୁ  ସ୍ଥାନୀୟ ଅଦାଲତ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି। ଗତକାଲି ଉଦୟପୁର ସେସନ କୋର୍ଟ ଜୁଲାଇ ୧୩ ତାରିଖ ପର୍ଯ୍ୟନ୍ତ ଅଭିଯୁକ୍ତ ରିୟାଜ ଅଖତର ଏବଂ ଘୁସ ମହମ୍ମଦକୁ ବିଚାର ବିଭାଗୀୟ ହାଜକୁ ପଠାଇଛନ୍ତି। ଗତକାଲି ଶୁଣାଣି ପାଇଁ ଦୁଇ ଅଭିଯୁକ୍ତଙ୍କୁ କଡ଼ା ସୁରକ୍ଷା ବଳୟରେ ପୁଲିସ କୋର୍ଟକୁ ଆଣିଥିଲା। ଏହି ସମୟରେ କୋର୍ଟ ପରିସରର ଓକିଲମାନେ […]

ଅଦ୍ୟତନ ହୋଇଛି
କିଛି ଗୋଟେ ବଡ଼ କରିବାକୁ ଉଦୟପୁର ହତ୍ୟାକାରୀଙ୍କୁ ଉସକାଇଥିଲେ ପାକ୍‌ ହ୍ୟାଣ୍ଡେଲର

terror

Advertisment

ଜୟପୁର: ରାଜସ୍ଥାନ ଉଦୟପୁରରେ ଦରଜୀ କହ୍ନେୟା ଲାଲ୍‌ଙ୍କୁ ନାରକୀୟ ଭାବେ ହତ୍ୟା କରିଥିବା ୨ ଅଭିଯୁକ୍ତ ଆତଙ୍କବାଦୀଙ୍କୁ  ସ୍ଥାନୀୟ ଅଦାଲତ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି। ଗତକାଲି ଉଦୟପୁର ସେସନ କୋର୍ଟ ଜୁଲାଇ ୧୩ ତାରିଖ ପର୍ଯ୍ୟନ୍ତ ଅଭିଯୁକ୍ତ ରିୟାଜ ଅଖତର ଏବଂ ଘୁସ ମହମ୍ମଦକୁ ବିଚାର ବିଭାଗୀୟ ହାଜକୁ ପଠାଇଛନ୍ତି। ଗତକାଲି ଶୁଣାଣି ପାଇଁ ଦୁଇ ଅଭିଯୁକ୍ତଙ୍କୁ କଡ଼ା ସୁରକ୍ଷା ବଳୟରେ ପୁଲିସ କୋର୍ଟକୁ ଆଣିଥିଲା। ଏହି ସମୟରେ କୋର୍ଟ ପରିସରର ଓକିଲମାନେ ଭିଡ଼ ଜମାଇ ଦୁଇ ଅଭିଯୁକ୍ତକୁ ଫାଶି ଦଣ୍ଡ ପାଇଁ ଦାବି କରିଥିଲେ। ସେହିପରି ହତ୍ୟାକାଣ୍ଡରେ ବ୍ୟବହୃତ ଧାରୁଆ ଖଣ୍ଡାକୁ ଏଟିଏସ ଜବତ କରିଛି। ଏହି ଘଟଣାରେ ଏନଆଇଏ ମଧ୍ୟ ତଦନ୍ତ କରୁଛି।

Advertisment

ଅନ୍ୟପଟେ ରାଜସ୍ଥାନ ଉଦୟପୁରର ଦରଜୀ କହ୍ନେୟା ଲାଲ ହତ୍ୟାକାଣ୍ଡ ପ୍ରତିବାଦାରେ ଏକ ବିଶାଳ ଶୋଭାଯାତ୍ରା ମଧ୍ୟ ଶେଷ ହୋଇଛି। ବିଭିନ୍ନ ହିନ୍ଦୁ ସଙ୍ଗଠନର ପ୍ରାୟ ୧୦୦୦ ଜଣ ବିକ୍ଷୋଭକାରୀ ଏହି ରାଲିରେ ସାମିଲ ହୋଇଥିଲେ। ଗେରୁଆ ପତାକା ଧରି ବିକ୍ଷୋଭକାରୀମାନେ ନାରାବାଜି କରିବା ସହ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ସେମାନେ ପଥର ମାଡ଼ କରିବା ସହ ଭଙ୍ଗାରୁଜା  ମଧ୍ୟ କରିଛନ୍ତି। ହତ୍ୟାରେ ଶିକାର ହୋଇଥିବା କହ୍ନେୟା ଲାଲଙ୍କୁ ନ୍ୟାୟ ପାଇଁ ବିକ୍ଷୋଭକାରୀମାନେ ଦାବି କରିଥିଲେ। ଏଥିସହ ଗତକାଲି କହ୍ନେୟା ଲାଲଙ୍କ ପରିବାର ସଦସ୍ୟକୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟ ଆଜି ଭେଟି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ୪୮ ବର୍ଷୀୟ କହ୍ନେୟା ଲାଲଙ୍କୁ ଦୁଇ ଯୁବକ ଗସ ମହମ୍ମଦ ଓ ମହମ୍ମଦ ରିୟାଜ ଅନସାରୀ ଦୋକାନ ଭିତରେ ପଣି ହତ୍ୟା କରିଥିଲେ। ଏହି ଦୃଶ୍ୟକୁ କ୍ୟାମେରାରେ କଏଦ ମଧ୍ୟ କରିଥିଲେ। ହତ୍ୟା ପରେ ଉଭୟ ଭିଡିଓ ଜାରି କରି ଘଟଣାକୁ ସ୍ୱୀକାର କରିଥିଲେ। କହ୍ନେୟା ଲାଲଙ୍କ ଆକାଉଣ୍ଟରୁ ବିଜେପିରୁ ନିଲମ୍ବିତ ହୋଇଥିବା ନୂପୁର ଶର୍ମାଙ୍କ ସପକ୍ଷରେ ପୋଷ୍ଟ କରାଯାଇଥିଲା।

Advertisment

ନୂପୁର ଶର୍ମା ଇସଲାମ ଓ ପ୍ରଫେଟ ମହମ୍ମଦଙ୍କୁ ଅପମାନିତ କରିଥିଲେ। ସେଭଳି ଜଣେ ଲୋକଙ୍କୁ ସମର୍ଥନ କରିଥିବାରୁ ଦୁଇ ଯୁବକ ପ୍ରତିଶୋଧ ନେବା ପାଇଁ ଏପରି ଲୋମହର୍ଷଣକାରୀ ଘଟଣା ଘଟାଇଥିବା ଭିଡିଓରେ କହିଥିଲେ।

Udaipur Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe