Advertisment

ସିଜେଆଇଙ୍କ ମନ୍ତବ୍ୟ ପରେ ବିରୋଧୀଙ୍କୁ ଟାର୍ଗେଟ୍ କଲେ କେନ୍ଦ୍ର ଆଇନ୍ ମନ୍ତ୍ରୀ

ନୂଆଦିଲ୍ଲୀ: ସଂସଦରେ ଠିକ୍ ଭାବରେ ବିତର୍କ ହୋଇପାରୁନି। ବିନା ବିତର୍କରେ ଗୃହରେ ଆଇନ ପ୍ରଣୟନ ହେଉଛି। ପ୍ରଧାନ ବିଚାପତି ଏନ୍.ଭି ରମନ୍ନା ଆଜି ଏହା କହିଥିଲେ। ପ୍ରଧାନ ବିଚାରପତିଙ୍କ ଏପରି ମନ୍ତବ୍ୟ ପରେ ବିରୋଧୀ ସରକାରକୁ ସମାଲୋଚନା କରିଥିଲେ। ଆଉ ଏହାର ଜବାବ ଦେଇ ବିରୋଧୀଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜଜୁ। କେନ୍ଦ୍ର ଆଇନ୍ ମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି, ସଂସଦରେ ଗୁଣାତ୍ମକ ବିତର୍କର ଅଭାବ ରହିଛି ବୋଲି ମାନ୍ୟବର ପ୍ରଧାନ ବିଚାରପତି […]

author-image
Subhransu Sekhar
ଅଦ୍ୟତନ ହୋଇଛି
ସିଜେଆଇଙ୍କ ମନ୍ତବ୍ୟ ପରେ ବିରୋଧୀଙ୍କୁ ଟାର୍ଗେଟ୍ କଲେ କେନ୍ଦ୍ର ଆଇନ୍ ମନ୍ତ୍ରୀ

kiran-rijju

ନୂଆଦିଲ୍ଲୀ: ସଂସଦରେ ଠିକ୍ ଭାବରେ ବିତର୍କ ହୋଇପାରୁନି। ବିନା ବିତର୍କରେ ଗୃହରେ ଆଇନ ପ୍ରଣୟନ ହେଉଛି। ପ୍ରଧାନ ବିଚାପତି ଏନ୍.ଭି ରମନ୍ନା ଆଜି ଏହା କହିଥିଲେ। ପ୍ରଧାନ ବିଚାରପତିଙ୍କ ଏପରି ମନ୍ତବ୍ୟ ପରେ ବିରୋଧୀ ସରକାରକୁ ସମାଲୋଚନା କରିଥିଲେ। ଆଉ ଏହାର ଜବାବ ଦେଇ ବିରୋଧୀଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜଜୁ।

Advertisment

କେନ୍ଦ୍ର ଆଇନ୍ ମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି, ସଂସଦରେ ଗୁଣାତ୍ମକ ବିତର୍କର ଅଭାବ ରହିଛି ବୋଲି ମାନ୍ୟବର ପ୍ରଧାନ ବିଚାରପତି ଏନ.ଭି. ରମନ୍ନା କହିଛନ୍ତି। ଏହାକୁ ନେଇ ସେ ଗଭୀର ଚିନ୍ତିତ ବୋଲି କହିଛନ୍ତି। ଏହାର ଅର୍ଥ ମୁଁ ବୁଝିପାରୁଛି। ମୁଁ ଯେତେବେଳେ ସଂସଦରେ ପ୍ରଥମେ ପ୍ରବେଶ କରିଥିଲି ସେତେବେଳେ ଅନେକ କଥା ବରିଷ୍ଠ ସାଂସଦଙ୍କ ପାଖରୁ ଶିଖିଥିଲି। ହେଲେ ଏବେର ଯୁବ ସାଂସଦଙ୍କୁ ବିତର୍କରେ ଭାଗ ନେବାକୁ ରୋକି ଦିଆଯାଉଛି।

କଂଗ୍ରେସ ଏବଂ ଏହାର ବରିଷ୍ଠ ନେତାଙ୍କୁ କଡ଼ା ଜବାବ ଦେବାକୁ ଯାଇ ଆଇନ ମନ୍ତ୍ରୀ କହିଛନ୍ତି ଯେ ମୌସୁମୀ ଅଧିବେଶନରେ ଯେଉଁ ସ୍ଥିତି ଉପୁଜିଲା ଏହାର ମାନସିକତା କଣ ବୁଝିହେଉଛି। କିଛି ଲୋକ ଭାବନ୍ତି ଦେଶକୁ ଶାସନ କରିବା ପାଇଁ ସେମାନଙ୍କର ଏବଂ ରାଜବଂଶର ଅଧିକାର ଅଛି। କିନ୍ତୁ ଭାରତର ଲୋକମାନେ ଜ୍ଞାନୀ। ବର୍ତ୍ତମାନ ସେହି ଲୋକମାନଙ୍କୁ ଭାରତର ସେବା କରିବାକୁ ଅନୁମତି ଦିଆଯିବ ଯେଉଁମାନଙ୍କର ଜୀବନର ଉଦ୍ଦେଶ୍ୟ ହେଉଛି ଦେଶ ତଥା ମାନବଜାତିର ସେବା ବୋଲି କିରଣ  କହିଛନ୍ତି।

Advertisment

ସବୁଠୁ ବଡ଼ କଥା ହେଲା ଯେଉଁ ବିରୋଧୀ ସଂସଦକୁ ଅଚଳ କଲେ ସେହି ସାଂସଦ ମାନେ ଏବେ ପ୍ରଧାନ ବିଚାରପତିଙ୍କ ମନ୍ତବ୍ୟ ପରେ ଖୁସିବ୍ୟକ୍ତ କରୁଛନ୍ତି। ବିରୋଧୀ ସାଂସଦ ସଂସଦରେ ଅଶୋଭନୀୟ ଭାଷା ବ୍ୟବହାର କରିବା ସହିତ ସୁରକ୍ଷା କର୍ମୀଙ୍କ ସହିତ ଧସ୍ତାଧସ୍ତି କରିଛନ୍ତି। ଯାହାକି ଗଣତନ୍ତ୍ରର ମନ୍ଦିରର ଗାରିମାକୁ ନଷ୍ଟ କରିଛି ବୋଲି ଆଇନ୍ ମନ୍ତ୍ରୀ କହିଛନ୍ତି।

https://twitter.com/KirenRijiju/status/1426858340076773381?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1426858340076773381%7Ctwgr%5E%7Ctwcon%5Es1_c10&ref_url=https%3A%2F%2Fwww.timesnownews.com%2Findia%2Farticle%2Fi-can-understand-union-minister-kiren-rijiju-slams-opposition-over-cjis-comments-on-parliament%2F799430

ଆଜି ସୁପ୍ରିମକୋର୍ଟ ବାର ଆସୋସିଏସନରେ ସ୍ୱାଧୀନତା ଦିବସ ପାଳନ ହୋଇଥିଲା। ଏହି ଅବସରରେ ପ୍ରଧାନ ବିଚାପତି ଜଷ୍ଟିସ୍ ରମନ୍ନା ଯୋଗ ଦେଇ ଦେଶରେ ସଂସଦରେ ଚାଲିଥିବା ବିଭିନ୍ନ ଘଟଣା ବାବଦରେ କହିଥିଲେ। କିନ୍ତୁ ତାଙ୍କର କାର୍ଯ୍ୟାପାଳିକା ବାବଦରେ ମୁଣ୍ଡ ପୁରାଇବାର ଇଚ୍ଛା ନାହିଁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ମୈସୁମୀ ଅଧିବେଶନରେ ପେଗାସସ ପ୍ରସଙ୍ଗ ପାଖରୁ ଆରମ୍ଭ କରି କୃଷି ଆଇନ, ଦର ବୃଦ୍ଧି ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ ଘେରିଥିଲେ। ଶାସକ ଏବଂ ବିରୋଧୀଙ୍କ ମଧ୍ୟରେ ଚାଲିଥିବା ମତଭେଦ ପାଇଁ ସଂସଦରେ ବିତର୍କ ହୋଇପାରିନଥିଲା। ଏହି ସମୟରେ ସରକାର ଅନେକ ବିଲ୍ ବିନା ବିତର୍କରେ ପାରିତ କରାଇଛନ୍ତି।