Advertisment

ଆଜି ଯୋଗୀଙ୍କ ଶପଥ ଗ୍ରହଣ; ବିବେକ ଅଗ୍ନିହୋତ୍ରୀଙ୍କୁ ବି ମିଳିଛି ନିମନ୍ତ୍ରଣ

ଲକ୍ଷ୍ନୌ: ଆଜି ହେବ ରାଜଭିଷେକ । ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଯୋଗୀ ଆଦିତ୍ୟନାଥ । ୩୫ ବର୍ଷ ପରେ କୌଣସି ପାର୍ଟିକୁ ଲଗାତର ଦ୍ୱିତୀୟ ଥର ପାଇଁ ବହୁମତ ମିଳିଥିବାରୁ ଉତ୍ତରପ୍ରଦେଶର ବିଜେପି କର୍ମୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ପରିଲକ୍ଷିତ ହୋଇଛି। ଯୋଗୀଙ୍କ ଶପଥ ଗ୍ରହଣ ଉତ୍ସବ ଆଜି ଅଟଳ ବିହାରୀ ବାଜପେୟୀ ଇକାନା ଷ୍ଟାଡିୟମରେ ଅପରାହ୍ନ ୪ଟାରେ ବେଶ୍‌ ଆଡମ୍ବରପୂର୍ଣ୍ଣ ସହକାରେ ହେବ । ଏହି ସମାରୋହରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀଙ୍କ […]

author-image
Niharika Rout
ଅଦ୍ୟତନ ହୋଇଛି
ଆଜି ଯୋଗୀଙ୍କ ଶପଥ ଗ୍ରହଣ; ବିବେକ ଅଗ୍ନିହୋତ୍ରୀଙ୍କୁ ବି ମିଳିଛି ନିମନ୍ତ୍ରଣ

jogi & vivek agnihotri

ଲକ୍ଷ୍ନୌ: ଆଜି ହେବ ରାଜଭିଷେକ । ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଯୋଗୀ ଆଦିତ୍ୟନାଥ । ୩୫ ବର୍ଷ ପରେ କୌଣସି ପାର୍ଟିକୁ ଲଗାତର ଦ୍ୱିତୀୟ ଥର ପାଇଁ ବହୁମତ ମିଳିଥିବାରୁ ଉତ୍ତରପ୍ରଦେଶର ବିଜେପି କର୍ମୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ପରିଲକ୍ଷିତ ହୋଇଛି। ଯୋଗୀଙ୍କ ଶପଥ ଗ୍ରହଣ ଉତ୍ସବ ଆଜି ଅଟଳ ବିହାରୀ ବାଜପେୟୀ ଇକାନା ଷ୍ଟାଡିୟମରେ ଅପରାହ୍ନ ୪ଟାରେ ବେଶ୍‌ ଆଡମ୍ବରପୂର୍ଣ୍ଣ ସହକାରେ ହେବ ।

Advertisment

ଏହି ସମାରୋହରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀଙ୍କ ସମେତ ବଡ଼ ବଡ଼ ରାଜନେତା ଓ ସାଧୁସନ୍ଥଙ୍କୁ ନିମନ୍ତ୍ରଣ ଦିଆଯାଇଛି। ଏବେ ଚର୍ଚ୍ଚାରେ ଥିବା ଫିଲ୍ମ ‘ଦି କଶ୍ମୀର ଫାଇଲ୍ସ’ର ଡାଇରେକ୍ଟର ବିବେକ ଅଗ୍ନିହୋତ୍ରୀ ଓ ଅନୁପମ ଖେରଙ୍କୁ ବି ଏହି ଶପଥ ଗ୍ରହଣ ଉତ୍ସବରେ ଅତିଥି ହେବାକୁ ନିମନ୍ତ୍ରଣ ମିଳିଛି। ନିଜେ ଯୋଗୀ ଫୋନ୍‌ କରି ଅତିଥିମାନଙ୍କୁ ନିମନ୍ତ୍ରଣ କରିଛନ୍ତି।

ଆଜି ଅପରାହ୍ନରେ ଆୟୋଜିତ ହେବାକୁ ଥିବା ଏହି ଭବ୍ୟ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହ, ରାଜନାଥ ସିଂ, ବହୁ କେନ୍ଦ୍ର ମନ୍ତ୍ରୀ  ଓ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ  ସାମିଲ ହେବେ। ଏହି ସମାରୋହରେ ୟୁପିର ସବୁ ବିପକ୍ଷ ନେତାଙ୍କୁ ବି ଯୋଗୀ ନିଜେ ଫୋନ୍‌ କରି ଆମନ୍ତ୍ରଣ କରିଛନ୍ତି।

Advertisment

ଯୋଗୀ ନିଜେ ଫୋନ୍‌ କରି ସପା ମୁଖ୍ୟ ମୁଲାୟମ ସିଂ ଯାଦବ, ପୂର୍ବ ସିଏମ୍‌ ଅଖିଳେଶ ଯାଦବ, ବସପା ପ୍ରମୁଖ ମାୟାବତୀଙ୍କୁ ଶପଥ ଗ୍ରହଣ ସମାରୋହରେ ସାମିଲ ହେବାକୁ ନିମନ୍ତ୍ରଣ କରିଛନ୍ତି।  ସେମାନଙ୍କ ବାଦ ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ରାହୁଲ ଗାନ୍ଧୀଙ୍କୁ ବି ନିମନ୍ତ୍ରଣ ଦିଆଯାଇଛି। କିନ୍ତୁ ଅଖିଳେଶ ଯାଦବ ଓ ଜୟନ୍ତ ଚୌଧୁରୀ ଏହି ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେନି ବୋଲି ଜଣାଯାଇଛି।

ଯୋଗୀଙ୍କ ଶପଥ ଗ୍ରହଣ ସମାରୋହ ନିମନ୍ତେ ଅଯୋଧ୍ୟା, ମଥୁରା ଓ କାଶୀ ସମେତ ଦେଶର ୫୦ରୁ ଅଧିକ ସନ୍ଥଙ୍କୁ ଯୋଗୀ ଆଦିତ୍ୟନାଥ ଫୋନ କରି ନିମନ୍ତ୍ରଣ ଜଣାଇଛନ୍ତି  ।ରାମ ଜନ୍ମଭୂମି ଟ୍ରଷ୍ଟର ସବୁ ସଦସ୍ୟଙ୍କୁ ବି ଏଥିନିମନ୍ତେ ନିମନ୍ତ୍ରଣ ଦିଆଯାଇଛି।

ଉଦ୍ୟୋଗୀ କ୍ଷେତ୍ରରୁ ମୁକେଶ ଅମ୍ବାନୀ, ଗୌତମ ଅଦାନୀ, ଆନନ୍ଦ ମହିନ୍ଦ୍ରାଙ୍କ ସମେତ ୬୦ରୁ ଅଧିକ ବଡ଼ ବଡ଼ ଉଦ୍ୟୋଗପତିଙ୍କୁ ନିମନ୍ତ୍ରଣ ଦିଆଯାଇଛି। ସେମାନଙ୍କ ବାଦ ଯୋଗୁ ଗୁରୁ ବାବା ରାମଦେବ, କଶ୍ମୀର ଫାଇଲନ୍ସ ଡିରେକ୍ଟର ବିବେକ ଅଗ୍ନିହୋତ୍ରୀ ଓ ଅଭିନେତା ଅନୁପମ ଖେରଙ୍କ ନାମ ବି ଅତିଥି ଲିଷ୍ଟରେ ସାମିଲ ଅଛି।

ଇକାନା ଷ୍ଟାଡିୟମରେ ୫୦ ହଜାରରୁ ଅଧିକ ଲୋକଙ୍କ ବସିବା ବ୍ୟବସ୍ଥା କରାଯାଇଛି। ସୁରକ୍ଷା ନିମନ୍ତେ ୮ ହଜାର ପୁଲିସ୍‌ କର୍ମୀ ନିୟୋଜିତ ହୋଇଛନ୍ତି।  ଉତ୍ତରପ୍ରଦେଶର ୪୫ ହଜାର ବିଜେପି କର୍ମୀ ଆଜି ଯୋଗୀଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ ବୋଲି ଜଣାଯାଇଛି।