Advertisment

ରୁଷ ଯୁଦ୍ଧ ବିମାନକୁ ଆକ୍ରମଣ କରି ଖସାଇଲା ୟୁକ୍ରେନ୍‌

ନୂଆଦିଲ୍ଲୀ: ୟୁକ୍ରେନ୍‌-ରୁଷ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଜାରି ରହିଛି। ୟୁକ୍ରେନ୍‌ ଉପରେ ଆକ୍ରମଣକୁ ଆଜି ଦଶମ ଦିନରେ ପହଞ୍ଚିଛି। ଆଜି ଚେରନିଭ୍‌ରେ ୟୁକ୍ରେନ୍‌ ବାୟୁ ସେନାପକ୍ଷରୁ ରୁଷର ଏକ ଯୁଦ୍ଧ ବିମାନକୁ  ଆକ୍ରମଣ ଖସାଇଦିଆଯାଇଛି। ସେଥିରେ ଥିବା ଜଣେ ପାଇଲଟଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଅଟକ ରଖାଯାଇଛି। ୟୁକ୍ରେନ୍‌ ସେନା ପକ୍ଷରୁ ଏହା ଦାବି କରାଯାଇଛି।  ଏଥିସହ ଉଦ୍ଧାର ପାଇଲଟକୁ ନିଜ କବ୍ଜାକୁ  ନେଇଯାଇଛନ୍ତି ୟୁକ୍ରେନ୍‌ ସେନା। ମିଳିଥିବା […]

author-image
Tapas Behera
ଅଦ୍ୟତନ ହୋଇଛି
ରୁଷ ଯୁଦ୍ଧ ବିମାନକୁ ଆକ୍ରମଣ କରି ଖସାଇଲା ୟୁକ୍ରେନ୍‌

Russia1

ନୂଆଦିଲ୍ଲୀ: ୟୁକ୍ରେନ୍‌-ରୁଷ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଜାରି ରହିଛି। ୟୁକ୍ରେନ୍‌ ଉପରେ ଆକ୍ରମଣକୁ ଆଜି ଦଶମ ଦିନରେ ପହଞ୍ଚିଛି। ଆଜି ଚେରନିଭ୍‌ରେ ୟୁକ୍ରେନ୍‌ ବାୟୁ ସେନାପକ୍ଷରୁ ରୁଷର ଏକ ଯୁଦ୍ଧ ବିମାନକୁ  ଆକ୍ରମଣ ଖସାଇଦିଆଯାଇଛି। ସେଥିରେ ଥିବା ଜଣେ ପାଇଲଟଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଅଟକ ରଖାଯାଇଛି। ୟୁକ୍ରେନ୍‌ ସେନା ପକ୍ଷରୁ ଏହା ଦାବି କରାଯାଇଛି।  ଏଥିସହ ଉଦ୍ଧାର ପାଇଲଟକୁ ନିଜ କବ୍ଜାକୁ  ନେଇଯାଇଛନ୍ତି ୟୁକ୍ରେନ୍‌ ସେନା।

Advertisment

ମିଳିଥିବା ସୂଚନା ଅନୁଯାୟୀ ମୃତ କୋ ପାଇଲଟ୍‌ ଜଣଙ୍କ ହେଉଛନ୍ତି ମେଜର କ୍ରିଭୋଲାପଭ୍‌। ସେହିପରି ଆଉ ଜଣେ ପାଇଲଟ୍‌ ହେଉଛନ୍ତି କ୍ରାସ୍ନୋୟାର୍ତ୍ତସେଭ୍‌। ତାଙ୍କୁ ବିମାନରୁ ବାହାର କରିବାର ଦୃଶ୍ୟକୁ  ୟୁକ୍ରେନ୍‌ ପ୍ରତିରକ୍ଷା ବିଭାଗ ପକ୍ଷରୁ ଟ୍ୱିଟ୍‌ କରାଯାଇଛି।

ଅନ୍ୟପକ୍ଷରେ ରୁଷ ପକ୍ଷରୁ ଚେରନିଭ୍‌ର ହୋଇଥିବା ଆକ୍ରମଣରେ ୨୨ ଜଣଣଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ  ଶବକୁ ଉଦ୍ଧାର କରାଯାଇଛି। ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।  ସ୍ଥାନୀୟ ରାଜ୍ୟପାଳ କହିଛନ୍ତି ଯେ, ଏକ ଏୟାର ଷ୍ଟ୍ରାଇକ୍‌ରେ ୯ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଦୁଇଟି ସ୍କୁଲ ଏବଂ ଦୁଇଟି ଆବାସିକ ଘର ନଷ୍ଠ ହୋଇଛି।

Advertisment
Russia-Ukraine War