Advertisment

ଜିତିଲେ 'ବୁଲଡୋଜର ବାବା'

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଗୋରଖପୁରରେ ବୁଲିଲା ବୁଲଡୋଜର। ଜିତିଲେ ‘ବୁଲଡୋଜର ବାବା’ ଓରଫ ଯୋଗୀ ଆଦିତ୍ୟନାଥ। ବଡ ମାର୍ଜିନ୍‌ରେ ବିପୁଳ ବିଜୟ ହାସଲ କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ। ଗୋରଖପୁର ସହର ସିଟ୍‌ର ୧ଲକ୍ଷ ୨ ଜହାର ଭୋଟରେ ବିଜୟ ହାସଲ କରିଛନ୍ତି ଯୋଗୀ। ଉତ୍ତରପ୍ରଦେଶରେ ୧ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ବିଜେପି ଦ୍ୱିତୀୟ ବିଜୟ ହାସଲ କରିଛି। ଏହାପୂର୍ବରୁ ଗୌତମବୁଦ୍ଧ ନଗର ଜିଲ୍ଲର ନଏଡା ବିଧାନସଭା ଆସନରୁ ବିଜେପି ବିଧାୟକ ପଙ୍କଜ ସିଂହ ୧ ଲକ୍ଷ ୭୯ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଜିତିଲେ 'ବୁଲଡୋଜର ବାବା'

Yogi adityanath

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଗୋରଖପୁରରେ ବୁଲିଲା ବୁଲଡୋଜର। ଜିତିଲେ 'ବୁଲଡୋଜର ବାବା' ଓରଫ ଯୋଗୀ ଆଦିତ୍ୟନାଥ। ବଡ ମାର୍ଜିନ୍‌ରେ ବିପୁଳ ବିଜୟ ହାସଲ କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ। ଗୋରଖପୁର ସହର ସିଟ୍‌ର ୧ଲକ୍ଷ ୨ ଜହାର ଭୋଟରେ ବିଜୟ ହାସଲ କରିଛନ୍ତି ଯୋଗୀ।

Advertisment

ଉତ୍ତରପ୍ରଦେଶରେ ୧ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ବିଜେପି ଦ୍ୱିତୀୟ ବିଜୟ ହାସଲ କରିଛି। ଏହାପୂର୍ବରୁ ଗୌତମବୁଦ୍ଧ ନଗର ଜିଲ୍ଲର ନଏଡା ବିଧାନସଭା ଆସନରୁ ବିଜେପି ବିଧାୟକ ପଙ୍କଜ ସିଂହ ୧ ଲକ୍ଷ ୭୯ ଜହାର ଭୋଟରେ ଜିତିଥିଲେ।

ଯୋଗୀ ଆଦିତ୍ୟନାଥ ପ୍ରଥମ ଥର ପାଇଁ ଚଳିତ ବିଧାନସଭା ନିର୍ବାଚନ ଲଢ଼ିଛନ୍ତି। ପ୍ରଥମ ଥରରେ ହିଁ ସେ ହାସଲ କରିଛନ୍ତି ବିପୁଳ ବିଜୟ। ସେ ସମାଜବାଦୀ ପାର୍ଟିର ସୁଭବତୀ ଉପେନ୍ଦ୍ର ଦତ୍ତ ଶୁକ୍ଲାଙ୍କୁ ହରାଇଛନ୍ତି। ବିଜୟ ହାସଲ ପରେ ଯୋଗୀ ଆଜି ଦିଲ୍ଲୀ ଯିବେ। ସେଠାରେ ସସଂଦୀୟ ବୋର୍ଡ ବୈଠକରେ ସାମିଲ ହେବେ।

Advertisment

ଉତ୍ତରପ୍ରଦେଶରେ ନିର୍ବାଚନ ଫଳ ସାମ୍ନାକୁ ଆସିବା ପରେ ବିଜେପି ନେତା ସ୍ମୃତି ଇରାନୀ ଖୁସି ଜାହିର କରିଛନ୍ତି। ସେପଟେ ମୁଲାୟମ ସିଂହ ଯାଦବଙ୍କ ବୋହୂ ଅପର୍ଣ୍ଣା ଯାଦବ ନିର୍ବାଚନ ଫଳଫଳକୁ ନେଇ କହିଛନ୍ତି, ଯୋଗୀ ଓ ମୋଦିଙ୍କ ବିଶ୍ୱା ଓ ତାଙ୍କ କାମ ଜିତିଛି। ସମାଜବାଦୀ ପାର୍ଟି ଇଭିଏମ୍‌କୁ ନେଇ ପ୍ରଶ୍ନ ଉଠାଇବା ଭୁଲ୍‌ ବୋଲି ସେ କହିଛନ୍ତି।

ଉତ୍ତରପ୍ରଦେଶରେ ପୁଣି ଥରେ ବିଜେପି ସରକାର ଗଠନ କରିବାକୁ ଯାଉଛି। ୪୦୩ ଆସନରୁ ବିଜେପି ୨୬୩ ସିଟ୍‌ରେ ଆଗୁଆ ରହିଛି। ସେପଟେ ସମାଜବାଦୀ ପାର୍ଟି ୧୩୧ ଆସନ, କଂଗ୍ରେସ ୨, ବଏସ୍‌ପି ୧ ଓ ଅନ୍ୟାନ୍ୟ ୨ଟି ସିଟ୍‌ରେ ଆଗୁଆ ଅଛି। ଦୀର୍ଘ ୩୬ ବର୍ଷ ପରେ ଉତ୍ତରପ୍ରଦେଶରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।

Assembly Election 2022