Advertisment

ସ୍ତ୍ରୀ ଆତ୍ମହତ୍ୟା କରିବା ବେଳେ ସ୍ୱାମୀ ଭିଡିଓ ଶୁଟ୍‌ କରୁଥିଲେ

କାନପୁର:ସ୍ତ୍ରୀ ଆତ୍ମହତ୍ୟା କରୁଥିଲେ। ସ୍ୱାମୀ ସବୁ ଦେଖୁଥିଲେ। କିନ୍ତୁ ତାଙ୍କୁ ଅଟକାଇ ନଥିଲେ। ବରଂ ଆହୁରି ଅମାନବିକ ଭାବେ ସ୍ତ୍ରୀ ବାଛିଥିବା ଶେଷ ବାଟର ଦୃଶ୍ୟକୁ କ୍ୟାମେରାରେ କଏଦ କରୁଥିଲେ।  ଏଭଳି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର କାନପୁରରେ ଘଟିଛି। ମୃତ ମହିଳା ଜଣକ ହେଉଛନ୍ତି ସବିତା ଗୁପ୍ତା। ୫ ବର୍ଷ ପୂର୍ବେ ସବିତା ସଞ୍ଜୟ ଗୁପ୍ତାଙ୍କୁ ବିବାହ କରିଥିଲେ। କିନ୍ତୁ ଗତ ମଙ୍ଗଳବାର ସେ ଆତ୍ମହତ୍ୟା କରିଛନ୍ତି। ଘଟଣା ପୂର୍ବରୁ ସ୍ୱାମୀଙ୍କ ସହ ତାଙ୍କର ଝଗଡ଼ା […]

author-image
Tapas Behera
ଅଦ୍ୟତନ ହୋଇଛି
ଗଛରୁ ମିଳିଲା ୩ ଭଉଣୀଙ୍କ ଝୁଲନ୍ତା ମୃତଦେହ

death

କାନପୁର:ସ୍ତ୍ରୀ ଆତ୍ମହତ୍ୟା କରୁଥିଲେ। ସ୍ୱାମୀ ସବୁ ଦେଖୁଥିଲେ। କିନ୍ତୁ ତାଙ୍କୁ ଅଟକାଇ ନଥିଲେ। ବରଂ ଆହୁରି ଅମାନବିକ ଭାବେ ସ୍ତ୍ରୀ ବାଛିଥିବା ଶେଷ ବାଟର ଦୃଶ୍ୟକୁ କ୍ୟାମେରାରେ କଏଦ କରୁଥିଲେ।  ଏଭଳି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର କାନପୁରରେ ଘଟିଛି।

Advertisment

ମୃତ ମହିଳା ଜଣକ ହେଉଛନ୍ତି ସବିତା ଗୁପ୍ତା। ୫ ବର୍ଷ ପୂର୍ବେ ସବିତା ସଞ୍ଜୟ ଗୁପ୍ତାଙ୍କୁ ବିବାହ କରିଥିଲେ। କିନ୍ତୁ ଗତ ମଙ୍ଗଳବାର ସେ ଆତ୍ମହତ୍ୟା କରିଛନ୍ତି। ଘଟଣା ପୂର୍ବରୁ ସ୍ୱାମୀଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା। ପୁଲିସ ତାଙ୍କ ସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସବିତା ତାଙ୍କ ବେକରେ ରଶି ଲଗାଇ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଛନ୍ତି । ତେବେ ସବିତା ଏଭଳି ଏକ ଚରମ ପଦକ୍ଷେପ ନେଉଥିବା ବେଳେ ସଞ୍ଜୟ ଘରେ ଉପସ୍ଥିତ ଥିଲେ। କିନ୍ତୁ ସେ ସବିତାଙ୍କୁ ରୋକି ନଥିଲେ। ବରଂ ସ୍ତ୍ରୀ ଯନ୍ତ୍ରଣାର ଛଟପଟ ହେଉଥିବା ବେଳେ ସେ ମଜା ନେଉଥିଲେ।

Advertisment

ଖବର ପାଇ ସବିତାଙ୍କ ବାପ ଘର ଲୋକେ ସେଠାରେ ପହଞ୍ଚିଥିଲେ। ନିର୍ଯାତନାର ଶିକାର ହୋଇ ସବିତା ପୂର୍ବରୁ ଥରେ ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି ତାଙ୍କ ବାପା ଅଭିଯୋଗ କରିଛନ୍ତି। ସେମାନେ ନ୍ୟାୟ ଚାହାଁନ୍ତି ବୋଲି ପରିବାର ଲୋକେ କହିଛନ୍ତି।  ପୁଲିସ ଘଟଣାର ତଦନ୍ତ କରୁଛି।