Advertisment

ସୁପ୍ରିମକୋର୍ଟ ଝଟକା ପରେ ଇସ୍ତଫା ଦେଲେ ଉଦ୍ଧବ ଠାକରେ

ମୁମ୍ବାଇ: ଆସ୍ଥା ଭୋଟର ସମ୍ମୁଖୀନ ହେବା ପୂର୍ବରୁ ହାର ମାନି ନେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଆଜି ସୁପ୍ରିମକୋର୍ଟ ଆସ୍ଥା ଭୋଟ ବା ଫ୍ଲୋର ଟେଷ୍ଟ ଉପରେ ରୋକ ଲଗାଇବାକୁ ମନା କରିବା କ୍ଷଣୀ ଉଦ୍ଧବ ଠାରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଏଥିସହ ସେ ମହାରାଷ୍ଟ୍ର ବିଧାନ ପରିଷଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ସେ ଫେସବୁକ ଜରିଆରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରି ପଦ ଛାଡ଼ୁଥିବା କଥା କହିଛନ୍ତି। ଉଦ୍ଧବ ଠାକରେଙ୍କ ଇସ୍ତଫା ସହ ମହାରାଷ୍ଟ୍ରରେ […]

author-image
Hemant Lenka
ଅଦ୍ୟତନ ହୋଇଛି
ସୁପ୍ରିମକୋର୍ଟ ଝଟକା ପରେ ଇସ୍ତଫା ଦେଲେ ଉଦ୍ଧବ ଠାକରେ

Uddhava

ମୁମ୍ବାଇ: ଆସ୍ଥା ଭୋଟର ସମ୍ମୁଖୀନ ହେବା ପୂର୍ବରୁ ହାର ମାନି ନେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଆଜି ସୁପ୍ରିମକୋର୍ଟ ଆସ୍ଥା ଭୋଟ ବା ଫ୍ଲୋର ଟେଷ୍ଟ ଉପରେ ରୋକ ଲଗାଇବାକୁ ମନା କରିବା କ୍ଷଣୀ ଉଦ୍ଧବ ଠାରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଏଥିସହ ସେ ମହାରାଷ୍ଟ୍ର ବିଧାନ ପରିଷଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ସେ ଫେସବୁକ ଜରିଆରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରି ପଦ ଛାଡ଼ୁଥିବା କଥା କହିଛନ୍ତି।

Advertisment

ଉଦ୍ଧବ ଠାକରେଙ୍କ ଇସ୍ତଫା ସହ ମହାରାଷ୍ଟ୍ରରେ ଚାଲିଥିବା ମହା ବିକାଶ ଅଘାଡ଼ି(ଏମଭିଏ) ସରକାରର ପତନ ଘଟିଛି। ଏହି ମେଣ୍ଟ ସରକାରରେ ଶିବସେନା, ଏନସିପି ଓ କଂଗ୍ରେସ ରହିଥିଲେ। ତେବେ ଶିବସେନାର ୪୦ରୁ ଅଧିକ ବିଧାୟକ ବିଦ୍ରୋହ ଘୋଷଣା କରିବାକୁ ଏମଭିଏ ସରକାର ସଙ୍କଟ ମଧ୍ୟକୁ ଠେଲି ହୋଇ ଯାଇଥିଲା। ଏବେ ଏହି ସଙ୍କଟକୁ ଦୃଷ୍ଟିରେ ରଖି ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ଦେଇଛନ୍ତି।

ଆଜି ମଧ୍ୟାହ୍ନରେ ରାଜ୍ୟପାଳ ଭଗତ ସିଂହ କୋଶୟାରୀ ତାଙ୍କୁ ଗୁରୁବାର ଦିନ ୧୧.୦୫ ସୁଦ୍ଧା ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ଶିବସେନାର ମୁଖ୍ୟ ସଚେତନ ସୁନୀଲ ପ୍ରଭୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ସୁପ୍ରିମକୋର୍ଟ ସବୁ ପକ୍ଷଙ୍କ ଯୁକ୍ତି ପ୍ରାୟ ୩ ଘଣ୍ଟା ୨୭ ମିନିଟ ଯାଏ ଶୁଣିବା ପରେ ଶିବସେନାର ଆବେଦନକୁ ଖାରଜ କରିଥିଲେ। ଏହାର ଅର୍ଥ ସୁପ୍ରିମକୋର୍ଟ ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ କାଏମ ରଖିଥିଲେ। ‌

Advertisment

ଏହି ରାୟ ପରେ ଶାସନ କରିବାକୁ ସଂଖ୍ୟା ହରାଇ ସାରିଥିବା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଫେସବୁକରେ ଲାଇଭ ଆସି ରାଜ୍ୟବାସୀଙ୍କୁ ସମ୍ବୋଧନ କରିଥିଲେ। ଏହି ସମୟରେ ସେ କହିଛନ୍ତି, ସମର୍ଥନ ପାଇଁ ଏନସିପି ସୁପ୍ରିମୋ ଶରଦ ପାୱାର ଓ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଧନ୍ୟବାଦ। ଦୀର୍ଘ ଅଢ଼େଇ ବର୍ଷ କାଳ ସେମାନଙ୍କ ସମର୍ଥନରେ ଏମଭିଏ ସରକାର ରାଜ୍ୟରେ ଅନେକ ଭଲ କାମ କରିଛି। ତେବେ ନିଜ ଲୋକଙ୍କ ବିଦ୍ରୋହ ଯୋଗୁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଉଛନ୍ତି।

ଉଦ୍ଧବ କହିଛନ୍ତି, “ଆମେ ସୁପ୍ରିମକୋର୍ଟଙ୍କ ରାୟକୁ ସମ୍ମାନ କରୁଛୁ। ଗଣତନ୍ତ୍ରର ନିୟମ ପାଳନ ହେବା ଦରକାର। ଏନସିପି ଓ କଂଗ୍ରେସର ସବୁ ଲୋକଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ଖରାପ ସମୟ ଆମ ସରକାରକୁ ଝଟକା ଦେଇଛି। ବିଦ୍ରୋହ ଘୋଷଣା କରିଥିବା ବିଧାୟକମାନଙ୍କୁ ସେମାନଙ୍କ ଇଚ୍ଛା ଅନୁସାରେ ସବୁ କିଛି ଦେଇଥିଲି। ହେଲେ ଏବେ ସେମାନେ ମୋତେ ଧୋକା ଦେଇଛନ୍ତି। ମୁଁ ଚାହୁଁନି ଶିବ ସୈନିକ ରାସ୍ତାକୁ ଓହ୍ଲାନ୍ତୁ।” ଫେସବୁକରେ ଇସ୍ତଫା ସମ୍ପର୍କରେ ଘୋଷଣା କରିବା ପରେ ଶ୍ରୀ ଠାକରେ ରାଜଭବନରେ ପହଞ୍ଚିଥିଲେ। ସେଠାରେ ସେ ତାଙ୍କ ଇସ୍ତଫା ପତ୍ର ରାଜ୍ୟପାଳଙ୍କୁ ହସ୍ତାନ୍ତର କରିଛନ୍ତି।

ଅନ୍ୟପକ୍ଷରେ ବିଜେପି ସରକାର ଗଠନ କରିବାକୁ ତତ୍ପରତା ପ୍ରକାଶ କରିଛି। ଦେବେନ୍ଦ୍ର ଫଡନାଭିସଙ୍କ ନେତୃତ୍ୱରେ ବିଜେପି ବିଧାୟକମାନେ ହୋଟେଲ ତାଜ ପ୍ରେସିଡେଣ୍ଟରେ ବୈଠକ କରୁଛନ୍ତି। ଏହି ବୈଠକରେ ସମ୍ଭବତଃ ଫଡନାଭିସଙ୍କୁ ବିଧାୟକ ଦଳ ନେତା ଭାବେ ଚୟନ କରାଯାଇ ପାରେ। ସେ ବୈଠକ ପରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇ ପାରନ୍ତି।