Advertisment

ଭଉଣୀ ବାହାଘର ସାରି ତିହାର ଜେଲ ଫେରିଲେ ଉମର ଖଲିଦ୍‌

ନୂଆଦିଲ୍ଲୀ: ଭଉଣୀ ବାହାଘରରରେ ଯୋଗ ଦେବା ପରେ ତିହାର ଜେଲ ଫେରିଲେ ଉମର ଖଲିଦ୍‌।  ୨୦୨୦ରେ ଉତ୍ତର-ପୂର୍ବ ଦିଲ୍ଲୀରେ ସଂଘଠିତ ଦଙ୍ଗାରେ  ଅଭିଯୁକ୍ତ ଥିବା ଉମର ଖଲିଦ୍‌ ହେଉଛନ୍ତି ପୂର୍ବତନ ଜେଏନୟୁ ଛାତ୍ର। ଦିଲ୍ଲୀ ଦଙ୍ଗା ମାମଲାରେ ଗିରଫ ହୋଇ ଜେଲରେ ରହୁଥିବା ଖଲିଦ୍‌ଙ୍କୁ ଭଉଣୀ ବାହାଘର ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ମିଳିଥି। ବାହାଘରରେ ଯୋଗ ଦେବା ପରେ ଜାମିନ ଅବଧି ସରୁଥିବାରୁ ସେ ପୁଣି ଦିଲ୍ଲୀର ତିହାର ଜେଲକୁ ଫେରି ଆସିଛନ୍ତି। ଡିସେମ୍ବର ୨୩ରେ ଖଲିଦ […]

author-image
Tapas Behera
ଅଦ୍ୟତନ ହୋଇଛି
 ଭଉଣୀ ବାହାଘର ସାରି ତିହାର ଜେଲ ଫେରିଲେ ଉମର ଖଲିଦ୍‌

umar

ନୂଆଦିଲ୍ଲୀ: ଭଉଣୀ ବାହାଘରରରେ ଯୋଗ ଦେବା ପରେ ତିହାର ଜେଲ ଫେରିଲେ ଉମର ଖଲିଦ୍‌।  ୨୦୨୦ରେ ଉତ୍ତର-ପୂର୍ବ ଦିଲ୍ଲୀରେ ସଂଘଠିତ ଦଙ୍ଗାରେ  ଅଭିଯୁକ୍ତ ଥିବା ଉମର ଖଲିଦ୍‌ ହେଉଛନ୍ତି ପୂର୍ବତନ ଜେଏନୟୁ ଛାତ୍ର। ଦିଲ୍ଲୀ ଦଙ୍ଗା ମାମଲାରେ ଗିରଫ ହୋଇ ଜେଲରେ ରହୁଥିବା ଖଲିଦ୍‌ଙ୍କୁ ଭଉଣୀ ବାହାଘର ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ମିଳିଥି। ବାହାଘରରେ ଯୋଗ ଦେବା ପରେ ଜାମିନ ଅବଧି ସରୁଥିବାରୁ ସେ ପୁଣି ଦିଲ୍ଲୀର ତିହାର ଜେଲକୁ ଫେରି ଆସିଛନ୍ତି। ଡିସେମ୍ବର ୨୩ରେ ଖଲିଦ ଜେଲରୁ ମୁକୁଳିଥିଲେ।  ତାଙ୍କୁ ୭ ଦିନ ପାଇଁ କୋର୍ଟ ଜାମିନ ପ୍ରଦାନ କରିଥିଲେ।  ଡିସେମ୍ବର ୩୦ରେ ଖଲିଦଙ୍କୁ ଆତ୍ମସମର୍ପଣ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଉମର ଖଲିଦ ଜେଲକୁ ଫେରିବା ନେଇ ତାଙ୍କ ବାପା ଇଲିଆଜ୍‌ ଟ୍ୱିଟ୍ କରି ଜଣାଇଛନ୍ତି।  ଭଉଣୀ ବାହାଘରରେ ସାମିଲ ହେବା ପରେ ସେ ଜେଲକୁ  ପ୍ରତ୍ୟାବର୍ତ୍ତନ କରିଥିବା ଉଲ୍ଲେଖ କରିଛନ୍ତି ।

Advertisment

ଏହି ଉତ୍ସବରେ ଉମରଙ୍କୁ ପରିବାର ସହ ପାଇ ଆମେ ଅନେକ  ଖୁସି ମଧ୍ୟ।  ଏବେ ଆମେ ନ୍ୟାୟକୁ ଅପେକ୍ଷା କରିଛୁ ବୋଲି ସେ ଟ୍ୱିଟ୍ କରି ସୂଚନା ଦେଛନ୍ତି। ଜାମିନ ବେଳେ ଉମର ଗଣମାଧ୍ୟମ ଓ ସୋଶାଲ ମିଡିଆରେ ଆଲୋଚନା କରିବାକୁ କୋର୍ଟ ବାରଣ କରିଛନ୍ତି। ଚଳିତ ମାସ ପ୍ରାରମ୍ଭରେ ଦିଲ୍ଲୀର କଡ଼କରଡୁମା ଅଦାଲତ ଉମର ଖଲିଦ ଏବଂ ୟୁନାଇଟେଡ୍ ଏଗେନଷ୍ଟ ହେଟ୍ସଦସ୍ୟ ଖାଲିଦ ସୈଫିଙ୍କୁ ୨୦୨୦ ଦିଲ୍ଲୀ ଦଙ୍ଗା ସହ ଜଡିତ ମାମଲାରେ ନିର୍ଦ୍ଦୋଷରେ ଖଲାସ କରିଥିଲେ । ଏହି ମାମଲାରେ ଦୁହେଁ ଜାମିନରେ ମୁକ୍ତ ହୋଇଥିଲେ କିନ୍ତୁ

ଅନ୍ୟ କେତେକ ମାମଲାରେ ଜେଲରେ ରହିଛନ୍ତି । ଉମର ଖଲିଦ ଏବଂ ଖଲିଦ ସୈଫିଙ୍କୁ ବେଆଇନ କାର୍ଯ୍ୟକଳାପ (ନିରୋଧ) ଆଇନ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇଛି ।

Advertisment

ଚଳିତ ବର୍ଷ ଅକ୍ଟୋବରମାସରେ ଦିଲ୍ଲୀ ହାଇକୋର୍ଟ ଉମରଙ୍କ ଜାମିନ ଆବେଦନ ଖାରଜ କରିଦେଇଥିଲେ । ଦିଲ୍ଲୀ ହାଇକୋର୍ଟଙ୍କ ହୃଦବୋଧ ହୋଇଥିଲା ଯେ ୨୦୨୦ରେ ହୋଇଥିବା ସିଏଏ ବିରୋଧୀ ଦଙ୍ଗା ପଛରେ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର କାମ କରୁଥିଲା ଓ ତାହା ପଛରେ ଉମର ଖଲିଦ ଥିଲେ ।