Advertisment

ଖରା ବେଳେ ଗିରଫ ହୋଇଥିଲେ ରାତିରେ କେନ୍ଦ୍ରମନ୍ତ୍ରୀଙ୍କୁ ମିଳିଲା ଜାମିନ

ମୁମ୍ବାଇ: ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚାପୁଡ଼ା ମାରିବା କଥା କହି ଗିରଫ ହୋଇଥିବା କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ଶେଷରେ ଜାମିନ ମିଳିଛି। ଠାକରେଙ୍କୁ ଚାପୁଡ଼ା ମାରିବା ବୟାନ ପାଇଁ ଆଜି ଖରା ବେଳେ ତାଙ୍କୁ ରତ୍ନଗିରି ପୁଲିସ୍‌ ଗିରଫ କରିଥିଲା। ହେଲେ ରାତିରେ ତାଙ୍କୁ ଜାମିନ ମିଳି ଯାଇଛି। ରତ୍ନଗିରି ପୁଲିସ୍‌ ତାଙ୍କୁ ଗିରଫ କରିବା ପରେ ରାଇଗଡ଼ ପୁଲିସ ହେପାଜତରେ ଛାଡ଼ିଥିଲା।  ରାଇଗଡ଼ ପୁଲିସ୍‌ ତାଙ୍କୁ ସନ୍ଧ୍ୟାରେ ମାହାଦ ଏମଆଇଡିସି ଥାନକୁ ଆଣିଥିଲା। ଏଠାରେ ଡାକ୍ତରଙ୍କ […]

author-image
Hemant Lenka
ଅଦ୍ୟତନ ହୋଇଛି
ଖରା ବେଳେ ଗିରଫ ହୋଇଥିଲେ ରାତିରେ କେନ୍ଦ୍ରମନ୍ତ୍ରୀଙ୍କୁ ମିଳିଲା ଜାମିନ

Rane

ମୁମ୍ବାଇ: ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚାପୁଡ଼ା ମାରିବା କଥା କହି ଗିରଫ ହୋଇଥିବା କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ଶେଷରେ ଜାମିନ ମିଳିଛି। ଠାକରେଙ୍କୁ ଚାପୁଡ଼ା ମାରିବା ବୟାନ ପାଇଁ ଆଜି ଖରା ବେଳେ ତାଙ୍କୁ ରତ୍ନଗିରି ପୁଲିସ୍‌ ଗିରଫ କରିଥିଲା। ହେଲେ ରାତିରେ ତାଙ୍କୁ ଜାମିନ ମିଳି ଯାଇଛି।

Advertisment

ରତ୍ନଗିରି ପୁଲିସ୍‌ ତାଙ୍କୁ ଗିରଫ କରିବା ପରେ ରାଇଗଡ଼ ପୁଲିସ ହେପାଜତରେ ଛାଡ଼ିଥିଲା।  ରାଇଗଡ଼ ପୁଲିସ୍‌ ତାଙ୍କୁ ସନ୍ଧ୍ୟାରେ ମାହାଦ ଏମଆଇଡିସି ଥାନକୁ ଆଣିଥିଲା। ଏଠାରେ ଡାକ୍ତରଙ୍କ ଦ୍ୱାରା ଚେକଅପ୍ ଶେଷ ହେବା ପରେ ଶ୍ରୀ ରାଣେଙ୍କୁ ରାତି ପ୍ରାୟ ୧୦ଟା ବେଳେ ମାହାଦରେ ଥିବା ବାବାସାହେବ ଶୈଖ ପାଟିଲର ମାଜିଷ୍ଟ୍ରେଟ କୋର୍ଟଙ୍କ ଆଗରେ ହାଜର କରାଯାଇଥିଲା। ପ୍ରଥମେ ତାଙ୍କୁ ଭିଡିଓ କନଫରେନ୍ସିଂରେ ହାଜର କରାଇବାକୁ ଯୋଜନା ହୋଇଥିଲା। କିନ୍ତୁ ଶେଷରେ ରାଣେଙ୍କୁ ବ୍ୟକ୍ତିଗତ ଭାବେ ହାଜର କରାଯାଇଥିଲା।

ରାଣେଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଉଜ୍ଜଲ ନିକମ ଓ ଭାହୁ ସାଲୁଙ୍କେ ଯୁକ୍ତି ଉପସ୍ଥାପନ କରିଥିଲେ। ଶୁଣାଣି ବେଳେ ପୁଲିସ୍ ତାଙ୍କ ଜାମିନ ଆବେଦନକୁ ବିରୋଧ କରିଥିଲା। ଏପରି କି ୭ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା।  ତେବେ କୋର୍ଟ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଶ୍ରୀ ରାଣେଙ୍କୁ ଜାମିନ ପ୍ରଦାନ କରିଛନ୍ତି।

Advertisment

ରାଣେଙ୍କୁ ଜାମିନ ମିଳିଥିଲେ ହେଁ ବିଜେପିର ମହାରାଷ୍ଟ୍ର ସାଂସଦମାନେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଭେଟିବେ। ନାରାୟଣ ରାଣେଙ୍କ ଗିରଫଦାରୀ ବେଳେ କେନ୍ଦ୍ରମନ୍ତ୍ରୀ ଏବଂ ରାଜ୍ୟସଭା ସାଂସଦ ଭାବେ ତାଙ୍କ ଅଧିକାରୀକୁ ଉଲ୍ଲଙ୍ଘନ କରାଯାଇଥିବା ଗୋଟିଏ ସ୍ମାରକପତ୍ର ସେମାନେ ବାଚସ୍ପତିଙ୍କୁ ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି।

ନାରାୟଣ ରାଣେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚାପୁଡ଼ା ମାରିବା ପାଇଁ କହିବା ପରେ ତାଙ୍କ ନାଁରେ ବିଭିନ୍ନ ସ୍ଥାନରେ ୩୬ଟି ଏଫଆଇଆର ରୁଜୁ ହୋଇଥିଲା। ନାଶିକ ଠାରୁ ମୁମ୍ବାଇ ଯାଏ ସବୁଆଡ଼େ ଏହାକୁ ଉତ୍ତେଜନା ପ୍ରକାଶ ପାଇଥିଲା। ଏପରି କି ଆଜି ନାରାୟଣ ରାଣେଙ୍କ ମୁମ୍ବାଇ ବାସଭବନ ନିକଟରେ ବିଜେପି ଓ ଶିବସେନା କର୍ମୀଙ୍କ ମଧ୍ୟରେ ପ୍ରବଳ ମାରପିଟ୍‌ ହୋଇଥିଲା।  ପୁଲିସ ମଧ୍ୟ ଉଭୟ ଗୋଷ୍ଠୀଙ୍କ ଉପରେ ଲାଠିଚାର୍ଜ କରିଥିଲା। ଏସବୁ ଭିତରେ ଆଜି ଅପରାହ୍ନରେ ରତ୍ନଗିରି ପୁଲିସ୍‌ ନାରାୟଣ ରାଣେଙ୍କୁ ଗିରଫ କରିଥିଲା

ଆଜି ନାରାୟଣ ରାଣେ ରତ୍ନଗିରିର ସଙ୍ଗମେଶ୍ୱର ଠାରେ ବିଜେପିର ଜନ ଆଶୀର୍ବାଦ ଯାତ୍ରାକୁ ଯାଉଥିଲେ। ଏହି ସମୟରେ ଗୋଟିଏ ପୁଲିସ୍‌ ଟିମ୍‌ ତାଙ୍କ ପାଖରେ ପହଞ୍ଚି କଥାବାର୍ତ୍ତା କରିଥିଲା। ଏହାପରେ ତାଙ୍କୁ ସ୍ଥାନୀୟ ଥାନାକୁ ଅଣାଯାଇଥିଲେ। ସେଠାରେ ବିଧିବଦ୍ଧ ଭାବେ ଗିରଫ କରାଯାଇଥିବା ଘୋଷଣା କରାଯାଇଥିଲା। ନାରାୟଣ ରାଣେ ଜନ ଆଶୀର୍ବାଦ ଯାତ୍ରା ସମୟରେ ଖାଇବାକୁ ବସିଥିଲେ। ଅଧା ଖାଇବାରୁ ପୁଲିସ୍ ତାଙ୍କୁ ଉଠାଇ ଆଣିଥିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା।

ଅନ୍ୟପକ୍ଷରେ ନାରାୟଣ ରାଣେଙ୍କ ଗିରଫଦାରୀକୁ ନେଇ ବିଜେପି ନେତାମାନେ ମହାରାଷ୍ଟ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ସମଗ୍ର ମହାରାଷ୍ଟ୍ରରେ ଗିରଫଦାରୀକୁ ନେଇ ବିଜେପି କର୍ମୀମାନେ ବିକ୍ଷୋଭ ମଧ୍ୟ ପ୍ରଦର୍ଶନ କରିଥିଲେ।

Maharashtra Govt Maharashtra Narayan Rane Arrested