Advertisment

ବିଦ୍ରୋହୀ ବିଧାୟକଙ୍କୁ ଚିଠି ଲେଖିଲେ ଉଦ୍ଧବ ଠାକରେ: ମୁମ୍ବାଇ ଆସ, ମୋ ସହ କଥା ହୁଅ

ମୁମ୍ବାଇ: ମହାରାଷ୍ଟ୍ର ସରକାର ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ଶିବସେନାର ୪୦ ଜଣ ବିଧାୟକଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ବିଦ୍ରୋହୀ ବିଧାୟକମାନେ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଗୌହାଟୀରେ ରହିଛନ୍ତି। ସେମାନଙ୍କ ବିଦ୍ରୋହ ଯୋଗୁ ମହାରାଷ୍ଟ୍ରର କ୍ଷମତାସୀନ ମହା ବିକାଶ ଅଘାଡି (ଏମଭିଏ) ସରକାର ସଙ୍କଟ ମଧ୍ୟକୁ ଠେଲି ହୋଇ ଯାଇଛି। ଏହି ସଙ୍କଟକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପୁଣିଥରେ ସମସ୍ତ ବିଦ୍ରୋହୀ ବିଧାୟକଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି। ସେ ଚିଠି ଲେଖି […]

ବିଦ୍ରୋହୀ ବିଧାୟକଙ୍କୁ ଚିଠି ଲେଖିଲେ ଉଦ୍ଧବ ଠାକରେ: ମୁମ୍ବାଇ ଆସ, ମୋ ସହ କଥା ହୁଅ

Uddhva

Advertisment

ମୁମ୍ବାଇ: ମହାରାଷ୍ଟ୍ର ସରକାର ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ଶିବସେନାର ୪୦ ଜଣ ବିଧାୟକଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ବିଦ୍ରୋହୀ ବିଧାୟକମାନେ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଗୌହାଟୀରେ ରହିଛନ୍ତି। ସେମାନଙ୍କ ବିଦ୍ରୋହ ଯୋଗୁ ମହାରାଷ୍ଟ୍ରର କ୍ଷମତାସୀନ ମହା ବିକାଶ ଅଘାଡି (ଏମଭିଏ) ସରକାର ସଙ୍କଟ ମଧ୍ୟକୁ ଠେଲି ହୋଇ ଯାଇଛି।

Advertisment

ଏହି ସଙ୍କଟକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପୁଣିଥରେ ସମସ୍ତ ବିଦ୍ରୋହୀ ବିଧାୟକଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି। ସେ ଚିଠି ଲେଖି ବିଦ୍ରୋହୀ ବିଧାୟକମାନଙ୍କୁ ମୁମ୍ବାଇ ଫେରି ଆସିବାକୁ ଅନୁରୋଧ କରିଛନ୍ତି। ସେ ଚିଠିରେ କହିଛନ୍ତି, “ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ବିଧାୟକ ଆମ ମାନଙ୍କ ଯୋଗାଯୋଗରେ ଅଛନ୍ତି। ଆପଣମାନେ ଶିବସେନାର ହୃଦୟରେ ଅଛନ୍ତି। ଆସନ୍ତୁ କଥା ହେବା। କଥା ହେବା ପରେ ନିଶ୍ଚୟ ସମାଧାନର ବାଟ ବାହାରିବ। ମୁଁ ଆପଣମାନଙ୍କୁ ଏତିକି କହିବାକୁ ଚାହୁଁଛି ଯେ ସମୟ ଏଯାଏ ଶେଷ ହୋଇନି।

ଦୟା କରି ଆସନ୍ତୁ। ମୋ ସହ ବସନ୍ତୁ। ସାଧାରଣ ଲୋକ ଓ ଶିବ ସୈନିକଙ୍କ ମୁଣ୍ଡରେ ଚାଲିଥିବା ସବୁ ଦ୍ୱନ୍ଦ୍ୱ ଆଲୋଚନା ଦ୍ୱାରା ଦୂର କରନ୍ତୁ। ଏହାପରେ ଆମେ ନିଶ୍ଚିତ ସମାଧାନର ବାଟ ପାଇବା। ଆମେ ଏକାଠି ବସିବା ଓ ଆଲୋଚନା ଦ୍ୱାରା ସବୁ କିଛିର ସମାଧାନ କରିବା। ଶିବସେନା ଆପଣମାନଙ୍କୁ ଯେଉଁ ସମ୍ମାନ ଦେଇଛି, ତାହା ଆଉ କେଉଁଠି ମିଳିବନି।

Advertisment

ଆପଣମାନେ ସାମ୍ନାକୁ ଆସି ନିଜର ମତ ରଖନ୍ତୁ। ତା’ପରେ ଆପଣମାନେ ନିଜେ ହିଁ ସବୁ ସମସ୍ୟାର ସମାଧାନ କରିପାରିବେ। ଶିବସେନା ଓ ପରିବାରର ମୁଖ୍ୟ ହିସାବରେ ଏବେ ବି ମୁଁ ଆପଣମାନଙ୍କ ପାଇଁ ଚିନ୍ତିତ। ଦୟା କରି ଆଗକୁ ଆସନ୍ତୁ ଓ କଥା ହୁଅନ୍ତୁ। କାହା ପ୍ରରୋଚନାରେ ଆଦୌ ପଡ଼ନ୍ତୁ ନାହିଁ।”

ସୂଚନାଯୋଗ୍ୟ, ପ୍ରାୟ ସପ୍ତାହ ହେଲାଣି ଶିବସେନାର ବରିଷ୍ଠ ନେତା ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଦଳର ୪୦ ଜଣ ବିଧାୟକ ସରକାରଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଛନ୍ତି। ଏହି ବିଦ୍ରୋହୀ ଶିବସେନା ବିଧାୟକମାନଙ୍କ ସହ ୧୦ ଜଣ ସ୍ୱାଧୀନ ବିଧାୟକ ମଧ୍ୟ ସିନ୍ଦେଙ୍କ କ୍ୟାମ୍ପରେ ରହିଛନ୍ତି। ବିଧାୟକଙ୍କ ବିଦ୍ରୋହ ଯୋଗୁ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ଚାଲିଥିବା ଏମଭିଏ ସରକାର ଭାଙ୍ଗିବା ସ୍ଥିତିକୁ ଚାଲି ଆସିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe