ୟୁକ୍ରେନ୍‌ର ଦ୍ୱିତୀୟ ବଡ଼ ସହରକୁ ପ୍ରବେଶ କଲା ରୁଷ

ନୂଆଦିଲ୍ଲୀ: ୟୁକ୍ରେନ୍‌-ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ଚତୁର୍ଥ ଦିନରେ ପହଞ୍ଚିଛି। ୟୁକ୍ରେନ୍‌କୁ ଚାରିପଟୁ ଘେରି ଭୀଷଣ ମାତ୍ରାରେ ରୁଷ ସୈନ୍ୟମାନେ ଆକ୍ରମଣ ଜାରି ରଖିଛନ୍ତି। ଆଜି ରୁଷ ସୈନ୍ୟମାନେ ୟୁକ୍ରେନ୍‌ ଦ୍ୱିତୀୟ ସର୍ବବୃହତ ଅଞ୍ଚଳ ଖାରକିଭ୍‌ରେ ପ୍ରବେଶ କରିସାରିଛନ୍ତି। ଏହାରି ଭିତରେ ରୁଷ ଏକ ପ୍ରତିନିଧି ଦଳ ବେଲାରୁଷକୁ ଶାନ୍ତି ଆଲୋଚନା ପାଇଁ ପଠାଇଥିଲା। ହେଲେ ୟୁକ୍ରେନ୍‌ ଏହି ପ୍ରସ୍ତାବୁ ପ୍ରତ୍ୟାଖ୍ୟାନ କରିଦେଇଛି। ମସ୍କୋର କ୍ରେମଲିନ୍‌ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶାନ୍ତି ଆଲୋଚନା ପାଇଁ […]

rush

Tapas Behera
  • Published: Sunday, 27 February 2022
  • , Updated: 27 February 2022, 04:44 PM IST

ନୂଆଦିଲ୍ଲୀ: ୟୁକ୍ରେନ୍‌-ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ଚତୁର୍ଥ ଦିନରେ ପହଞ୍ଚିଛି। ୟୁକ୍ରେନ୍‌କୁ ଚାରିପଟୁ ଘେରି ଭୀଷଣ ମାତ୍ରାରେ ରୁଷ ସୈନ୍ୟମାନେ ଆକ୍ରମଣ ଜାରି ରଖିଛନ୍ତି। ଆଜି ରୁଷ ସୈନ୍ୟମାନେ ୟୁକ୍ରେନ୍‌ ଦ୍ୱିତୀୟ ସର୍ବବୃହତ ଅଞ୍ଚଳ ଖାରକିଭ୍‌ରେ ପ୍ରବେଶ କରିସାରିଛନ୍ତି। ଏହାରି ଭିତରେ ରୁଷ ଏକ ପ୍ରତିନିଧି ଦଳ ବେଲାରୁଷକୁ ଶାନ୍ତି ଆଲୋଚନା ପାଇଁ ପଠାଇଥିଲା। ହେଲେ ୟୁକ୍ରେନ୍‌ ଏହି ପ୍ରସ୍ତାବୁ ପ୍ରତ୍ୟାଖ୍ୟାନ କରିଦେଇଛି। ମସ୍କୋର କ୍ରେମଲିନ୍‌ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶାନ୍ତି ଆଲୋଚନା ପାଇଁ ୟୁକ୍ରେନ୍ ଅନ୍ୟ ସ୍ଥାନ ପାଇଁ ପ୍ରସ୍ତାବ ଦେଇଥିଲା। ଏଥିପାଇଁ ବେଲାରୁଷକୁ ଆଲୋଚନା ପାଇଁ ଚୟନ କରାଯାଇଥିଲା। କିନ୍ତୁ ସେଠାରେ ଆଲୋଚନା ପାଇଁ ୟୁକ୍ରେନ୍ ଅସୁରକ୍ଷିତ ମନେ କରିଛି। କାରଣ ଏହି ସ୍ଥାନରୁ ରହି ଆକ୍ରମଣକାରୀ ରୁଷ ତାର ସାମାରିକୁ ଅଭିଯାନ ଜାରି ରଖିଛି। ଏହାରି ଭିତରେ ୟୁକ୍ରେନର ସବୁଠୁ ଦ୍ୱିତୀୟ ବୃହତ ସହର ଖାରକିଭ୍‌ ନିକଟରେ ପହଞ୍ଚି ଯାଇଛନ୍ତି।

ଏହି ସହରଠାରୁ ମାତ୍ର ୨୦ କିମି ଦୂରରେ ଅଛନ୍ତି ରୁଷ ସୈନ୍ୟ। ଏହି ସହରଟି ରୁଷର ଦକ୍ଷିଣ ଦିଗରେ ଅବସ୍ଥିତ। ରୁଷର ସାମରିକ ଯାନ ଗୁଡ଼ିକ ଖାରକିଭ୍‌ ଚାରିପଟେ ଚକ୍କର କାଟୁଥିବା ୟୁକ୍ରେନ୍‌ ମିଡିଆରେ ଭିଡଓ ସହ ପୋଷ୍ଟ ହୋଇଛି। ରୁଷ ସୈନ୍ୟମାନେ ଏହ ସହର ଚାରିପଟେ ବୁଲୁଥିବା ଜଣାପଡ଼ିଛି। ଗୋଟଏ ଭିଡିଓରେ ୟୁକ୍ରେନ୍‌ ସୈନ୍ୟମାନେ ରୁଷର ଏକ ଲାଇଟ୍‌ ୟୁଟିଲିଟି ଯାନକୁ ନୀରିକ୍ଷଣ କରୁଥିବା ଦେଖାଯାଇଛି। ଅନ୍ୟପକ୍ଷରେ ଖାରକିଭ୍‌ଆଞ୍ଚଳିକ ପ୍ରଶାସନ ମୁଖ୍ୟ ଲୋକମାନଙ୍କୁ ଘର ଛାଡ଼ି ଚାଲି ନ ଯିବାକୁ   ଅନୁରୋଧ କରିଛନ୍ତି।

ଅନ୍ୟପଟେ ରୁଷ ରାଷ୍ଟ୍ରପତି  କହିଛନ୍ତି ଯେ, ବେଲାରୁ‌ଷ୍‌ରେ ଥାଇ କେତେକ ରୁଷ୍‌ ସୈନିକ ୟୁକ୍ରେନ୍‌ ଉପରେ ଆକ୍ରମଣ କରିଛନ୍ତି। ୟୁକ୍ରେନ୍‌ରେ ପ୍ରବେଶ ପାଇଁ ବେଲାରୁଷ୍‌ ରୁଷୀୟ ସେନାକୁ ରାସ୍ତା ଦେଇଛି। ବେଲାରୁଷ୍‌ରୁ ରୁଷୀୟ କ୍ଷେପଣାସ୍ତ୍ର ଏବଂ ବିମାନ ଆକ୍ରମଣ କରାଯାଇଛି। ତେଣୁ, ୟୁକ୍ରେନ୍‌ ପ୍ରତି ଶତ୍ରୁ ମନୋଭାବ ନ ଥିବା ଅନ୍ୟ କ‌ୌଣସି ସ୍ଥାନରେ ଶାନ୍ତି ଆଲୋଚନା ପାଇଁ ସେ ରାଜି ବୋଲି କହିଛନ୍ତି। ୱାରସ, ଇସ୍ତାନ୍‌ବୁଲ୍‌ ଏବଂ ବାକୁ ଆଦି ସ୍ଥାନରେ ଆଲୋଚନା ହେଲେ ସୁବିଧା ହେବ ବୋଲି ସେ କହିଛନ୍ତି।

Related story