Advertisment

'ବିବାହର ପ୍ରତିଶ୍ରୁତି ନମିଳିଲେ ଝିଅମାନେ ଶାରୀରିକ ସମ୍ପର୍କ ରଖନ୍ତି ନାହିଁ'

ଭୋପାଳ: ଦେଶରେ ପୁଅଙ୍କ ପାଖରୁ ବିବାହ ନେଇ ସେଭଳି ନିର୍ଭର ପ୍ରତିଶ୍ରୁତି ନମିଳିଲେ ଝିଅମାନେ ଶାରୀରିକ ସମ୍ପର୍କ ରଖନ୍ତି ନାହିଁ। ଯେଉଁ ଅବିବାହିତ ଝିଅ ଏବଂ ପୁଅ ଶାରୀରିକ ସମ୍ପର୍କ ରଖୁଛନ୍ତି ସେମାନେ ମାନସିକ ଭାବରେ ଏ ଦିଗରେ ପ୍ରସ୍ତୁତ ରହିବା ଦରକାର। ଯଦି ଭବିଷ୍ୟତରେ ଏପରି କୌଣସି ସମସ୍ୟା ଆସେ। ପୁଅ ମାନେ ଜାଣିରଖିବା ଉଚିତ ଯେ ଯଦି ସେମାନେ କୌଣସି ଝିଅ ସହିତ ଶାରୀରିକ ସମ୍ପର୍କ ରଖୁଛନ୍ତି ତାହାଲେ ଆଗାମୀ ଦିନରେ ସମସ୍ୟାରେ ପଡ଼ିପାରନ୍ତି। […]

ଅଦ୍ୟତନ ହୋଇଛି
୬ ବର୍ଷରେ ରୁଜୁ ହୋଇଛି ୩୨୪ଟି ଦେଶଦ୍ରୋହ ମାମଲା

judge

Advertisment

ଭୋପାଳ: ଦେଶରେ ପୁଅଙ୍କ ପାଖରୁ ବିବାହ ନେଇ ସେଭଳି ନିର୍ଭର ପ୍ରତିଶ୍ରୁତି ନମିଳିଲେ ଝିଅମାନେ ଶାରୀରିକ ସମ୍ପର୍କ ରଖନ୍ତି ନାହିଁ। ଯେଉଁ ଅବିବାହିତ ଝିଅ ଏବଂ ପୁଅ ଶାରୀରିକ ସମ୍ପର୍କ ରଖୁଛନ୍ତି ସେମାନେ ମାନସିକ ଭାବରେ ଏ ଦିଗରେ ପ୍ରସ୍ତୁତ ରହିବା ଦରକାର। ଯଦି ଭବିଷ୍ୟତରେ ଏପରି କୌଣସି ସମସ୍ୟା ଆସେ। ପୁଅ ମାନେ ଜାଣିରଖିବା ଉଚିତ ଯେ ଯଦି ସେମାନେ କୌଣସି ଝିଅ ସହିତ ଶାରୀରିକ ସମ୍ପର୍କ ରଖୁଛନ୍ତି ତାହାଲେ ଆଗାମୀ ଦିନରେ ସମସ୍ୟାରେ ପଡ଼ିପାରନ୍ତି। ମଧ୍ୟପ୍ରଦେଶ ହାଇକୋର୍ଟର ଇନ୍ଦୋର ବେଞ୍ଚ ଗୋଟିଏ ମାମଲାରେ ଶୁଣାଣି କରି ଅବିବାହିତ ପୁଅ ଝିଅଙ୍କ ପାଇଁ ଏପରି କହିଛନ୍ତି। ଜଷ୍ଟିସ ସୁବୋଧ ଅଭୟଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି ଶୁଣାଣି କରିଛନ୍ତି।

Advertisment

ଖଣ୍ଡପୀଠ କହିଛନ୍ତି, ଭାରତରେ ଏବେ ବି ସଙ୍କୀର୍ଣ୍ଣ ମାନସିକତା ରହିଛି। ଏଠିକାର ଲୋକଙ୍କର ବଞ୍ଚିବାର ଶୈଳୀ ସେଭଳି ହୋଇନି ଯେମିତି ପାଶ୍ଚାତ୍ୟ ଦେଶର ଲୋକଙ୍କର ରହିଛି। ଏହି ଦେଶ ଗୁଡ଼ିକରେ ସାଧାରଣତଃ ଅବିବାହିତ ଝିଅ ମାନେ ମଜା ମସ୍ତି କରିବାକୁ ଯାଇ ଶାରୀରିକ ସମ୍ପର୍କ ରଖନ୍ତି। ଏପରି ଶାରୀରିକ ସମ୍ପର୍କକୁ ସେମାନେ ସେତେଟା ଗୁରୁତ୍ୱ ରଖନ୍ତି ନାହିଁ ଯେପରି ଆମ ସମାଜ ନିଏ। ତେଣୁ ଆମ ଦେଶରେ ସାଧାରଣତଃ ଯେତେବେଳେ ଅବିବାହିତ ଝିଅଟିଏ ଶାରୀରିକ ସମ୍ପର୍କ ରଖେ ସେତେବେଳେ ବିବାହର ପ୍ରତିଶ୍ରୁତି ସାଧାରଣତଃ ପାଇଥାନ୍ତି। ହେଲେ କେତେ ଦୂର ନିର୍ଭରଯୋଗ୍ୟ ତାହା ବିଚାର କରିବା ଦରକାର।

ମଧ୍ୟପ୍ରଦେଶର ଜଣେ ମୁସଲମାନ ପୁଅ ବିବାହର ପ୍ରତିଶ୍ରୁତି ଦେଇ ଝିଅ ସହିତ ଶାରୀରିକ ସମ୍ପର୍କ ରଖିଛି। କିନ୍ତୁ ବିବାହ ନକରିବା ପରେ ଝିଅର ପରିବାର ଲୋକେ ପୁଅ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ଏହାପରେ ସେହି ପୁଅଟି ଗିରଫ ହୋଇ ଜେଲରେ ରହିଛି। ପୁଅଟି କୋର୍ଟରେ ଜାମିନ ପାଇଁ ଆବେଦନ କରିଛି। ଏହି ସମୟରେ ଶୁଣାଣି କରି ଖଣ୍ଡପୀଠ ଉପରୋକ୍ତ କଥା କହିଛନ୍ତି।

Advertisment

ପୁଅର ଓକିଲ କହିଥିଲେ ଝିଅ ସହିତ କୌଣସି ପ୍ରକାର ଦୁଷ୍କର୍ମ ହୋଇନି। ଯାହା ହୋଇଛି ଉଭୟଙ୍କ ସହମତିରେ ହୋଇଛି। ଝିଅଟି ନାବାଳିକା ନୁହେଁ ବରଂ ପ୍ରାପ୍ତ ବୟସ୍କ। ଏହାପରେ ପୁଅର ଓକିଲ କହିଥିଲେ ବିବାହ ପାଇଁ ପୁଅ ଜଣଙ୍କ ରାଜି ଥିଲେ। ହେଲେ ଝିଅ ହିନ୍ଦୁ ହୋଇଥିବାରୁ ତାଙ୍କର ପରିବାର ଲୋକେ ବିରୋଧ କରିଥିଲେ। ତେବେ ପରବର୍ତ୍ତୀ ସମୟରେ ଜଣାପଡ଼ଛି ଯେ ପୁଅଟି ୨୦୧୮ରୁ ଝିଅ ସହିତ ଶାରୀରିକ ସମ୍ପର୍କ ରଖିଥିଲା। ସେ ଅବିବାହିତ ବୋଲି କହିଥିଲା। କିନ୍ତୁ ସେ ବିବାହିତ ବୋଲି ଜଣାପଡ଼ିଛି। କୋର୍ଟ କିନ୍ତୁ ଉଭୟ ପକ୍ଷକୁ ଶୁଣିବା ପରେ ପୁଅର ଜାମିନକୁ ଖାରଜ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe