Advertisment

ମୋତେ ହତ୍ୟା ପାଇଁ ରୁଷ ଭଡ଼ାରେ ଆଣିଛି ସୈନ୍ୟ: ୟୁକ୍ରେନ୍‌ ରାଷ୍ଟ୍ରପତି

ନୂଆଦିଲ୍ଲୀ: “ମୋତେ ହତ୍ୟା ପାଇଁ ରୁଷ ଭଡ଼ାରେ ସୈନ୍ୟ ଆଣିଛି। ସେହି ସୈନ୍ୟମାନଙ୍କୁ ମୋତେ ହତ୍ୟା ପାଇଁ ନିର୍ଦ୍ଦେଶ ଦିଆଯାଇଛି।” ଆଜି ଏଭଳି କିଛି ସାଂଘାତିକ ଅଭିଯୋଗ ଆଣିଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଦିମିର୍‌ ଜେଲେନିସ୍କି। ୟୁକ୍ରେନ୍‌-ରୁଷ ମଧ୍ୟରେ ଯୁଦ୍ଧ ସଙ୍କଟ ତୀବ୍ର ହେଉଥିଲା ବେଳେ ୟୁକ୍ରେନ୍‌ ରାଷ୍ଟ୍ରପତି ଲଗାତାର ଗୋଟିଏ ପରେ ଗୋଟିଏ  ଅଭିଯୋଗ ଆଣୁଛନ୍ତି।  ସେ କହିଛନ୍ତି ଯେ, ରୁଷ ଆମଦାନୀ କରିଥିବା ୪୦୦ରୁ ଅଧିକ ସୈନ୍ୟ ୟୁକ୍ରେନ୍‌ରେ ବୁଲୁଛନ୍ତି। ଏହି ସୈନ୍ୟମାନେ କିଭ୍ ଚାରିପାଖେ […]

ଅଦ୍ୟତନ ହୋଇଛି
ମୋତେ ହତ୍ୟା ପାଇଁ ରୁଷ ଭଡ଼ାରେ ଆଣିଛି ସୈନ୍ୟ: ୟୁକ୍ରେନ୍‌ ରାଷ୍ଟ୍ରପତି  

ujrain

Advertisment

ନୂଆଦିଲ୍ଲୀ: “ମୋତେ ହତ୍ୟା ପାଇଁ ରୁଷ ଭଡ଼ାରେ ସୈନ୍ୟ ଆଣିଛି। ସେହି ସୈନ୍ୟମାନଙ୍କୁ ମୋତେ ହତ୍ୟା ପାଇଁ ନିର୍ଦ୍ଦେଶ ଦିଆଯାଇଛି।” ଆଜି ଏଭଳି କିଛି ସାଂଘାତିକ ଅଭିଯୋଗ ଆଣିଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଦିମିର୍‌ ଜେଲେନିସ୍କି। ୟୁକ୍ରେନ୍‌-ରୁଷ ମଧ୍ୟରେ ଯୁଦ୍ଧ ସଙ୍କଟ ତୀବ୍ର ହେଉଥିଲା ବେଳେ ୟୁକ୍ରେନ୍‌ ରାଷ୍ଟ୍ରପତି ଲଗାତାର ଗୋଟିଏ ପରେ ଗୋଟିଏ  ଅଭିଯୋଗ ଆଣୁଛନ୍ତି।  ସେ କହିଛନ୍ତି ଯେ, ରୁଷ ଆମଦାନୀ କରିଥିବା ୪୦୦ରୁ ଅଧିକ ସୈନ୍ୟ ୟୁକ୍ରେନ୍‌ରେ ବୁଲୁଛନ୍ତି। ଏହି ସୈନ୍ୟମାନେ କିଭ୍ ଚାରିପାଖେ ଚକ୍କର କାଟୁଥିବା ବେଳେ ମୋତେ ହତ୍ୟା ପାଇଁ ନିର୍ଦ୍ଦେଶ ଦିଆଆଯାଇଥିବା ସେ କହିଛନ୍ତି।

Advertisment

ଏଥିସହ କିଭ୍‌କୁ ଦଖଲକୁ ନେବାକୁ ମସ୍କୋ ଯୋଜନା କରିଛି। ରାଷ୍ଟ୍ରପତି ପୁଟିନ  ‘ୱାଗେନର’ ନାମକ ଏକ ସାମରିକ ସଙ୍ଗଠନ ୟୁକ୍ରେନ୍‌ରେ ବ୍ୟବହାର କରିଛନ୍ତି। ଏହି ଗ୍ରୁପରେ ଥିବା ଅଧିକାଂଶ ସୈନ୍ୟଙ୍କୁ  ଆଫିକ୍ରାରୁ ଅଣାଯାଇଛି।  ଜେଲେନିସ୍କି ସରକାର ମୁଣ୍ଡ କାଟିବା ପାଇଁ ସେମାନଙ୍କୁ ୫ ମାସ ଆଗରୁ ଅଣାଯାଛି। ସେମାନଙ୍କୁ ମୋଟା ଅଙ୍କର ବୋନସ ଦିଆଯାଇଛି ବୋଲି ସେ କହିଛନ୍ତି। ଏହି ଭଡ଼ାଟିଆ ସୈନ୍ୟମାନେ ୟୁକେନ୍‌ରେ ଶନିବାର ପହଞ୍ଚିଥିଲେ। ସେମାନେ ପହଞ୍ଚିବା ପରେ ୟୁକ୍ରେନ୍‌ ପକ୍ଷରୁ କିଭ୍‌ରେ ୩୬ ଘଣ୍ଟା ପର୍ଯ୍ୟନ୍ତ କର୍ଫ୍ୟୁ ଘୋଷଣା କରାଯାଇଛି। ଏହି ସୈନ୍ୟମାନଙ୍କଠାରୁ ନିଜକୁ ରକ୍ଷା ପାଇଁ ୟୁକ୍ରେନ୍‌ ନାଗକରିକଙ୍କୁ ସତର୍କ କରାଯାଇ ଥିବା ସେ କହିଛନ୍ତି।

ଗତ ଫେବୃଆରୀ ୨୪ରୁ  ରୁଷ ପକ୍ଷରୁ ୟୁକ୍ରେନ ଉପରେ ସାମାରିକ ଅଭିଯାନ ଆରମ୍ଭ ହୋଇଥିଲା। ତେବେ ଯୁଦ୍ଧର ତତୁର୍ଥ ଦିନରେ ରୁଷ ସହ ଶାନ୍ତି ଆଲୋଚନା ପାଇଁ ୟୁକ୍ରେନ୍‌ ରାଜି ହୋଇଛି। ବେଲାରୁଷରେ ହେବାରୁ ଥିବା ଏହି ଶାନ୍ତି ଆଲୋଚନା ପାଇଁ ୟୁକ୍ରେନ୍‌ ପ୍ରତିନିଧିଦଳ ପହଞ୍ଚି ଥିବା ଜଣାପଡ଼ିଛି। ଆମେରିକା କହିଛି ଯେ, ରୁଷ-ୟୁକ୍ରେନ୍ ସଂଘର୍ଷ ଯୋଗୁ ୬୮ ଜଣ ସାଧାରଣ ଲୋକ ନିହତ ହୋଇଛନ୍ତି।  ପ୍ରାୟ  ୩ ଲକ୍ଷ ୬୮ ହଜାର ୟୁକ୍ରେନ ଲୋକ ଦେଶ ଛାଡ଼ି ଆଶ୍ରୟ ପାଇଁ ପଡ଼ୋଶୀ ରାଷ୍ଟ୍ରରେ ପହଞ୍ଚିଛନ୍ତି।

Advertisment
Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe