Advertisment

୧୦ ମିନିଟ୍‌ ଉଦ୍ଧବ ସହ କଥା ହେଲେ ଏକନାଥ ସିନ୍ଧେ, ବିଜେପି ସମ୍ପର୍କରେ କ’ଣ କହିଲେ?

ମୁମ୍ବାଇ: ମହାରାଷ୍ଟ୍ରରେ ସୃଷ୍ଟି ହୋଇଥିବା ରାଜନୀତିକ ସଙ୍କଟ ପ୍ରଶମିତ ହେବାର ନାଁ ଧରୁନି। ଶିବସେନା ବିଧାୟକ ତଥା ମନ୍ତ୍ରୀ ଏକନାଥ ସିନ୍ଧେ ସରକାର ଓ ଦଳ ବିରୋଧରେ ବିଦ୍ରୋହ ଘୋଷଣା କରିବା ପରେ ସ୍ଥିତି ଜଟିଳ ହୋଇଛି। ଏକନାଥଙ୍କ ସହ ଶିବସେନାର କିଛି ବିଧାୟକ ମଧ୍ୟ ଗୁଜରାଟର ଗୋଟିଏ ହୋଟେଲରେ ରହିଛନ୍ତି। ସେମାନଙ୍କୁ ବୁଝାଇବା ପାଇଁ ଶିବସେନା ଉଦ୍ୟମ କରୁଥିଲେ ମଧ୍ୟ ଏଯାଏ କୌଣସି ସୁଫଳ ମିଳିନି। ଏସବୁ ଭିତରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଫୋନ […]

୧୦ ମିନିଟ୍‌ ଉଦ୍ଧବ ସହ କଥା ହେଲେ ଏକନାଥ ସିନ୍ଧେ, ବିଜେପି ସମ୍ପର୍କରେ କ’ଣ କହିଲେ?

Eknath1

Advertisment

ମୁମ୍ବାଇ: ମହାରାଷ୍ଟ୍ରରେ ସୃଷ୍ଟି ହୋଇଥିବା ରାଜନୀତିକ ସଙ୍କଟ ପ୍ରଶମିତ ହେବାର ନାଁ ଧରୁନି। ଶିବସେନା ବିଧାୟକ ତଥା ମନ୍ତ୍ରୀ ଏକନାଥ ସିନ୍ଧେ ସରକାର ଓ ଦଳ ବିରୋଧରେ ବିଦ୍ରୋହ ଘୋଷଣା କରିବା ପରେ ସ୍ଥିତି ଜଟିଳ ହୋଇଛି। ଏକନାଥଙ୍କ ସହ ଶିବସେନାର କିଛି ବିଧାୟକ ମଧ୍ୟ ଗୁଜରାଟର ଗୋଟିଏ ହୋଟେଲରେ ରହିଛନ୍ତି।

Advertisment

ସେମାନଙ୍କୁ ବୁଝାଇବା ପାଇଁ ଶିବସେନା ଉଦ୍ୟମ କରୁଥିଲେ ମଧ୍ୟ ଏଯାଏ କୌଣସି ସୁଫଳ ମିଳିନି। ଏସବୁ ଭିତରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଫୋନ ଯୋଗେ ଏକନାଥ ସିନ୍ଧେଙ୍କ ସହ ପ୍ରାୟ ୧୦ ମିନିଟ କଥା ହୋଇଛନ୍ତି। ତାଙ୍କୁ ବୁଝାଇବାକୁ ଯାଇଥିବା ଶିବସେନାର ଜଣେ ନେତାଙ୍କ ଫୋନ ମାଧ୍ୟମରେ ଏପରି କଥାବାର୍ତ୍ତା ହୋଇଛି।

ଫୋନରେ ଏକନାଥ ନିଜ ଦାବି ଉପସ୍ଥାପନ କରିଛନ୍ତି। ସେ ଉଦ୍ଧବଙ୍କୁ ସିଧାସଳଖ ବିଜେପି ସହ ମେଣ୍ଟ କରି ରାଜ୍ୟରେ ଶାସନ କରିବାକୁ ପରାମର୍ଶ ଦେଇଛନ୍ତି। କିନ୍ତୁ ଏହା ଉପରେ ଉଦ୍ଧବ କ’ଣ କହିଛନ୍ତି, ସେକଥା ଜଣାପଡ଼ିନି।

Advertisment

ତେବେ ଏକନାଥଙ୍କ ସହ କଥା ହେବା ପରେ ଉଦ୍ଧବ ଠାକରେ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର ଓ ଏନସିପିର ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିଛନ୍ତି। ଏଥିସହ ପୂରା ରାଜନୀତିକ ଗତିବିଧି ଉପରେ ଶିବସେନା ନଜର ରଖିଥିବା ଜଣାପଡ଼ିଛି।

ଏକନାଥ ସିନ୍ଧେ କିଛି ବିଧାୟକଙ୍କୁ ନେଇ ଗୁଜରାଟର ସୁରତରେ ଥିବା ଗୋଟିଏ ହୋଟେଲରେ ରହିଛନ୍ତି। ସେମାନଙ୍କୁ ଆଜି ମନେଇବା ପାଇଁ ଶିବସେନାର ୨ ଜଣ ନେତା ପହଞ୍ଚିଥିଲେ। ସେଠାରେ ସେମାନେ ବିଦ୍ରୋହୀ ନେତାମାନଙ୍କ ସହ ପ୍ରାୟ ୨ ଘଣ୍ଟା କାଳ ଆଲୋଚନା କରିଥିଲେ। ଏହି ସମୟରେ ହିଁ ସିନ୍ଧେ ଫୋନ ଯୋଗେ ଉଦ୍ଧବ ଠାକରେଙ୍କ ସହ କଥା ହୋଇଥିଲେ।

ଅନ୍ୟପକ୍ଷରେ ସିନ୍ଧେଙ୍କ ସହ ମିଶି ବିଜେପି ରାଜ୍ୟରେ ଶାସନ ଡୋରି ସମ୍ଭାଳିବାକୁ କସରତ ଆରମ୍ଭ କରିଛି। ମହାରାଷ୍ଟ୍ର ବିଜେପି ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ ସରକାର ଗଠନ କରିବାକୁ ଦଳ ପ୍ରସ୍ତୁତ ରହିଥିବା ମଧ୍ୟ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe