Advertisment

ପୁଲିସ ଜାଲରେ ପଡ଼ିଲା 'ବୁଲ୍ଲି ବାଈ' ଆପ୍‌ର ମାଷ୍ଟରମାଇଣ୍ଡ

ନୂଆଦିଲ୍ଲୀ: ଧରାପଡିଲେ ବିବାଦୀୟ ବୁଲ୍ଲି ବାଈ ଆପ୍‌ର ମାଷ୍ଟରମାଇଣ୍ଡ। ‘ବୁଲ୍ଲି ବାଈ’ ଆପ୍‌ ମାଧ୍ୟମରେ ଦେଶର ପ୍ରତିଷ୍ଠିତ ମୁସଲିମ ମହିଳାଙ୍କ ଫଟୋକୁ ବିକୃତ କରି ନିଲାମ ପାଇଁ ପୋଷ୍ଟ କରିବା ଘଟଣାରେ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଉତ୍ତରାଖଣ୍ଡରୁ ଏହି ଆପ୍‌ର ମାଷ୍ଟରମାଇଣ୍ଡକୁ ଗିରଫ କରିଛି ପୁଲିସ। ଉକ୍ତ ଧରାପଡିଥିବା ମାଷ୍ଟରମାଇଣ୍ଡ ଜଣକ ଜଣେ ମହିଳା ବୋଲି ଜଣାପଡିଛି।  ମୁଖ୍ୟଅଭିଯୁକ୍ତ ମହିଳାଙ୍କୁ ପୁଲିସ ମୁମ୍ବାଇ ଆଣିବା ପାଇଁ ଚେଷ୍ଟା ଚଳାଇଛି। ଉତ୍ତରାଖଣ୍ଡର ଏହି କୁଖ୍ୟାତ ମହିଳା ଜଣକ […]

ଅଦ୍ୟତନ ହୋଇଛି
ପୁଲିସ ଜାଲରେ ପଡ଼ିଲା 'ବୁଲ୍ଲି ବାଈ' ଆପ୍‌ର ମାଷ୍ଟରମାଇଣ୍ଡ

Bulli bai

Advertisment

ନୂଆଦିଲ୍ଲୀ: ଧରାପଡିଲେ ବିବାଦୀୟ ବୁଲ୍ଲି ବାଈ ଆପ୍‌ର ମାଷ୍ଟରମାଇଣ୍ଡ। ‘ବୁଲ୍ଲି ବାଈ’ ଆପ୍‌ ମାଧ୍ୟମରେ ଦେଶର ପ୍ରତିଷ୍ଠିତ ମୁସଲିମ ମହିଳାଙ୍କ ଫଟୋକୁ ବିକୃତ କରି ନିଲାମ ପାଇଁ ପୋଷ୍ଟ କରିବା ଘଟଣାରେ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଉତ୍ତରାଖଣ୍ଡରୁ ଏହି ଆପ୍‌ର ମାଷ୍ଟରମାଇଣ୍ଡକୁ ଗିରଫ କରିଛି ପୁଲିସ। ଉକ୍ତ ଧରାପଡିଥିବା ମାଷ୍ଟରମାଇଣ୍ଡ ଜଣକ ଜଣେ ମହିଳା ବୋଲି ଜଣାପଡିଛି।  ମୁଖ୍ୟଅଭିଯୁକ୍ତ ମହିଳାଙ୍କୁ ପୁଲିସ ମୁମ୍ବାଇ ଆଣିବା ପାଇଁ ଚେଷ୍ଟା ଚଳାଇଛି।

Advertisment

ଉତ୍ତରାଖଣ୍ଡର ଏହି କୁଖ୍ୟାତ ମହିଳା ଜଣକ ତାଙ୍କ ସାଥୀ ସହିତ ମିଶି ୧୦୦ ଜଣ ଜଣାଶୁଣା ମୁସଲମାନ ମହିଳାଙ୍କ ବିରୋଧରେ ଷଡ଼ଯନ୍ତ୍ର କରିଥିଲେ। ଏହି ଅଭିଯୁକ୍ତ ମହିଳା ଏବଂ ତାଙ୍କ ସାଥୀ ଏହି ବୁଲ୍ଲି ବାଈ ଆପ୍ ମାଧ୍ୟମରେ ମୁସଲିମ ମହିଳାମାନଙ୍କ ବିଷୟରେ ଅପମାନଜନକ ଏବଂ ଅଶ୍ଳୀଳ କଥା ଲେଖିଥିଲେ। ଏହି ମାମଲାରେ ଆଜି ସକାଳେ ବାଙ୍ଗାଲୋରରୁ ମହିଳାଙ୍କ ସହଯୋଗୀକୁ ମଧ୍ୟ ପୁଲିସ ଗିରଫ କରିଥିଲା।

ଏହି ଗରିଫ ଅଭିଯୁକ୍ତଙ୍କ ନାଁ ବିଶାଲ କୁମାର। ବୟସ ୨୧ ବର୍ଷ ଏବଂ ଜଣେ ଇଂଜିନିଅରିଂ ଛାତ୍ର ବୋଲି ପୁଲିସ ସୂଚନା ଦେଇଛି। ବିଶାଲକୁ ଆଜି ମୁମ୍ବାଇ ବାନ୍ଦ୍ରା କୋର୍ଟରେ ହାଜର କରି ଜାନୁଆରୀ ୧୦ ଯାଏଁ ରିମାଣ୍ଡରେ ନେଇଛି।  ବିଶାଲ ହେଉଛନ୍ତି ଏହି ଷଡଯନ୍ତ୍ରରେ ମୁଖ୍ୟ ଅଭିଯୁକ୍ତ ମହିଳାଙ୍କର ଜଣେ ବନ୍ଧୁ। ଉଭୟ ଉତ୍ତରାଖଣ୍ଡର ମୁଖ୍ୟ ଅଭିଯୁକ୍ତ ମହିଳା ଏବଂ ବିଶାଲ କୁମାର ପରସ୍ପରକୁ ପୂର୍ବରୁ ଜାଣିଛନ୍ତି। ଏବେ ଟ୍ରାନଜିଟ୍ ରିମାଣ୍ଡରେ ନେବା ପାଇଁ ମୁମ୍ବାଇ ପୋଲିସ ଷଡଯନ୍ତ୍ରକାରୀ ମହିଳାଙ୍କୁ ଉତ୍ତରାଖଣ୍ଡ କୋର୍ଟରେ ହାଜର କରିବ।

Advertisment

https://twitter.com/ANI/status/1478293954361585664?s=20

ପୁଲିସର କହିବା ଅନୁଯାୟୀ ଉଭୟ ପରସ୍ପରକୁ ଜାଣନ୍ତି। ଫେସବୁକ ଏବଂ ଇନଷ୍ଟାଗ୍ରାମ ପରି ସୋଶାଲ ମିଡିଆ ପ୍ଲାଟଫର୍ମରେ ଏ ଦୁହେଁ ବନ୍ଧୁ ହୋଇଥିବା ନେଇ ତଦନ୍ତରୁ ଜଣାପଡିଛି। ଏହି ଘଟଣାର ମାଷ୍ଟରମାଇଣ୍ଡ ମହିଳା ବୁଲ୍ଲି ବାଈ ଆପ ସହ ଜଡିତ ତିପୋଟି ଆକାଉଣ୍ଟ ହ୍ୟାଣ୍ଡେଲ କରୁଥିଲେ। ସେପଟେ ତା'ର ସାଥୀ ବିଶାଲ ଖାଲସା ସୁପ୍ରିମିଷ୍ଟ ନାଁରେ ଆକଉଣ୍ଟ ଖୋଲିଥିଲେ। ତେବେ ଏହି ଷଡଯନ୍ତ୍ର ପଛରେ କୌଣସି ଶିଖ ସମ୍ପ୍ରଦାୟର ବ୍ୟକ୍ତିଙ୍କ ସମ୍ପୃକ୍ତି ନଥିବା ପୁଲିସ ସ୍ପଷ୍ଟ କରିଛି।

ସେପଟେ ଦିଲ୍ଲୀ ପୁଲିସ ଟ୍ୱିଟରରୁ ବୁଲ୍ଲି ବାଈ ସମ୍ବନ୍ଧୀୟ ସମସ୍ତ କଣ୍ଟେଟ୍‌ ହଟାଇବା ପାଇଁ କହିଛି। କେବଳ ଏତିକି ନୁହେଁ ଦିଲ୍ଲୀ ପୁଲିସ ଏହି ଆକାଉଣ୍ଟ ବିଷୟରେ ଟ୍ୱିଟ୍‌ରକୁ ତଥ୍ୟ ମଧ୍ୟ ମାଗିଛି। GITHUBକୁ ମଧ୍ୟ ବୁଲ୍ଲି ବାଈକୁ ତିଆରି କରିବା ବ୍ୟକ୍ତିଙ୍କ ବିଷୟରେ ତଥ୍ୟ ମାଗିଛି ପୁଲିସ। ଏହି ମାମଲା ବର୍ତ୍ତମାନ ଦିଲ୍ଲୀ ପୁଲିସ୍ ସ୍ପେଶାଲ୍ ସେଲ୍‌ର ସାଇବର ୟୁନିଟ୍ କୁ ସ୍ଥାନାନ୍ତରିତ ହୋଇଛି।

ସୂଚନା ଅନୁଯାୟୀ ମୁସଲିମ ମହିଳାଙ୍କୁ ଟାର୍ଗେଟ କରିବା ପାଇଁ ‘ବୁଲ୍ଲି ବାଈ’ ନାମରେ ଏକ ଆପ ତିଆରି କରାଯାଇ ଏଥିରେ ପ୍ରତିଷ୍ଠିତ ମୁସଲିମ ମହିଳାଙ୍କ ବିକୃତ ଫଟୋ ଅପଲୋଡ କରାଯାଇଛି। ସୁଲ୍ଲି ଡିଲସ୍‌ ଓ ଜିଟ୍‌ହଭ ଭଳି ଗ୍ରୁପ୍ ତିଆରି କରାଯାଇ ସୋଶାଲ ମିଡିଆରୁ ମୁସଲିମ ମହିଳାଙ୍କ ଫଟୋ ସଂଗ୍ରହ କରାଯାଉଛି। ପରେ ବୁଲ୍ଲି ବାଈରେ ଅପଲୋଡ କରାଯାଉଛି। ବିବାଦ ପରେ ଉକ୍ତ ଆପ୍‌କୁ ବ୍ୟାନ୍‌ କରାଯାଇଥିବା ବେଳେ ପୁଲିସ ମାମଲା ରୁଜୁ କରିଛି।

https://twitter.com/ANI/status/1478320895613489154?s=20

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe