Advertisment

ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ, ୨ ମୃତ

ଲକ୍ଷ୍ନୌ: ହୁ ହୁ ହୋଇ ଜଳିଗଲା ହୋଟେଲ। ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଏକ ୫ ମହଲା ବିଶିଷ୍ଟ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ସହରର ମଧ୍ୟ ଭାଗରେ ଥିବା ତଥା ହଜରତଗଞ୍ଜ ସ୍ଥିତ ହୋଟେଲ ଲେବାନାରେ ଆଜି ସକାଳୁ ନିଆଁ ଲାଗିଯାଇଛି। ଏହି ଅଗ୍ନିାକଣ୍ଡରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଗୁରୁତର ହୋଇଛନ୍ତି। ଆହୁରି ଅନେକ ଲୋକେ ହୋଟେଲ ଭିତରେ ଫଶି ରହିଥିବା ବେଳେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରାୟସ ଜାରି […]

author-image
Madhupriya Mistry
ଅଦ୍ୟତନ ହୋଇଛି
ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ, ୨ ମୃତ

fire-at-hotel

ଲକ୍ଷ୍ନୌ: ହୁ ହୁ ହୋଇ ଜଳିଗଲା ହୋଟେଲ। ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଏକ ୫ ମହଲା ବିଶିଷ୍ଟ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ସହରର ମଧ୍ୟ ଭାଗରେ ଥିବା ତଥା ହଜରତଗଞ୍ଜ ସ୍ଥିତ ହୋଟେଲ ଲେବାନାରେ ଆଜି ସକାଳୁ ନିଆଁ ଲାଗିଯାଇଛି। ଏହି ଅଗ୍ନିାକଣ୍ଡରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଗୁରୁତର ହୋଇଛନ୍ତି। ଆହୁରି ଅନେକ ଲୋକେ ହୋଟେଲ ଭିତରେ ଫଶି ରହିଥିବା ବେଳେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରାୟସ ଜାରି ରହିଛି।

Advertisment

ସୂଚନା ମୁତାବକ, ହୋଟେଲ ୩ ଓ ୪ ହମଲାରେ ନିଆଁ ଲାଗିଛି। ନିଆଁ ଲାଗିବା ଯୋଗୁଁ ଆଖପାଖ ଅଞ୍ଚଳରେ ପ୍ରବଳ ଧୂଆଁ ଭର୍ତ୍ତି ହୋଇଯାଇଛି। ଦକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ୧୫ ଜଣଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତଙ୍କୁ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

https://twitter.com/ANINewsUP/status/1566651566181847041?s=20&t=xWdQIOVSNKdKiMLie-iB1A

Advertisment

ଘଟଣାସ୍ଥଳରେ ତିନୋଟି ଆମ୍ବୁଲାନ୍ସ ଉପସ୍ଥିତ ଅଛି। ହୋଟେଲ ଅଧିକାରୀଙ୍କ କହିବା ମୁତାବକ, ହୋଟେଲର ପ୍ରଥମ ମହଲାରେ ତିଆରି ହୋଇଥିବା ବାଙ୍କ୍ୟେଟ୍‌ ହଲ୍‌ରେ ଏହି ଅଗ୍ନିକାଣ୍ଡ ଘଟିଛି। ହୋଟେଲରେ ୩୦ରୁ ୧୮ଟି ରୁମ୍‌ରେ ୩୫ରୁ ୪୦ ଜଣ ଥିଲେ। କିଛି ଲୋକ ନିଆଁ ଲାଗିବା ଖବର ଶୁଣି ବାହାରୁ ଆସିଯାଇଥିବା ବେଳେ ଏବେ ବି ଅନେକ ଫଶି ରହିଥିଲେ। ତେବେ ସେମାନଙ୍କୁ ଉଦ୍ଧାର କରାଯାଇଛି।

ଲକ୍ଷ୍ନୌ ବିକାଶ ପ୍ରାଧିକରଣ କିଛି ଦିନ ପୂର୍ବରୁ ଲେଭାନା ହୋଟେଲକୁ ଏକ ବିଜ୍ଞପ୍ତି ଜାରି କରିଥିଲା। ଏହା ପରେ ଆଜି ଏହି ବଡ ଦୁର୍ଘଟଣା ଘଟିଛି। ଲେବାନା ହୋଟେଲ୍‌ ଘଟିଥିବା ଅଗ୍ନିକାଣ୍ଡ ବିଷୟରେ ଜାଣିବା ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ଅଗ୍ନିକାଣ୍ଡରେ ଆହତ ବ୍ୟକ୍ତିମାନଙ୍କୁ ଉପଯୁକ୍ତ ଚିକିତ୍ସା ଦିଆଯିବା ଉଚିତ। ଏଥିପାଇଁ ସେ ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କୁ ନିର୍ଦେଶ ଦେବା ସହ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲା ମାଜିଷ୍ଟ୍ରେଟ୍‌ ଓ ବରିଷ୍ଠ ପୁଲିସ ଅଧିକାରୀମାନଙ୍କୁ କହିଛନ୍ତି।