Advertisment

ମମତାଙ୍କ ଭାଷାକୁ ଆପତ୍ତିଜନକ ଦର୍ଶାଇ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେଲେ ଧର୍ମେନ୍ଦ୍ର

ନନ୍ଦିଗ୍ରାମ: ଏପ୍ରିଲ ୧ରେ ପଶ୍ଚିମବଙ୍ଗର ନନ୍ଦିଗ୍ରାମ ବିଧାନସଭା ଆସନ ପାଇଁ ମତଦାନ ହେବ। ଦ୍ୱିତୀୟ ପର୍ଯ୍ୟାୟରେ ଯେଉଁ ୩୦ଟି ଆସନ ପାଇଁ ମତଦାନ ହେବ ସେଥିରେ ନନ୍ଦିଗ୍ରାମ ଆସନ ରହିଛି। ତେବେ ମତଦାନ ପୂର୍ବରୁ ବିଜେପିକୁ ବାହାର ଦଳ ଏବଂ ଗୁଣ୍ଡା ବୋଲି ମମତା ବାରମ୍ବାର କହୁଛନ୍ତି। ଆଉ ମମତାଙ୍କ ଏଭଳି ଭାଷାକୁ ବିଜେପି ଆରତ୍ତି ଜନକ କହିଛି। ଏଭଳି ଭାଷା ଗ୍ରହଣୀୟ ନୁହେଁ କହି ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। […]

ଅଦ୍ୟତନ ହୋଇଛି
ମମତାଙ୍କ ଭାଷାକୁ ଆପତ୍ତିଜନକ ଦର୍ଶାଇ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେଲେ ଧର୍ମେନ୍ଦ୍ର

dharmendra-pradhan

Advertisment

ନନ୍ଦିଗ୍ରାମ: ଏପ୍ରିଲ ୧ରେ ପଶ୍ଚିମବଙ୍ଗର ନନ୍ଦିଗ୍ରାମ ବିଧାନସଭା ଆସନ ପାଇଁ ମତଦାନ ହେବ। ଦ୍ୱିତୀୟ ପର୍ଯ୍ୟାୟରେ ଯେଉଁ ୩୦ଟି ଆସନ ପାଇଁ ମତଦାନ ହେବ ସେଥିରେ ନନ୍ଦିଗ୍ରାମ ଆସନ ରହିଛି। ତେବେ ମତଦାନ ପୂର୍ବରୁ ବିଜେପିକୁ ବାହାର ଦଳ ଏବଂ ଗୁଣ୍ଡା ବୋଲି ମମତା ବାରମ୍ବାର କହୁଛନ୍ତି। ଆଉ ମମତାଙ୍କ ଏଭଳି ଭାଷାକୁ ବିଜେପି ଆରତ୍ତି ଜନକ କହିଛି। ଏଭଳି ଭାଷା ଗ୍ରହଣୀୟ ନୁହେଁ କହି ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

Advertisment

ସେ କହିଛନ୍ତି ଯେ ଯେଉଁମାନେ ବାହାର ଲୋକ, ସେମାନଙ୍କୁ ଦଳ ନିର୍ବିଶେଷରେ ଜେଲରେ ପୁରାଯାଉ। ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ପରାଜୟ ଭୟରେ ଭୁଲ ଭାଷା ପ୍ରୟୋଗ କରୁଛନ୍ତି। ଆଉ ଭୟଭିତ କରାଉଛନ୍ତି। ଯାହାକି ତାଙ୍କୁ ଚିନ୍ତାରେ ପକାଇଛି। ମମତାଙ୍କ ମନ୍ତବ୍ୟ ସାମାଜିକ ଉତ୍ତେଜନା ସୃଷ୍ଟି କରୁଛି। ମାଡ଼ ମାରିବା ଭଳି ଭାଷାର ବ୍ୟବହାର ସେ କରୁଛନ୍ତି। ମୁଖ୍ୟମନ୍ତ୍ରୀ ପଦବୀରେ ବସିଥିବା ବ୍ୟକ୍ତି ଏଭଳି ବିବୃତ୍ତିରୁ ନିବୃତ ହେବା ଦରକାର ବୋଲି ଧର୍ମେନ୍ଦ୍ର କହିଛନ୍ତି। ତାଙ୍କ ଭାଷା ଉପରେ ନିର୍ବାଚନ ଆୟୋଗ ରୋକ ଲଗାଇବା ଦରକାର ବୋଲି ସେ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବିଜେପି ନେତା ଶିଶିର ବାଜେରିଆ ଏବଂ ଅନ୍ୟାନ୍ୟ ବିଜେପି ନେତା ସାମିଲ ହୋଇ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହୋଇଥିଲେ। ବିଜେପିର ଏହି ଟିମ୍ ନିର୍ବାଚନ କମିଶନଙ୍କ ନିକଟରେ ଏକ ସ୍ମାରକପତ୍ର ଦାଖଲ କରି କହିଛନ୍ତି, ନନ୍ଦିଗ୍ରାମରେ ବୁଲା ବିକାଳୀଙ୍କ ପ୍ରବେଶ ଉପରେ ରୋକ୍ ଲଗାଯାଉ, ନନ୍ଦିଗ୍ରାମର ବିଭିନ୍ନ ଅଞ୍ଚଳରେ ଧାରା ୧୪୪ ଲାଗୁ କରାଯାଉ ଏବଂ କିଛି ଅଧିକାରୀଙ୍କୁ ବଦଳି କରାଯାଉ।

Advertisment

ପ୍ରଥମ ପର୍ଯ୍ୟାୟ ମତଦାନ ସୁରୁଖୁରରେ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ଭଲ ହେବା ଉଚିତ୍। ଏଥିପାଇଁ ନିର୍ବାଚନ କମିଶନ ଆବଶ୍ୟକ ପଦକ୍ଷେପ ନେବା ଦରକାର। ନହେଲେ ମତଦାନ ବେଳେ ହିଂସା ସମ୍ଭାବନାକୁ ଏଡାଇ ହେବନି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

Dharmendra Pradhan West Bengal Assembly Election West Bengal Election 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe