Advertisment

ଚାରି ଓଡ଼ିଆ ପୁଲିସ ଅଧିକାରୀଙ୍କୁ ସମ୍ମାନିତ କରିବ କେନ୍ଦ୍ର ଗୃହ ମନ୍ତ୍ରାଳୟ

ଭୁବନେଶ୍ୱର/ନୂଆଦିଲ୍ଲୀ: ୨୦୨୧ ବର୍ଷ ଲାଗି ୧୫୨ ଜଣ ପୁଲିସ କର୍ମଚାରୀଙ୍କୁ “ତଦନ୍ତ କ୍ଷେତ୍ରରେ ଉତ୍କର୍ଷତା ଲାଗି ଗୃହମନ୍ତ୍ରୀ ପୁରସ୍କାର” (Union Home Minister’s Medal for Excellence in Investigation) ପ୍ରଦାନ କରାଯାଇଛି। ପଦକ ବିଜେତାଙ୍କ ମଧ୍ୟରେ ରହିଛନ୍ତି ଚାରି ଓଡ଼ିଆ ପୁଲିସ। ସ୍ୱାଧୀନତା ଦିବସ ପୂର୍ବରୁ ଏନେଇ ଘୋଷଣା କରିଛି ଗୃହ ମନ୍ତ୍ରାଳୟ । ଏହି ଚାରି ଓଡ଼ିଆ ପୁଲିସ ହେଲେ ଇନ୍ସପେକ୍ଟର ଦେବେନ୍ଦ୍ର କୁମାର ମଲ୍ଲିକ, ଇନ୍ସପେକ୍ଟର ଦେବେନ୍ଦ୍ର କୁମାର ବିଶ୍ୱାଳ, ସବଇନ୍ସପେକ୍ଟର ତ୍ରୁପ୍ତି […]

ଅଦ୍ୟତନ ହୋଇଛି
ଚାରି ଓଡ଼ିଆ ପୁଲିସ ଅଧିକାରୀଙ୍କୁ ସମ୍ମାନିତ କରିବ କେନ୍ଦ୍ର ଗୃହ ମନ୍ତ୍ରାଳୟ

MOH

Advertisment

ଭୁବନେଶ୍ୱର/ନୂଆଦିଲ୍ଲୀ: ୨୦୨୧ ବର୍ଷ ଲାଗି ୧୫୨ ଜଣ ପୁଲିସ କର୍ମଚାରୀଙ୍କୁ “ତଦନ୍ତ କ୍ଷେତ୍ରରେ ଉତ୍କର୍ଷତା ଲାଗି ଗୃହମନ୍ତ୍ରୀ ପୁରସ୍କାର” (Union Home Minister’s Medal for Excellence in Investigation) ପ୍ରଦାନ କରାଯାଇଛି। ପଦକ ବିଜେତାଙ୍କ ମଧ୍ୟରେ ରହିଛନ୍ତି ଚାରି ଓଡ଼ିଆ ପୁଲିସ। ସ୍ୱାଧୀନତା ଦିବସ ପୂର୍ବରୁ ଏନେଇ ଘୋଷଣା କରିଛି ଗୃହ ମନ୍ତ୍ରାଳୟ ।

Advertisment

ଏହି ଚାରି ଓଡ଼ିଆ ପୁଲିସ ହେଲେ ଇନ୍ସପେକ୍ଟର ଦେବେନ୍ଦ୍ର କୁମାର ମଲ୍ଲିକ, ଇନ୍ସପେକ୍ଟର ଦେବେନ୍ଦ୍ର କୁମାର ବିଶ୍ୱାଳ, ସବଇନ୍ସପେକ୍ଟର ତ୍ରୁପ୍ତି ରଞ୍ଜନ ନାୟକ, ସବଇନ୍ସପେକ୍ଟର ଶ୍ରୀକାନ୍ତ ସାହୁ।

ଦେବେନ୍ଦ୍ର କୁମାର ମଲ୍ଲିକଙ୍କୁ ସାଲେପୁର ଜଗନ୍ନାଥପୁର ଗାଁର ନାବାଳିକା ଅପହରଣ, ଦୁଷ୍କର୍ମ ଓ ହତ୍ୟା ମାମଲାର ସଫଳ ତଦନ୍ତ ପାଇଁ , ଦେବେନ୍ଦ୍ର ବିଶ୍ୱାଳଙ୍କୁ ଅନ୍ଧାରୁଆ କଟା ମୁଣ୍ଡ ଘଟଣାର ସଠିକ୍‌ ତଦନ୍ତ ଲାଗି , ଶ୍ରୀକାନ୍ତ ସାହୁ କେନ୍ଦୁଝର ନାବାଳିକା ଦୁଷ୍କର୍ମ ମାମଲାରେ ଯଥା ଶୀଘ୍ର ଚାର୍ଜଶିଟ୍ ଦାଖଲ କରି ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରାଇ ପାରିଥିବା ଯୋଗୁଁ ଏହି ମେଡାଲ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ସୂଚନା ରହିଛି। ସେହିପରି କନ୍ଧମାଳ ଡବଲ ମର୍ଡର ଘଟଣାର ସଠିକ ତଦନ୍ତ ପାଇଁ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ମିଳିଥିଲା ଓ ସେଥିରେ ତୃପ୍ତି ରଞ୍ଜନ ନାୟକଙ୍କର ଉଲ୍ଲେଖନୀୟ ଅବଦାନ ରହିଥିଲା।

Advertisment

ଏହାଛଡ଼ା ପଦକ ବିଜେତାଙ୍କ ମଧ୍ୟରେ ସିବିଆଇର ୧୫ଜଣ ଅଧିକାରୀ, ମଧ୍ୟପ୍ରଦେଶ ଓ ମହରାଷ୍ଟ୍ରର ୧୧ ଜଣ ଲେଖାଏ, ଉତ୍ତର ପ୍ରଦେଶର ୧୦ ଜଣ, କେରଳ ଓ ରାଜସ୍ଥାନରୁ ୯ ଜଣ ଲେଖାଏଁ, ତାମିଲନାଡ଼ୁରୁ ୮ ଜଣ, ବିହାରରୁ ୭ ଜଣ, ଗୁଜରାଟ, କର୍ଣ୍ଣାଟକ ଓ ଦିଲ୍ଲୀରୁ ୬ ଜଣ ଲେଖାଏଁ ପୁଲିସ ଅଧିକାରୀ ସାମିଲ ରହିଛନ୍ତି। ଏମାନଙ୍କ ମଧ୍ୟରେ ୨୮ ଜଣ ମହିଳା ପୁଲିସ ଅଧିକାରୀ ମଧ୍ୟ ରହିଛନ୍ତି।

୨୦୧୮ରେ ଏହି ପଦକର ସ୍ଥାପନା କରାଯାଇଥିଲା। ଏହାର ଉଦ୍ଦେଶ୍ୟ ହେଉଛି ତଦନ୍ତରେ ଉଚ୍ଚ ପେସାଦାର ମାନକୁ ପ୍ରୋତ୍ସାହିତ କରିବା ଏବଂ ଉତ୍କୃଷ୍ଟ ତଦନ୍ତ କରୁଥିବା ଯାଞ୍ଚ ଅଧିକାରୀମାନଙ୍କ ଦକ୍ଷତାକୁ ପରିଚୟ ପ୍ରଦାନ କରିବା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe