Advertisment

ବାଇଡେନ୍‌ଙ୍କ ସହ ଆଲୋଚନା କଲେ ମୋଦି: କହିଲେ ୟୁକ୍ରେନର ବିପଦ ବେଳେ ଭାରତ ଛିଡ଼ା ହୋଇଛି

ନୂଆଦିଲ୍ଲୀ: ଆଜି ସନ୍ଧ୍ୟାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ମଧ୍ୟରେ ଭର୍ଚ୍ଚୁଆଲ ବୈଠକ ହୋଇଛି। ଉଭୟ ନେତାଙ୍କ ମଧ୍ୟରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ବିଷେଶ କରି ୟୁକ୍ରେନ୍‌-ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧର ଅନ୍ତ ନେଇ ସମାଧାନର ବାଟ ଉପରେ ଆଲୋଚନା ହୋଇଛି। ୟୁକ୍ରେନର ଯୁଦ୍ଧ ପରିସ୍ଥିତି ଚିନ୍ତାଜନକ ବୋଲି ମୋଦି କହିଛନ୍ତି । ସେହିପରି ୟୁକ୍ରେନ୍‌କୁ ଭାରତ ଯୋଗାଇଥିବା ସହାୟତା ସମ୍ପର୍କରେ ମୋଦି ବାଇଡେନ୍‌ଙ୍କ ସହ ଆଲୋଚନା […]

ଅଦ୍ୟତନ ହୋଇଛି
ଆସନ୍ତାକାଲି ମୋଦି-ବାଇଡେନ୍‌ ଭର୍ଚୁଆଲ ବୈଠକ

modi-and-biden

Advertisment

ନୂଆଦିଲ୍ଲୀ: ଆଜି ସନ୍ଧ୍ୟାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ମଧ୍ୟରେ ଭର୍ଚ୍ଚୁଆଲ ବୈଠକ ହୋଇଛି। ଉଭୟ ନେତାଙ୍କ ମଧ୍ୟରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ବିଷେଶ କରି ୟୁକ୍ରେନ୍‌-ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧର ଅନ୍ତ ନେଇ ସମାଧାନର ବାଟ ଉପରେ ଆଲୋଚନା ହୋଇଛି। ୟୁକ୍ରେନର ଯୁଦ୍ଧ ପରିସ୍ଥିତି ଚିନ୍ତାଜନକ ବୋଲି ମୋଦି କହିଛନ୍ତି । ସେହିପରି ୟୁକ୍ରେନ୍‌କୁ ଭାରତ ଯୋଗାଇଥିବା ସହାୟତା ସମ୍ପର୍କରେ ମୋଦି ବାଇଡେନ୍‌ଙ୍କ ସହ ଆଲୋଚନା କରିଛନ୍ତି।

Advertisment

ୟୁକ୍ରେନ୍‌କୁ ମେଡିସିନ୍, ରିଲିଫ୍‌ ସାମଗ୍ରୀ ଆଦି ସହାୟତା ଯୋଗାଇ ଦେଇଛି। ରୁଷ-ୟୁକ୍ରେନ୍‌ ମଧ୍ୟରେ ଆରମ୍ଭ ହୋଇଥିବା ଆଲୋଚନାରୁ ଶାନ୍ତିର ସୂତ୍ର ବାହାରିବା ନେଇ ଭାରତ ଆଶା ରଖିଛି  । ୟୁକ୍ରେନ୍‌ର ସାଧାର ଲୋକଙ୍କ ସୁରକକ୍ଷା ପ୍ରସଙ୍ଗ ନେଇ ଭାରତ ସର୍ବଦା ପ୍ରାଥମିକତା ଦେଇ ଆସିଛି।  ବିନା ବାଧାରେ ୟୁକ୍ରେନ୍‌ରେ ଯେମିତି ମାନବୀୟ ସହାୟତା ପହଞ୍ଚିବାରିବ ଭାରତ ଗୁରୁତ୍ୱାରୋପ କରିଛି। ନିକଟରେ ବୁଚା ସହରରେ ଶତାଧିକ ନୀରହି ଲୋକ ଯୁଦ୍ଧରେ ପ୍ରାଣ ହରାଇବା ଅତ୍ୟନ୍ତ ଦୁଃଖଦାୟକ।

ଆମେ ଏହାକୁ ଗଭୀର ଭାବେ ନିନ୍ଦା କରୁଛୁ ଏବଂ ଏହି ବର୍ବର ଆକ୍ରମଣର ଭାରତ ତଦନ୍ତ ଦାବି କରୁଛି। ଆଜି ବାଇଡେନଙ୍କ ସହ ଭେଟ ବେଳେ ମୋଦି ‌ଏହା କହିଛନ୍ତି । ସେ କହିଛନ୍ତି ଯେ,  ଗତ ସେପ୍ଟେମ୍ବର ମାସରେ ୱାଶିଂଟନ୍‌ ଯାଇଥିଲି ଆପଣ ବିଶ୍ୱ ପ୍ରସଙ୍ଗ କଥା ‌ଉଠାଇଥିଲେ। ଭାରତ-ଆମେରିକା ସହଯୋଗ ହିଁ ଅନ୍ତର୍ଜାତିକ ସ୍ତରରେ ଥିବା ଅନେକ ସମସ୍ୟାର ସମାଧନର ମାର୍ଗ ଦେଇପାରିବ। ଯେହେତୁ ବିଶ୍ୱରେ ଭାରତ-ଆମେରିକା ଗଣତନ୍ତ୍ରରେ ସର୍ବ ପୁରାତନ ଏବଂ ସର୍ବବୃହତ୍ତର ସେଥିପାଇଁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ବେଶ ଘନିଷ୍ଟ।

Advertisment
Russia-Ukraine War India-USA Discussion
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe