Advertisment

ଉଦୟପୁର ରେଲୱେ ବ୍ରିଜ୍‌ ବିସ୍ଫୋରଣ ଘଟଣା ପଛରେ ଆତଙ୍କବାଦୀଙ୍କ ହାତ

ଉଦୟପୁର: ରାଜସ୍ଥାନର ଉଦୟପୁର ରେଲୱେ ବ୍ରିଜ୍‌ ବିସ୍ଫୋରଣ ଘଟଣାରେ ପ୍ରତିକ୍ରିୟା ରଖିଛି ପୁଲିସ। ଏହି ଘଟଣା ପଛରେ ଆତଙ୍କବାଦୀଙ୍କ ହାତ ଥିବା ଗନ୍ଧ ବାରିଛି ପୁଲିସ। ଏହା ଏକ ଆତଙ୍କବାଦୀ କାର୍ଯ୍ୟକଳାପ ବୋଲି ପୁଲିସ କହିଛି। ଏହି ଘଟଣାରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ବୋମା ବିସ୍ଫୋରଣ କରି ଏହି ଟ୍ରାକକୁ ଉଡ଼ାଇ ଦିଆଯାଇଥିବା ଏତଲାରେ ଉଲ୍ଲେଖ ରହିଛି।  ଏହି ଘଟଣାରେ ରେଲୱେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। […]

ଉଦୟପୁର ରେଲୱେ ବ୍ରିଜ୍‌ ବିସ୍ଫୋରଣ ଘଟଣା ପଛରେ ଆତଙ୍କବାଦୀଙ୍କ ହାତ

4g

Advertisment

ଉଦୟପୁର: ରାଜସ୍ଥାନର ଉଦୟପୁର ରେଲୱେ ବ୍ରିଜ୍‌ ବିସ୍ଫୋରଣ ଘଟଣାରେ ପ୍ରତିକ୍ରିୟା ରଖିଛି ପୁଲିସ। ଏହି ଘଟଣା ପଛରେ ଆତଙ୍କବାଦୀଙ୍କ ହାତ ଥିବା ଗନ୍ଧ ବାରିଛି ପୁଲିସ। ଏହା ଏକ ଆତଙ୍କବାଦୀ କାର୍ଯ୍ୟକଳାପ ବୋଲି ପୁଲିସ କହିଛି। ଏହି ଘଟଣାରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ବୋମା ବିସ୍ଫୋରଣ କରି ଏହି ଟ୍ରାକକୁ ଉଡ଼ାଇ ଦିଆଯାଇଥିବା ଏତଲାରେ ଉଲ୍ଲେଖ ରହିଛି।  ଏହି ଘଟଣାରେ ରେଲୱେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଏଟିଏସ, କେନ୍ଦ୍ର ସୀରକାରଙ୍କ ଏନଆଇଏ ଏବଂ ରେଲୱେର ଆରପିଏଫ ମିଳିତ ଭାବେ ତଦନ୍ତ କରୁଛନ୍ତି। ଏହି ଘଟଣା ପଛରେ ଯାହାର ହାତ ଥିବ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Advertisment

ଏହି ମାମଲାରେ ଆମେ ନିର୍ଣ୍ଣାୟକ ମୋଡ଼ ପର୍ଯ୍ୟନ୍ତ ପହଞ୍ଚିବୁ ବୋଲି ସେ କହିଛନ୍ତି।  ରାଜସ୍ଥାନର ଉଦୟପୁର-ଅହମ୍ମଦାବାଦ ରେଳଧାରଣାରେ ଗତ ୧୩ ତାରିଖ ରାତିରେ  ବିସ୍ଫୋରଣ ହୋଇଛି। ୧୩ ଦିନ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକାର୍ପଣ ହୋଇଥିବା ଉଦୟପୁର-ଅହମ୍ମଦାବାଦ ରେଳ ଲାଇନରେ ଶନିବାର ରାତିରେ ବିସ୍ଫୋରଣ ହୋଇଛି। ଘଟଣାସ୍ଥଳରୁ ବିପୁଳ ପରିମାଣର ବିସ୍ଫୋରକ ମଧ୍ୟ ମିଳିଛି। ବିସ୍ଫୋରଣ ପରେ ଟ୍ରେନ ଚଳାଚଳକୁ ବନ୍ଦ ରଖାଯାଇଛି।  ତେବେ ସ୍ଥାନୀୟ ଗ୍ରାମବାସୀଙ୍କ ସତର୍କତା ହେତୁ ଏହି ନୂତନ ମାର୍ଗରେ ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇପାରିଛି । ସୂଚନାନୁସାରେ, ଏହି ଘଟଣା ଶନିବାର ବିଳମ୍ବିତ ରାତିରେ ସାଲୁମ୍ବର ମାର୍ଗରେ ଥିବା ଓଢ଼ ରେଳ ବ୍ରିଜରେ ଘଟିଛି।

ଘଟଣା ଦିନ ରାତି ୧୦ ଟାରେ ଗ୍ରାମବାସୀ ବିସ୍ଫୋରଣର ଶବ୍ଦ ଶୁଣିଥିଲେ। ଏହା ପରେ କିଛି ଯୁବକ ତୁରନ୍ତ ଟ୍ରାକରେ ପହଞ୍ଚିଥିଲେ। ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ରେଳ ଲାଇନରେ ବିସ୍ଫୋରକ ପଡିଥିବାବେଳେ ରେଳ ବ୍ରିଜକୁ ଉଡ଼ାଇବା ପାଇଁ ଏକ ଷଡଯନ୍ତ୍ର ରଚାଯାଇଥିଲା । ଅନେକ ସ୍ଥାନରେ ଟ୍ରାକଗୁଡିକ ଭାଙ୍ଗି ଯାଇଥିବାବେଳେ ସେତୁ ଉପରେ ଥିବା ଲାଇନରୁ ବୋଲ୍ଟ ମଧ୍ୟ ଦୃବୁର୍ତ୍ତ ଖୋଲି ନେଇଥିଲେ ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe