Advertisment

ସୋଶାଲ ମିଡିଆ ପୋଷ୍ଟ ପାଇଁ ମୁଣ୍ଡ କାଟି ଦେଲେ, ଭିଡିଓ ଜାରି କରି ଧମକାଇଲେ

ଉଦୟପୁର: ସୋଶାଲ ମିଡିଆରେ ବିବାଦୀୟ ପୋଷ୍ଟ ପାଇଁ ଗଡ଼ିଛି ମୁଣ୍ଡ। ରାଜସ୍ଥାନର ଉଦୟପୁରରେ ଜଣେ ଟେଲରଙ୍କ ମୁଣ୍ଡରୁ ଗଣ୍ଡିକୁ ଅଲଗା କରି ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ସ୍ପଷ୍ଟ ଦିବାଲୋକରେ ଏହି ଘଟଣା ଘଟିଛି। ଘଟଣା ପରେ ଦୁଇ ଜଣ ଯୁବକ ସୋଶାଲ ମିଡିଆରେ ହତ୍ୟାରେ ବ୍ୟବହାର ହୋଇଥିବା ଚାପଡ଼କୁ ଦେଖାଇ ସମସ୍ତଙ୍କୁ ଧମକାଇଛନ୍ତି। ଏହାକୁ ନେଇ ପୂରା ଉଦୟପୁରରେ ଉତ୍ତେଜନା ପ୍ରକାଶ ପାଇଛି। ବିଭିନ୍ନ ସ୍ଥାନରେ ବିକ୍ଷୋଭ କରାଯାଉଥିବା ବେଳେ ଦୋକାନ ବଜାର ବନ୍ଦ […]

ସୋଶାଲ ମିଡିଆ ପୋଷ୍ଟ ପାଇଁ ମୁଣ୍ଡ କାଟି ଦେଲେ, ଭିଡିଓ ଜାରି କରି ଧମକାଇଲେ

Hindu

Advertisment

ଉଦୟପୁର: ସୋଶାଲ ମିଡିଆରେ ବିବାଦୀୟ ପୋଷ୍ଟ ପାଇଁ ଗଡ଼ିଛି ମୁଣ୍ଡ। ରାଜସ୍ଥାନର ଉଦୟପୁରରେ ଜଣେ ଟେଲରଙ୍କ ମୁଣ୍ଡରୁ ଗଣ୍ଡିକୁ ଅଲଗା କରି ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ସ୍ପଷ୍ଟ ଦିବାଲୋକରେ ଏହି ଘଟଣା ଘଟିଛି। ଘଟଣା ପରେ ଦୁଇ ଜଣ ଯୁବକ ସୋଶାଲ ମିଡିଆରେ ହତ୍ୟାରେ ବ୍ୟବହାର ହୋଇଥିବା ଚାପଡ଼କୁ ଦେଖାଇ ସମସ୍ତଙ୍କୁ ଧମକାଇଛନ୍ତି।

Advertisment

ଏହାକୁ ନେଇ ପୂରା ଉଦୟପୁରରେ ଉତ୍ତେଜନା ପ୍ରକାଶ ପାଇଛି। ବିଭିନ୍ନ ସ୍ଥାନରେ ବିକ୍ଷୋଭ କରାଯାଉଥିବା ବେଳେ ଦୋକାନ ବଜାର ବନ୍ଦ ରହିଛି। ହତ୍ୟାକାଣ୍ଡ ସାଂପ୍ରଦାୟିକ ବିଦ୍ୱେଷ ସୃଷ୍ଟି କରିବାର ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ଆସନ୍ତା ୨୪ ଘଣ୍ଟା ପାଇଁ ଇଣ୍ଟରନେଟକୁ ବନ୍ଦ କରାଯାଇଛି। ସେହିପରି ବିକ୍ଷୋଭ ହେଉଥିବା ସ୍ଥାନରେ ଅତିରିକ୍ତ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ସମସ୍ତଙ୍କୁ ଶାନ୍ତି ବଜାୟୀ ରଖିବାକୁ ନିବେଦନ କରିଛନ୍ତି। ପୁଲିସ୍‌ର ବରିଷ୍ଠ ଅଧିକାରୀମାନେ ସୋଶାଲ ମିଡିଆରେ ଘଟଣା ସମ୍ପର୍କରେ ଭାଇରାଲ ହେଉଥିବା ଭିଡିଓକୁ ନ ଦେଖିବାକୁ ଲୋକଙ୍କୁ ନିବେଦନ କରିଛନ୍ତି।

ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ହେଲେ କହ୍ନୈୟା ଲାଲ। ବିଜେପିରୁ ନିଲମ୍ବିତ ହୋଇଥିବା ନୂପୁର ଶର୍ମାଙ୍କ ସପକ୍ଷରେ କରାଯାଇଥିବା ଟ୍ୱିଟ ପାଇଁ ତାଙ୍କୁ ହତ୍ୟା କରାଯାଇଛି। ନୂପୁର ଶର୍ମା ପ୍ରଫେଟ ମହମ୍ମଦଙ୍କ ସମ୍ପର୍କରେ ଅଭଦ୍ର ବୟାନ ଦେଇଥିବାରୁ ଏହାକୁ ନେଇ ପୂରା ବିଶ୍ୱରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଡ୍ୟାମେଜ କଣ୍ଟ୍ରୋଲ ପାଇଁ ବିଜେପି ତାଙ୍କୁ ଦଳରୁ ନିଲମ୍ବିତ କରିଥିଲା। ହେଲେ କହ୍ନୈୟା ଲାଲଙ୍କ ସୋଶାଲ ମିଡିଆ ଆକାଉଣ୍ଟରୁ ତାଙ୍କର ୮ ବର୍ଷର ପୁଅ ନୂପୁର ଶର୍ମାଙ୍କ ସମର୍ଥନରେ ଟ୍ୱିଟ କରିଥିଲା। ଏହାକୁ ନେଇ ଦୁଇ ସଂପ୍ରଦାୟକ ମଧ୍ୟରେ ସୋଶାଲ ମିଡିଆରେ ଝଡ଼ ଦେଖା ଯାଇଥିଲା। ଏପରି କି କହ୍ନୈୟାଙ୍କୁ ପୁଲିସ୍‌ ବିବାଦୀୟ ଟ୍ୱିଟ ଘଟଣାରେ ଜେରା ମଧ୍ୟ କରିଥିଲା।

Advertisment

ଏହାକୁ ନେଇ ଛକା ପଞ୍ଝା ଚାଲିଥିବା ବେଳେ ମଙ୍ଗଳବାର ଏକାଧିକ ଭିଡିଓ ସାମ୍ନାକୁ ଆସିଛି। ପ୍ରଥମ ଭିଡିଓରେ ଦୁଇ ଜଣ ମୁସଲିମ ଯୁବକ ଟେଲର ଦୋକାନରେ ପଶି ପୋଷାକ ମାପ ଦେଇଥିଲେ। ଏହାପରେ ସେମାନେ ଗୋଟିଏ ଧାରୁଆ ଅସ୍ତ୍ରରେ କହ୍ନୈୟା ଲାଲଙ୍କୁ ଆକ୍ରମଣ କରିଥିଲେ। ସେମାନେ ତାଙ୍କୁ ଆକ୍ରମଣ କରିବା ସହ ତାଙ୍କ ମୁଣ୍ଡକୁ ଶରୀରରୁ ଅଲଗା କରି ଦେଇଛନ୍ତି।

ଦ୍ୱିତୀୟ ଭିଡିଓରେ ଦୁଇ ଯୁବକ ହତ୍ୟାକାଣ୍ଡ ସେମାନେ ଘଟାଇଥିବା ସ୍ୱୀକାର କରିଛନ୍ତି। ଏଥିସହ ହତ୍ୟାରେ ବ୍ୟବହୃତ ଅସ୍ତ୍ର ଦେଖାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧମକ ଦେଇଛନ୍ତି। ନୂପୁର ଶର୍ମାଙ୍କ ସମର୍ଥନରେ କହ୍ନୈୟା ଲାଲଙ୍କ ଆକାଉଣ୍ଟରୁ ହୋଇଥିବା ପୋଷ୍ଟ ପାଇଁ ତାଙ୍କୁ ଏପରି ଦଣ୍ଡ ମିଳିଥିବା ମଧ୍ୟ ସେମାନେ ଭିଡିଓରେ କହୁଥିବା ଶୁଣିବାକୁ ମିଳୁଛି।

[caption id="" align="aligncenter" width="937"] ହତ୍ୟାକୁ ସ୍ୱୀକାର କରିଥିବା ଦୁଇ ଯୁବକ[/caption]

ହିନ୍ଦୁ ଓ ମୁସଲିମ ଲଢ଼େଇ ଯୋଗୁ ପୂରା ଉଦୟପୁର ଅଶାନ୍ତ ହୋଇ ଉଠିଛି। ପୁଲିସ୍ ହତ୍ୟାରେ ସାମିଲ ଥିବା ଲୋକମାନଙ୍କୁ ଚିହ୍ନଟ କରି ସାରିଛି। ସେମାନଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରିଥିବା ଜଣାପଡ଼ିଛି। ଉଦୟପୁର ଏସ୍‌ପି କହିଛନ୍ତି, ଅତ୍ୟନ୍ତ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି। ଘଟଣାର ବିସ୍ତୃତ ତଦନ୍ତ କରାଯିବ। କିଛି ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ ଗଠନ ହୋଇଛି। ଭିଡିଓରେ ଅପରାଧକୁ ସ୍ୱୀକାର କରୁଥିବା ଲୋକଙ୍କ ବିରୋଧରେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଘଟଣା ପରେ ଉଦୟପୁରରେ ଦୋକାନ ବଜାର ବନ୍ଦ ହୋଇ ଯାଇଛି। ହତ୍ୟାକୁ ବିରୋଧ କରି ହିନ୍ଦୁ ସଂପ୍ରଦାୟର ଲୋକମାନେ ରାସ୍ତାକୁ ଓହ୍ଲାଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe